୨୦ରୁ ଆରମ୍ଭ ହେବ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ
ଚଣ୍ଡିଗଡ଼,୧୬।୧୦: କର୍ତ୍ତାରପୁର କରିଡର ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରିଯାଇଛି। ଏହାକୁ ତୀର୍ଥଯାତ୍ରୀ ଅନ୍ଲାଇନରେ ଆବେଦନ କରିପାରିବେ। ପାକିସ୍ତାନରେ ଥିବା ଶିଖଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁର ଯାତ୍ରା ପାଇଁ ଖୁବ୍ଶୀଘ୍ର କେନ୍ଦ୍ର ସରକାର...
କଂଗ୍ରେସକୁ ଝଟକା: ରାଜ୍ୟସଭା ଏମ୍ପି କେ.ସି ରାମମୂର୍ତ୍ତି ଦେଲେ ଇସ୍ତଫା
ବେଙ୍ଗାଲୁରୁ,୧୬।୧୦: କର୍ନାଟକ କଂଗ୍ରେସର ରାଜ୍ୟସଭା ଏମ୍ପି ତଥା ବରିଷ୍ଠ ନେତା କେ.ସି. ରାମମୂର୍ତ୍ତି ରାଜ୍ୟସଭା ସଦସ୍ୟ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁଙ୍କୁ କେସ ଇସ୍ତଫା ପତ୍ର ପଠାଇଥିବା ବେଳେ ଏହାକୁ...
ପଞ୍ଜାବରେ ଆତଙ୍କବାଦୀଙ୍କ ଅନୁପ୍ରବେଶ: ବଡ଼ ଧରଣର ଆକ୍ରମଣ ଆଶଙ୍କା
ଚଣ୍ଡିଗଡ଼,୧୬।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଫଳରେ ପାକିସ୍ତାନ ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଛି। ଏଥିସହ ଭାରତରେ ବଡ଼ ଧରଣର ଆତଙ୍କବାଦୀ...
ସରକାରୀ ହସ୍ପିଟାଲରେ ମୃତକଙ୍କ ଆଖି ଖାଇଗଲେ ପିମ୍ପୁଡ଼ି: ୪ ଡାକ୍ତର ନିଲମ୍ବିତ
ଭୋପାଳ,୧୬।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରରେ ସ୍ବାସ୍ଥ୍ୟ ସେବା ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଶିବପୁରୀର ଜିଲା ହସ୍ପିଟାଲରେ ୫୦ ବର୍ଷ ବୟସ୍କ ଯକ୍ଷ୍ମା ରୋଗୀ ବାଲଚନ୍ଦ୍ର ଲୋଧୀଙ୍କ ମୃତଦେହ ୫ ଘଣ୍ଟା ଧରି ଅବହେଳିତ ଅବସ୍ଥାରେ ପଡ଼ି...
ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ କାକପୋରାଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ କାମ କରୁଥିଲେ। ତାଙ୍କ ନାମ ସେଠୀ କୁମାର ସାଗର। ସେ ଛତିଶଗଡ଼ ବାସୋଂଲି ଅଞ୍ଚଳର ବାସିନ୍ଦା। ଆତଙ୍କବାଦୀମାନେ...
ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ ଏକ ୬ ମାସର ସିଂହ ଶାବକ ପର୍ଯ୍ୟଟକଙ୍କ ଗାଡ଼ିକୁ ୨ କିଲୋମିଟର ପର୍ଯ୍ୟନ୍ତ...
ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କଲେ ଯୋଗୀ ସରକାର
ଲକ୍ଷ୍ନୌ,୧୬।୧୦: ଉତ୍ତରପ୍ରଦେଶରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଛୁଟିକୁ ନଭେମ୍ବର ୩୦ପର୍ଯ୍ୟନ୍ତ ବାତିଲ୍ କରିଦେଇଛନ୍ତି। ଏନେଇ ବୁଧବାର ସେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଆଗକୁ ଅଯୋଧ୍ୟା ନିଷ୍ପତ୍ତି...
ନିର୍ବାଚନ ପ୍ରଚାର ସମୟରେ ଶିବସେନା ଏମ୍ପିଙ୍କୁ ଛୁରାମାଡ଼
ମୁମ୍ବାଇ,୧୬।୧୦: ମହାରାଷ୍ଟ୍ର ଉସ୍ମାମାନାବାଦର ଏମ୍ପି ଓମ୍ ରାଜେ ନିମ୍ବାଲକରଙ୍କୁ ବୁଧବାର ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶିବସେନାର ପ୍ରାର୍ଥୀ କୈଳାଶ ପାଟିଲଙ୍କ ପାଇଁ ପଡୋଲି ଗଁାରେ ସେ ନିର୍ବାଚନୀ...
ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍ ନିର୍ମାଣ ଲାଗି ରାଜି ହେଲା ସୁନ୍ନି ଓ୍ବାକଫ ବୋର୍ଡ
ନୂଆଦିଲ୍ଲୀ,୧୬।୧୦: ଅଯୋଧ୍ୟା ପ୍ରସଙ୍ଗରେ ମଧ୍ୟସ୍ଥିଙ୍କ ଯୋଜନା ଅନୁସାରେ ସୁନ୍ନି ଓ୍ବାକଫ୍ ବୋର୍ଡ ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ସହମତି ପ୍ରକାଶ କରିଛି। ଏନେଇ ମଧ୍ୟସ୍ଥିଙ୍କ ପକ୍ଷରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ତେବେ ଏହି...
ପି. ଚିଦାମ୍ବରମଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୧୬।୧୦: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗିରଫ କରାଯାଇଛି। ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ଇଡିର ତିନି ଜଣିଆ ଟିମ ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ...
ଅନନ୍ତନାଗରେ ଏନ୍କାଉଣ୍ଟର୍: ୩ ଲଶ୍କର ଆତଙ୍କବାଦୀ ନିହତ
ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଲଶ୍କର-ଇ-ତୋଇବା ସଂଗଠନ ସଦସ୍ୟ ଥିବା ପୋଲିସ କହିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜିବୁଲ କମାଣ୍ଡର ନାସିର୍...
ଖାଦ୍ୟ ସାଥୀ ଯୋଜନାରେ ପଶ୍ଚିମବଙ୍ଗର ୮ କୋଟି ୫୦ ଲକ୍ଷ ଲୋକଙ୍କୁ ମିଳିଛି ଖାଦ୍ୟ ସୁରକ୍ଷା: ମମତା
କୋଲକାତା,୧୬।୧୦: ପଶ୍ଚିମବଙ୍ଗରେ ଖାଦ୍ୟ ସାଥୀ ଯୋଜନା ଅନ୍ତର୍ଗତ ରାଜ୍ୟର ୮କୋଟି ୫୦ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ମିଳିଛି। ବିଶ୍ୱ ଖାଦ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏହି ସୂଚନା ଦେଇଛନ୍ତି। ଜଙ୍ଗଲ ମହଲ ଏବଂ ପାହାଡ଼ିଆ...
Archives


