କର୍ନାଟକରେ ଜୁନ୍‌ ୧ରୁ ଖୋଲିବ ମନ୍ଦିର-ମସଜିଦ୍‌-ଚର୍ଚ୍ଚ: ଶ୍ରଦ୍ଧାଳୁ ମାନିବେ ମାର୍ଗଦର୍ଶିକା

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଜୁନ୍‌ ୧ଠାରୁ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ଖୋଲାଯିବ। ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମତି ଲୋଡ଼ିବା ସହିତ ଚିଠି ଲେଖିଛନ୍ତି। ଲକ୍‌ଡାଉନ୍‌ ଯୋଗୁ କେନ୍ଦ୍ରସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଥିଲା। ମେ ୩୧ରେ ଲକ୍‌ଡାଉନ୍‌ ଶେଷ ହେବାପରେ ଧାର୍ମିକ ସ୍ଥଳ ଖୋଲାଯିବ। ତେବେ ଶ୍ରଦ୍ଧାଳୁଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ମାନିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶପିଂ ମଲ୍‌ ଏବଂ ଫିଲ୍ମ ହଲ ଖୋଲିବା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri