ଜାତୀୟ

ଜେଏନୟୁରେ ଛାତ୍ରୀଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି, ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୧୧: ଫି’ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ସୋମବାର ଦିନ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ) କ୍ୟାମ୍ପସ୍‌ ବାହାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜେଏନୟୁରେ ଲାଗି ରହିଥିବା ଫି’ ବିବାଦ ତୁଟିବାର ନାଁ ନେଉ ନ…

ମହାରାଷ୍ଟ୍ରରେ ସରକାର ଗଠନ: ଭାଜପା କହିଲା, ‘ଜୟ ଶ୍ରୀରାମ, କାମ ସରିଗଲା’

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଯଦିଓ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଏବେ ମଧ୍ୟ ଭାଜପା, ଶିବସେନା, କଂଗ୍ରେସ ଓ ଏନସିପି ଦଳ ପକ୍ଷରୁ ସରକାର ଗଢିବା ପାଇଁ କସରତ ଚାଲିଛି। ସରକାର ଗଠନ ପାଇଁ ଶେଷରେ ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ…

ରାଫାଲ ରାୟର ପୁନର୍ବିଚାର:କାହିଁକି ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫-୧୧:ସୁପ୍ରିମକୋର୍ଟ ରାଫାଲ ରାୟର ପୁନର୍ବିଚାର ପାଇଁ ଦାଏର ପିଟିଶନଗୁଡ଼ିକୁ ଖାରଜ କରିବା ସହ ଏହି ବିବାଦର ଆଇନଗତ ଦିଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩୬ ଫାଇଟର ଜେଟ୍‌ ଡିଲ୍‌କୁ ନେଇ ତଦନ୍ତ ବା ଏଫ୍‌ଆଇଆର୍‌ ଅନାବଶ୍ୟକ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି।…

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର ତୃତୀୟ ସଂସ୍କରଣର ସଫଳ ଅବତରଣ ଲାଗି କାମ ଆରମ୍ଭ କରିଛି। ଏଥିପାଇଁ ଇସ୍ରୋ ପକ୍ଷରୁ…

ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି ପିଇବା ଦ୍ୱାରା ଫାଇଦା ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ଅଛି। ଏହା ପିଇବା ଦ୍ୱାରା…

ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡ଼ିମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ…

କଂଗ୍ରେସରେ ଯୋଗ ଦେଲେ ଭାଜପା ନେତା

ବେଙ୍ଗାଲୁରୁ,୧୪।୧୧: କଂଗ୍ରେସ ଦେଶରେ ତା’ର ସ୍ଥିତି ହରାଇବାକୁ ଯାଉଥିବା ବେଳେ ଏବେ କିନ୍ତୁ କିଛି ସ୍ଥାନରେ ଲୋକେ ତଥା ରାଜନେତାମାନେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଅସନ୍ତୁଷ୍ଟ ହେଉଥିବା ଦେଖାଯାଇଛି। ଗୁରୁବାର କର୍ନାଟକ ବେଲଗାମର ଭାଜପା ନେତା ତଥା ପୂର୍ବତନ ବିଧାୟକ…

କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକାରେ ନାହିଁ ପ୍ରିୟଙ୍କାଙ୍କ ନାଁ

ନୂଆଦିଲ୍ଲୀ,୧୪।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କର ଏକ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ ନ ଥିବା ଏବେ ଆଲୋଚନାର ବିଷୟ ପାଲଟିଛି।…

ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ପୁଅ

କୋଲକାତା,୧୪।୧୧: ପଶ୍ଚିମବଙ୍ଗରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ହୁଗୁଳି ଜିଲାର ଫ୍ରେଞ୍ଚ୍‌ କଲୋନୀରେ ରହୁଥିବା ଗୌରବ ଅଧିକାରୀ ନାମକ ଜଣେ ଯୁବକ ନିଜ ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜିବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ନିଜ ଫେସ୍‌ବୁକ୍‌ରେ…

କର୍ନାଟକ ଉପନିର୍ବାଚନ ପାଇଁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କଲା ଭାଜପା

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଏହାପରେ ଆଗକୁଥିବା କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ…

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଅରୁଣ କୁମାର ନୂଆ ଜିଲାପାଳ ଭାବେ ନିଯୁକ୍ତ…

ଅଯୋଧ୍ୟା ରାମମନ୍ଦିରରେ ଲଗାଯିବ ୨୧ ଶହ କିଲୋଗ୍ରାମ୍‌ ଓଜନର ଘଣ୍ଟା: ତିଆରି କରୁଛନ୍ତି ମୁସଲମାନ୍‌ କାରିଗର ଇକବାଲ୍‌

ଲକ୍ଷ୍ନୌ,୧୪।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ। ଏଥିପାଇଁ ଉତ୍ତରପ୍ରଦେଶ ଇଟା ଜିଲାର ଜାଲେସରର ମୁସଲମାନ୍‌ କାରିଗର ଇକବାଲ୍‌ ୨୧ ଶହ କିଲୋଗ୍ରାମ୍‌ ଓଜନର ଏକ ବଡ଼ ଘଣ୍ଟା ତିଆରି କରୁଛନ୍ତି। ଏହାକୁ ମନ୍ଦିରରେ ଲଗାଯିବ। ଘଣ୍ଟା ତିଆରିରେ ୧୦ରୁ ୧୨ ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri