ଜାତୀୟ

ସଞ୍ଜୟ କରୋଲ ହେଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

ପାଟନା,୧୧।୧୧: ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୟ କରୋଲ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ...

ଆକାଶ ମାର୍ଗରୁ ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମମତା

କୋଲକାତା,୧୧।୧୧: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଛନ୍ତି। ଏହାସହ ହେକ୍ଟର ହେକ୍ଟର ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ସରକାର ଗଠନ ପୂର୍ବରୁ ଅସୁସ୍ଥ ହେଲେ ସଞ୍ଜୟ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ନେତା ଅସୁସ୍ଥ। ଶିବସେନାର ଟାଣୁଆ ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୋମବାର ମଧ୍ୟାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି...

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ ପରିବାର ଫଣ୍ଡ ପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ...

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ କରିବାକୁ ମନା କରିଦେଇଥିଲେ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଲକ୍ଷ୍ମୀପୁରରେ।...

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ ନିଜ ବିବାହ ମଣ୍ଡପରେ ରଶି ଲଗାଇ ଜୀବନ ହାରିଛନ୍ତି। ବିବାହ ପାଇଁ ଉଭୟ...

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ ଏନ୍‌ସିପି ଯୋଗାଯୋଗରେ ରହିଥିବା କୁହାଯାଉଛି। ଆଉ ଏହି ସମସ୍ତ ବିଧାୟକ ଦଳରୁ ଇସ୍ତାଫା...

୨୧ ଦିନରେ ତେଜସ୍‌ର ଲାଭ ୭୦ ଲକ୍ଷ

ନୂଆଦିଲ୍ଲୀ,୧୧।୧୧: ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ୨୧ ଦିନରେ ୭୦ ଲକ୍ଷ ଟଙ୍କାର ଲାଭ କରି ପାରିଛି। ଅକ୍ଟୋବର ୫ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ଅକ୍ଟୋବର ୨୮ ସୁଦ୍ଧା ଏହା ୩,୭୦ କୋଟି ଟଙ୍କାର ଟିକେଟ ବିକ୍ରି...

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ

ନୂଆଦିଲ୍ଲୀ,୧୧।୧୧: ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି,...

ମହାରାଷ୍ଟ୍ରରେ କଂଗ୍ରେସର ନୂଆ ଫର୍ମୂଲା: ୧୪-୧୪ ମନ୍ତ୍ରୀ; ୨ ଉପମୁଖ୍ୟ ମନ୍ତ୍ରୀ !

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି। ଭାଜପା ସରକାର ଗଠନରୁ ଓହରି ଯିବା ପରେ ଏବେ ଶିବସେନା ଏବେ ଏନ୍‌ସିପି ଏବଂ କଂଗ୍ରେସ ହାତ ଧରି କ୍ଷମତା ଦଖଲ ଯୋଜନା ପ୍ରସ୍ତୁତ କରିଛି। ଇତିମଧ୍ୟରେ ଶିବସେନା...

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୭୭ ଗିରଫ

ଲକ୍ଷ୍ନୌ,୧୧।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସାମ୍ପ୍ରଦାୟିକ ହିଂସାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ କିଛି ବ୍ୟକ୍ତି ରାଜ୍ୟରେ ଶାନ୍ତି ଭଙ୍ଗ କରିବାକୁ ଯାଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି...

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ସୋମବାର ଜେଏନୟୁର ସମାବର୍ତ୍ତନ ଉତ୍ସବ ଚାଲିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri