ଏନ୍କାଉଣ୍ଟରରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା: ଲଞ୍ଚ୍ପ୍ୟାଡ୍ରେ ସୁଯୋଗ ଉଣ୍ଡି ବସିଛନ୍ତି ୨୫୦
ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରରେ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟ କଳାପ କମିବାରେ ଲାଗିଛି। ଲଗାତାର ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ସର୍ଚ୍ଚ ଅପରେଶନ୍ ଏବଂ ଏନ୍କାଉଣ୍ଟର ଯୋଗୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଶନିବାର-ରବିବାର ବିଳମ୍ବିତ ରାତ୍ରରେ ଶୋପିଆନ୍ ଜିଲାର...
ବଢ଼ିଲା କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ,୧୪।୩: ଦେଶରେ ପୁଣି କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସରକାରଙ୍କ ଚିନ୍ତା ବଢ଼ିବା ସହିତ ପୁଣି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ...
ଅଷ୍ଟ୍ରାଜେନିକା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ସମୀକ୍ଷା ହେବ
ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ ଏହାର ସମୀକ୍ଷା କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି। ଡେନ୍ମାର୍କ, ନରଓ୍ବେ, ଆଇସଲାଣ୍ଡ,...
ନନ୍ଦିଗ୍ରାମରେ ରଣହୁଙ୍କାର
କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର କରିନେବା ପାଇଁ କୃଷକ ସଂଗଠନଗୁଡ଼ିକ ଦାବି କରୁଥିବାବେଳେ ସରକାର ନିଜ ଜିଦ୍ରେ ଅଟଳ...
ଅବତରଣ ବେଳେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ
ନୂଆଦିଲ୍ଲୀ,୧୩।୩: କାଜାଖସ୍ତାନର ଆଲ୍ମାଟି ବିମାନବନ୍ଦରରେ ଶନିବାର ସେନାବାହିନୀର ଏକ ଯୁଦ୍ଧ ବିମାନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।...
ଜୁନ୍ ୨୮ରୁ ଅମରନାଥ ଯାତ୍ରା
ଶ୍ରୀନଗର,୧୩।୩: ଅମରନାଥ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ୨୮ ଜୁନ୍ରୁ ଏହି ଯାତ୍ରା ଆରମ୍ଭ ହୋଇ ଶ୍ରାବଣ ମାସ ପୂର୍ଣ୍ଣିମାରେ ଶେଷ ହେବ। ଶ୍ରୀ ଅମରନାଥ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା...
ଟିଏମ୍ସିରେ ଯୋଗଦେବା ପରେ ଯଶଓ୍ବନ୍ତ ଉଠାଇଲେ ଏହି ପ୍ରସଙ୍ଗ
କୋଲକାତା,୧୩।୩: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବରିଷ୍ଠ ଭାଜପା ନେତା ଯଶୱନ୍ତ ସିହ୍ନା ଶନିବାର ଟିଏମ୍ସିରେ ଯୋଗଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ଏକ...
ଏହି ନେତାଙ୍କୁ ଆସାମ ନିର୍ବାଚନ ପ୍ରଚାର ତାଲିକାରୁ ବାଦ ଦେଲା କଂଗ୍ରେସ
ଗୁଆହାଟି,୧୩।୩: ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି। ତାଲିକାରେ ଗୁଲାମ ନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା, ମନୀଷ...
ଶତାବ୍ଦି ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
ଡେରାଡୁନ୍,୧୩।୩: ଦିଲ୍ଲୀ-ଡେରାଡୁନ୍ ଶତାବ୍ଦି ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ୧୨ଟା ୨୦ରେ ଉତ୍ତରାଖଣ୍ଡର କାନସୋର ଅଞ୍ଚଳରେ ହଠାତ୍ ଏକ୍ସପ୍ରେସ୍ର ସି-୪ ବଗିରେ ନିଆଁ ଲାଗି ଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ...
ଖୁବଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ଦିଦି
କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ ପରେ ପୁଣି ସେ ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ...
ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ
ନୂଆଦିଲ୍ଲୀ,୧୩ ।୩: ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ ସଂଖ୍ୟା । କିଛି ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ କେଉଁଠି କେଉଁଠି ନାଇଟ୍ କଫ୍ରୁ୍ୟ ବି ଜାରି କରାଗଲାଣି । ଲୋକଙ୍କ ଅସାବଧାନତାକୁ ଦେଖି ସରକାର କିନ୍ତୁ କଡା...
ଥାନାରୁ ୧୪୦୦ ପେଟି ମଦ ଚୋରାଇ ନେଲେ ପୋଲିସ ବାବୁ
ଅଲିଗଡ,୧୩।୩: ଉତ୍ତରପ୍ରଦେଶର ଅଲିଗଡ଼ ଅଞ୍ଚଳର ଏଟା ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଫିଆଙ୍କଠାରୁ ଜବତ ହୋଇଥିବା ମଦ ପେଟି ଗଣା ଯିବା ସମୟରେ ଏଥିରେ ୧୪୦୦ ପେଟି କମ୍ ଥିବା ଜଣାପଡ଼ିଥିଲା। ପରେ ପୋଲିସ ଅଧୀକ୍ଷକ ସୁନୀଲ କୁମାର...
Archives


