ଆଣିପାରିଲେନି ଦାଦନଙ୍କ ମୃତଦେହ
ଗୋରଖପୁର,୨୨ା୪(ପି.ଟି.): ଦାଦନ ଶ୍ରମିକଙ୍କ ମୃତଦେହ ଶତାଧିକ କିଲୋମିଟର ଦୂରରେ ଥିବାବେଳେ ତାଙ୍କ ପୁତ୍ତଳିକାରେ ବର୍ଷକର ଶିଶୁପୁତ୍ର ମୁଖାଗ୍ନି ଦେଇ ନକଲି ଶେଷକୃତ୍ୟ ସମ୍ପନ୍ନ କରିବାର ହୃଦୟବିଦାରକ ଦୃଶ୍ୟ ଉତ୍ତରପ୍ରଦେଶର ଚୌରିଚୋରା ଥାନା ଅନ୍ତର୍ଗତ ଦୁବ୍ରିଖୁର୍ଦ ଗ୍ରାମରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ଦାଦନ…
ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ
ନୂଆଦିଲ୍ଲୀ,୨୨ା୪(ଆଇଏଏନ୍ଏସ୍): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ ଏହା ଦେଖିବାକୁ ମିଳିଛି। ବେଜିଂର ଜାତୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରସ୍ତୁତି ଭୌଗୋଳିକ ସୂଚନା…
ଖୁସି ଖବର: ଗୋଟିଏ ଦିନରେ ସୁସ୍ଥ ହେଲେ ୭୦୫ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୨୧।୪: ଦେଶରେ ଏବେ ଚିନ୍ତା ବଢାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମଙ୍ଗଳବାର ଅପରାହ୍ନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୬୦୧ ହୋଇଥିବା ବେଳେ ସବୁଠାରୁ ଖୁସି କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୭୦୫ ଜଣ ସଂକ୍ରମିତ ସୁସ୍ଥ…
କରୋନା ଚିକିତ୍ସା ପାଇଁ କର୍ନାଟକ କରିବ ପ୍ଲାଜମା ଥେରାପିର ବ୍ୟବହାର
ବେଙ୍ଗାଲୁରୁ,୨୧।୪: କରୋନା ସଂକ୍ରମଣ ରୋକିବାକୁ ସବୁ ଦିଗରେ ଚେଷ୍ଟା ଚାଲିଥିବା ବେଳେ ଏବେ ଭାରତରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କର୍ନାଟକରେ ଏବେ ପ୍ଲାଜମା ଥେରାପି ମାଧ୍ୟରେ ଚିକିତ୍ସା କରାଯିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି କର୍ନାଟକର ସ୍ବାସ୍ଥ୍ୟ ଶିକ୍ଷାମନ୍ତ୍ରୀ ଡାକ୍ତର…
ବନ୍ଦ ହେଲା ଟେଲିଭିଜନ ଲାଇଭ୍ ଶୋ’: ୨୫ କର୍ମଚାରୀ ପଜିଟିଭ
ଚେନ୍ନାଇ,୨୧।୪: ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ୫୩ ଗଣମାଧ୍ୟମ ପ୍ରତିନିଧି କରୋନାରେ ଆକ୍ରାନ୍ତ ଥିବା ଖବର ଆସିବା ପରେ ଏବେ…
ମୂଳ ଭାରତୀୟ ସୁଦର୍ଶନମ ବାବୁଙ୍କୁ ଆମେରିକାର ଶୀର୍ଷ ବିଜ୍ଞାନ ବୋର୍ଡରେ ନିଯୁକ୍ତି ଦେଲେ ଟ୍ରମ୍ପ
ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ମୂଳ ଭାରତୀୟ ଆମେରିକୀୟ ସୁଦର୍ଶନମ ବାବୁଙ୍କୁ ଦେଶର ସର୍ବୋଚ୍ଚ ବିଜ୍ଞାନ ବୋର୍ଡରେ ନିଯୁକ୍ତ କରିଛନ୍ତି। ସୁଦର୍ଶନମ ସମ୍ମାନଜନକ ଓକ ରିଜ ନ୍ୟାଶନାଲ ଲାବୋରୋଟୋରୀ(ଓଆର୍ଏନ୍ଏଲ୍)ର ହୋଇଥିବା ବେଳେ ତାଙ୍କୁ ୬ ବର୍ଷ ପାଇଁ ଆମେରିକାର…
୨ ମିନିଟ୍ ମୌନ ରହି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୨୧।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ଲକ୍ ଡାଉନ୍ ଜାରି ରହିଛି। ନିଜର ରାଜଧର୍ମକୁ ଗୁରୁତ୍ୱ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ଦିଲ୍ଲୀର ଏମ୍ସ୍ରେ…
ଗୋଆ କରୋନା ମୁକ୍ତ ରାଜ୍ୟ ଘୋଷଣାକୁ ନେଇ ଆରମ୍ଭ ହେଲା ରାଜନୀତି
ପଣଜୀ,୨୧।୪: ଗୋଟିଏ ଦିନ ପୂର୍ବରୁ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରାଯାଇଥିଲା। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମଙ୍ଗଳବାର ଗୋଆର କଂଗ୍ରେସ ଅଧ୍ୟକ୍ଷ ଗିରିଶ ଚୋଡନକର କହିଛନ୍ତି ଗୋଆରେ ସରକାର ଠିକ୍ ଭାବେ…
ଲକ୍ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ
ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ ଅପେକ୍ଷା ଲକ୍ଡାଉନ କଟକଣା ସାମାନ୍ୟ ଅଧିକ ରହିଛି। ଏହି ସମୟରେ ଲୋକଙ୍କୁ ଘରୁ ବାହାରିବାକୁ…
ସନ୍ଦେହ ଘେରରେ ଚାଇନାର ର଼୍ୟାପିଡ୍ ଟେଷ୍ଟ୍ କିଟ୍: କରୋନା ପଜିଟିଭ୍ ପାଲଟୁଛନ୍ତି ନେଗେଟିଭ୍; ୯୫ ପ୍ରତିଶତ ଘଟଣାରେ ଭୁଲ୍ ସୂଚନା
ଜୟପୁର,୨୧।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତ ଚାଇନାରୁ ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍ କିଟ୍ ମଗାଇଥିଲା। ଏହାଦ୍ୱାରା ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଇଥିଲା। ପ୍ରଥମେ ଏହାକୁ ରାଜସ୍ଥାନର ହଟ୍ସ୍ପଟ୍ ଅଞ୍ଚଳରେ ବ୍ୟବହାର କରାଯାଇଥିଲା। ତେବେ ଏହି…
ଖୁସି ଖବର: ଦେଶରେ ସଫଳ ହେଲା ପ୍ଲାଜମା ଥେରାପି
ନୂଆଦିଲ୍ଲୀ,୨୧।୪: ଦକ୍ଷିଣ ଦିଲ୍ଲୀର ସକେତରେ ଥିବା ମାକ୍ସ ହସ୍ପିଟାଲରୁ ଆସିଛି ଖୁସି ଖବର। ଏଠାରେ କରୋନା ଭାଇରସରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ପ୍ଲାଜମା ଥେରାପି ସଫଳ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ୪୯ ବର୍ଷୀୟ ଜଣେ…
କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ସଂକ୍ରମିତ ଡାକ୍ତରଙ୍କ ମୃତଦେହକୁ କବର ଦେବାକୁ ବିରୋଧ କଲେ ଲୋକେ
ଚେନ୍ନାଇ,୨୧।୪: ସାରା ବିଶ୍ୱ ଏବେ ଲଢୁଛି ଅଦୃଶ୍ୟ ଯୁଦ୍ଧରେ। ଆଉ ଏହାର ଯୋଦ୍ଧା ସାଜିଛନ୍ତି ଦ୍ୱିତୀୟ ଈଶ୍ୱର କୁହାଯାଉଥିବା ଡାକ୍ତର। ହେଲେ ଯେତେବେଳେ ଏହି ଯୋଦ୍ଧାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି ସେତେବେଳେ ମଣିଷ ପାଖରେ ମରିଯାଉଛି ମାନବିକତା। ଏହାର ଏକ…
Archives


