ଜାତୀୟ

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସରକାର ସୀମିତ ହୋଇ ରହିଯାଇଛି। ରାଜ୍ୟ ମଧ୍ୟରେ ପଞ୍ଜାବ,...

ଶୁକ୍ରବାର ଶପଥ ନେଇପାରନ୍ତି ୟେଦୁରପ୍ପା: ଆଜି ଶାହଙ୍କୁ ଭେଟିବେ

ବେଙ୍ଗାଲୁରୁ, ୨୪।୭: ଶେଷରେ କର୍ନାଟକରେ ଭାଜପା କ୍ଷମତା ଦଖଲ କରିବାକୁ ଯାଉଛିି। ୧୪ ମାସର ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାକୁ ଅସମର୍ଥ ହେବାପରେ ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୭୫ ବର୍ଷ ବୟସ୍କ ବିଏସ...

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ ସରକାର ଉପରେ ନଜର ପକାଇବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।...

ଏନ୍‌ଆର୍‌ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦% ସାମ୍ପଲର ପୁନଃ ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।...

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି ଦିଆଯାଇଥିଲା। ସୁଜିତ କୁମାର ନାମକ ଉକ୍ତ ୨୮ ବର୍ଷୀୟ ଯୁବକଙ୍କ ଶରୀରର ୪୦%...

୨୧ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ଅସୁରକ୍ଷିତ

ନୂଆଦିଲ୍ଲୀ,୨୪ା୭(ପି.ଟି.): ଦେଶରେ ଚାଲିଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୨୧ଟିର ଶ୍ରେଣୀଗୃହ ଅସୁରକ୍ଷିତ ରହିଛି। ଏଗୁଡ଼ିକ ସମ୍ପୂର୍ଣ୍ଣ କିମ୍ବା ଆଂଶିକଭାବେ ଅସୁରକ୍ଷିତ ଥିବାରୁ ଏଠାରେ ପାଠ ପଢ଼ାଯାଇ ପାରିବ ନାହିଁ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ଅଭିଯୁକ୍ତ ବିଜୟଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ବହୁଚର୍ଚ୍ଚିତ କନ୍ଧମାଳ ଜିଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ କୁମାର ସନସେଠ୍‌ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଏ.ଏମ୍‌. ଖନ୍‌ଓ୍ବିଲ୍‌କର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କୁ...

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସୋମବାର ଆଲୋଚନା ବେଳେ କହିବା ଘଟଣାକୁ ନେଇ...

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ ଦୁର୍ଘଟଣା ମୃତ୍ୟୁରେ କ୍ଷତିପୂରଣ ରାଶି ବୃଦ୍ଧି...

କର୍ନାଟକ ଭାଜପା ନେତାଙ୍କୁ ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୨୪ା୭(ପି.ଟି.): କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାଜିତ ହେବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କର୍ନାଟକର ଦଳୀୟ ନେତାଙ୍କୁ ମନ୍ତ୍ରଣା ଦେଇଛନ୍ତି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରଙ୍କ ପତନର ନେତୃତ୍ୱ ନେଇଥିବା ଭାଜପା ବିଧାୟକ ଦଳ ନେତା ବି.ଏସ୍‌. ୟେଦୁରପ୍ପା...

କର୍ନାଟକରେ ୩ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୪ା୭(ପି.ଟି.): ୧୯୫୬ରେ କର୍ନାଟକ ଗଠନ ହେବା ପରଠୁ ଅଦ୍ୟାବଧି ୨୫ ଜଣ ମୁଖ୍ୟମନ୍ତ୍ରୀ ହେଲେଣି। ହେଲେ ରାଜ୍ୟର ରାଜନୈତିକ ଇତିହାସରେ କଂଗ୍ରେସର କେବଳ ୩ ନେତା ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବାରେ ସକ୍ଷମ ହୋଇଛନ୍ତି। ଜେଡିଏସ୍‌ ଏବଂ ଭାଜପାରୁ...

ପାଗ ଭିଡ଼ୁଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୨୪ା୭: କର୍ନାଟକ ବିଧାନସଭାରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜୟବରଣ କରିବା ପରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ଲାଗି ଆଗେଇ ଆସିଛି। ୪ ଦିନ ଧରି ଆସ୍ଥାଭୋଟ ଲାଗି ଚାଲିଥିବା ନାଟକକୁ ନିରୀକ୍ଷଣ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri