ଜୈଶ୍ କମାଣ୍ଡରଙ୍କ ଗଡ଼ିଲା ମୁଣ୍ଡ
ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍ରେ ଏନ୍ କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ୍ର କମାଣ୍ଡର ସଜାଦ୍ ଆଫଗାନୀଙ୍କ ମୁଣ୍ଡ ଗଡ଼ିଛି। ତାଙ୍କର ପ୍ରକୃତ ନା ବିଲାୟତି ବୋଲି କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।...
ମୋଦିଙ୍କୁ ଲୋକେ ଭଗବାନଙ୍କ ପରି କରିବେ ପୂଜା: ମୁଖ୍ୟମନ୍ତ୍ରୀ କଲେ ଏଭଳି ପ୍ରଶଂସା
ଡେରାଡୁନ୍,୧୫।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ସେ ମୋଦିଙ୍କୁ ପ୍ରଭୁ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଛନ୍ତି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ନିଜ...
ରାଜ୍ୟ ସଭାରେ ବ୍ରିଟେନର ବର୍ଣ୍ଣବୈଷମ୍ୟ ତାତି
ନୂଆଦିଲ୍ଲୀ,୧୫।୩: ବ୍ରିଟେନର ବର୍ଣ୍ଣବୈଷମ୍ୟ ତାତି ରାଜ୍ୟ ସଭାରେ ପରିଲକ୍ଷିତ ହୋଇଛି। ପୂର୍ବରୁ ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ନେଇ ବ୍ରିଟେନ ସଂସଦରେ ତର୍କବିତର୍କ ହୋଇଥିଲା। ଏନେଇ ଭାରତ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାର...
ଫିଲ୍ମ ଷ୍ଟାଇଲ୍ରେ ଛାଡ଼ପତ୍ର ଦାବି କଲେ ମହିଳା
ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଯେ, ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ କେଶ ଥିଲା। ମାତ୍ର...
ଏମ୍ପିଙ୍କ ଘରେ ହାଇଭୋଲଟେଜ୍ ଡ୍ରାମା: ହାତ କାଟିଲେ ବୋହୂ
ଲକ୍ଷ୍ନୌ,୧୫।୩: ଭାଜପା ଏମ୍ପି କୌଶଳ କୁମାରଙ୍କ ପରିବାରରେ ହାଇଭୋଲଟେଜ୍ ଡ୍ରାମା ଚାଲିଛି। ଏବେ ତାଙ୍କ ବୋହୂ ଶାଶୁ ଘର ଆଗରେ ନିଜ ହାତ କାଟିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ...
ସିଲିଣ୍ଡର ବିସ୍ଫୋରଣ: ୫ ଜୀବନ୍ତ ଦଗ୍ଧ
ପାଟନା,୧୫।୩: ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରୋଷେଇ ଘରେ ଚୁଲୀ ପାଖରେ ସିଲିଣ୍ଡର ରଖାଯାଇଥିଲା। ଚୁଲୀରୁ ନିଆଁ ସିଲିଣ୍ଡରରେ ଲାଗିଥିବା...
ୟଶଓ୍ବନ୍ତଙ୍କୁ ମମତା ଦିଦିଙ୍କ ଗୁରୁଦାୟିତ୍ୱ
କୋଲକାତା,୧୫।୩: ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ୟଶଓ୍ବନ୍ତ ସିହ୍ନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ୟଶଓ୍ବନ୍ତଙ୍କୁ ଦଳର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସଦସ୍ୟ ଭାବେ ମଧ୍ୟ...
ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍ ଖୋଲା
ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ସୋମବାର ଆରମ୍ଭ ହୋଇଛି। ଧର୍ମଘଟ ମଙ୍ଗଳବାର ମଧ୍ୟ ଜାରି ରହିବ। ଦେଶର ୧୦...
୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୨୦ରେ ପହଞ୍ଚିଥିବାବେଳେ ରବିବାର ଏହା ୨୬...
ମହାରାଷ୍ଟ୍ରରେ କରୋନା ବେକାବୁ: ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଲା
ମୁମ୍ବାଇ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଗୋଟି, ଦିନରେ ସର୍ବାଧିକ ୧୬ ହଜାର ୬୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ରାଜ୍ୟରେ ୫୦ ଜଣଙ୍କ...
ପାଲକ୍କାଡରୁ ଲଢ଼ିବେ ମେଟ୍ରୋମ୍ୟାନ୍
ନୂଆଦିଲ୍ଲୀ,୧୫।୩(ଆଇଏଏନ୍ଏସ୍): କେରଳ ବିଧାନସଭା ନିର୍ବାଚନ ପାଇଁ ଭାଜପା ରବିବାର ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟ ଭାଜପା ସଭାପତି କେ. ସୁରେନ୍ଦ୍ରନ୍ ଦୁଇଟି ଆସନ ମଞ୍ଜେଶ୍ୱର ଏବଂ କୋନ୍ନିରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନଙ୍କୁ...
ପ୍ରସିଦ୍ଧ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ପରଲୋକ
ନୂଆଦିଲ୍ଲୀ,୧୫।୩: ବିଶିଷ୍ଟ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଗୋଆସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୬ ମସିହାରେ ଗୋଆରେ ଜନ୍ମଗ୍ରହଣ କରିଥିବା ପାଇଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ନେହେରୁ ପୁରସ୍କାର ଏବଂ ଲଲିତ କଳା...
Archives


