ସୋମବାର ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ
ନୂଆଦିଲ୍ଲୀ,୨୯ା୧୧: ରାଜଧାନୀ ଦିଲ୍ଲୀରେ ସୋମବାର(ନଭେମ୍ବର ୩୦)ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ସହିତ ଏନ୍ସିଆରର ସମସ୍ତ ସହରରେ ମଦ ଦୋକାନ ବନ୍ଦ ରହିବ। ନଭେମ୍ବର ୩୦ରେ ଗୁରୁ ନାନକ ଜୟନ୍ତୀ ପଡୁଥିବାରୁ ରାଜଧାନୀର ସମସ୍ତ ମଦ ଦୋକାନ ପ୍ରତି…
ଚାଷୀଙ୍କ କଥା ଶୁଣନ୍ତୁ ସରକାର, ସେମାନେ ନୁହନ୍ତି ପାକିସ୍ତାନୀ: ଆନ୍ନା ହଜାରେ
ନୂଆଦିଲ୍ଲୀ,୨୯।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶର ଚାଷୀ ସଂଗଠନ ଏକଜୁଟ ହୋଇଛନ୍ତି। ଚାଷୀ ସଂଗଠନକୁ ଏବେ ସମାଜସେବୀ ଆନ୍ନା ହଜାରେ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, କୃଷି ଆଇନ୍କୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ…
ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ
ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ ସୁନା ଖୋଜିବାରେ ଲାଗିପଡ଼ିଛନ୍ତି। ଶନିବାର କିଛି ଲୋକ ସୁନା ଖୋଜିବା ପାଇଁ ପୂର୍ବ ଗୋଦାବରୀର…
ଶାହାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ
ନୂଆଦିଲ୍ଲୀ,୨୯।୧୧: କୃଷି ଆଇନକୁ ନେଇ ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ନଭେମ୍ବର ୨୬ଠାରୁ ଦିଲ୍ଲୀ-ହରିୟାଣା ସିନ୍ଧୁ ସୀମା ବୁରାଡ଼ିରେ ପ୍ରଦର୍ଶନ କରୁଛନ୍ତି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେମାନଙ୍କୁ ସିନ୍ଧୁ ସୀମାରୁ ହଟିଯାଇ ବୁରାଡ଼ିର ନିରଙ୍କାରୀ ସମାଗମ…
ରାଜନୀତିକୁ ଫେରିବେ ଉର୍ମିଳା: ଶିବସେନାରେ ଦେବେ ଯୋଗ
ମୁମ୍ବାଇ,୨୯।୧୧: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସରକାର ବିଧାନ…
ରାତି ସାରା ମୋର୍ଟାର ଶେଲିଂ ମାଡ଼ କଲା ପାକିସ୍ତାନ
ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନା ଧରୁନି। ଶନିବାର ରାତ୍ର ୯ଟା ୫୦ରୁ ରବିବାର ଭୋର୍ ୪ଟା ୧୫ ପର୍ଯ୍ୟନ୍ତ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ସୀମାକୁ ଲକ୍ଷ୍ୟକରି ଘନ ଘନ ମୋର୍ଟାର ଶେଲିଂ ମାଡ଼…
କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗାବୁଡ଼ ମନା: ସୀମା ସିଲ୍
ହରିଦ୍ୱାର,୨୯।୧୧: କାର୍ତ୍ତିକ ପୂର୍ଣ୍ଣମାରେ ହରିଦ୍ୱାରରେ ଗଙ୍ଗା ବୁଡ଼କୁ ଉତ୍ତରାଖଣ୍ଡ ସରକାର ମନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟ ସୀମାକୁ ସିଲ୍ କରାଯାଇଛି।…
ସ୍ତ୍ରୀଙ୍କୁ ମାସିକ ୨୫ ହଜାର ଭରଣ ପୋଷଣ ମାଗିଲେ ସ୍ବାମୀ
ନୂଆଦିଲ୍ଲୀ,୨୯।୧୧: ଛାଡ଼ପତ୍ର ମାମଲାରେ ସ୍ତ୍ରୀଙ୍କ ପକ୍ଷରୁ ସ୍ବାମୀଙ୍କ ଉପରେ ଭରଣ ପୋଷଣ ଦାବି କରାଯାଇଥାଏ। ତେବେ ଦିଲ୍ଲୀର ଏକ କୋର୍ଟରେ ଜଣେ ସ୍ବାମୀ ନିଜର ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ସ୍ତ୍ରୀଙ୍କଠାରୁ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ଦାବି…
କୃଷକଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର ହେଉଛି: ସଞ୍ଜୟ ରାଉତ
ମୁମ୍ବାଇ,୨୯ ।୧୧: କୃଷି ଆଇନକୁ ନେଇ ପ୍ରାୟ ୪ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସର୍କାର ଏବେ ପର୍ଯ୍ୟନ୍ତ ସେମାନଙ୍କୁ ଦିଲ୍ଲୀ-ହରିୟାଣାକୁ ଯୋଡୁଥିବା ସିନ୍ଧୁ ସୀମାରେ ଅଟକାଇ ରଖିଛି । ଏହାକୁ ଦେଖି ଶିବସେନା ନେତା ତଥା…
କୃଷି ଆଇନ ଚାଷୀଙ୍କୁ ଦେଇଛି ଅଧିକାର: ମୋଦି
ନୂଆଦିଲ୍ଲୀ,୨୯।୧୧: କୃଷି ଆଇନ ଚାଷୀଙ୍କ ହାତମୁଠାକୁ ଟାଣ କରିଛି। ଏହାଦ୍ୱାରା ଚାଷୀଙ୍କ ସମସ୍ୟା ଦୂର ହୋଇଛି। ଚାଷୀଙ୍କ ଅଧିକାର ବୃଦ୍ଧି ପାଇଛି। ୭୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଭି କହିଛନ୍ତି। କରୋନା ସଙ୍କଟରେ…
ସୁକମାରେ ଆଇଇଡ଼ି ବିସ୍ଫୋରଣ: ଜଣେ ଯବାନ ଶହୀଦ୍, ୧୦ କମାଣ୍ଡୋ ଆହତ
ସୁକମା,୨୯।୧୧: ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଣେ ସିଆର୍ପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି। ଏହି ଘଟଣାରେ ୧୦ କମାଣ୍ଡୋ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁକମାର ତାଡ଼ମେଟଳା ଅଞ୍ଚଳରେ ୨୦୬ ବାଟାଲିଅନ୍…
୨ ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ସିରମ୍ ଇନଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୨୯।୧୧: ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ପ୍ରତିଷେଧକ ଟିକା ଅଣାଯିବ। ଏନେଇ ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି। ଇନଷ୍ଟିଚ୍ୟୁଟ୍ର ସିଇଓ ଅଦାର ପୁନାଓ୍ବାଲା ଏସମ୍ପର୍କରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସରକାର କେତେ ପରିମାଣର…

