ମ୍ୟାନ୍ ଅଫ୍ ମିଶନ ଭି.କେ. ପାଣ୍ଡିଆନ
ଭୁବନେଶ୍ୱର,୨୬ା୧୦(ଅନିଲ ଦାସ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ତଥା ୨୦୦୦ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ ଅକ୍ଟୋବର ୨୩ ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ସେ ନିଜର ଚାକିରି କାଳରେ ଓଡ଼ିଶା ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।…
ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ
ଭୁବନେଶ୍ୱର, ୨୬।୧୦ (ଅସମାପିକା ସାହୁ)ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡ ଉପାଧ୍ୟକ୍ଷ
ଭୁବନେଶ୍ୱର,୨୫ା୧୦: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ-ଓଜୋଲା ଚେସ୍କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ…
ଆଉ ୫୩ ଓଏଏସ୍ ଅଫିସରଙ୍କ ବଦଳି
ଭୁବନେଶ୍ୱର,୨୫ା୧୦: ରାଜ୍ୟ ସରକାର ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି। ଗତ ୭ ଦିନ ମଧ୍ୟରେ ଜିଲାସ୍ତରରେ କାର୍ଯ୍ୟରତ ମୋଟ୍ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଛି। ଏବେ ଆଉ ୫୩ ଜଣଙ୍କୁ ବଦଳି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ପାଇଛି। ରାଜସ୍ବ ଓ…
ମାଆଙ୍କ ଭସାଣି ଲାଗି ଗାଇଡଲାଇନ ଜାରି
ଭୁବନେଶ୍ୱର,୨୪।୧୦(ସତ୍ୟଜିତ ରାଉତ) ମହାମାୟାଙ୍କ ଆଜି (ମଙ୍ଗଳବାର) ବିଜୟାଦଶମୀ। ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ମାଆଙ୍କର ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି। ଆସନ୍ତାକାଲି (ବୁଧବାର) ମା’ ମେଳାଣି ନେବାମୁ ଯାଉଛନ୍ତି। ଏଥି ପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି…
ଅସତ୍ୟ ଉପରେ ସତ୍ୟର ଜୟ: ଭୁବନେଶ୍ୱରର ଏସବୁ ସ୍ଥାନରେ ହେବ ରାବଣ ପୋଡ଼ି
ଭୁବନେଶର, ୨୪।୧୦: ମଙ୍ଗଳବାର ଦୁର୍ଗାପୂଜାର ଶେଷ ଦିନ ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ହେବ ଜୟ। ମାଙ୍କୁ ସିନ୍ଦୂର ଲାଗି ପରେ ସିନ୍ଦୂର ଖେଳିବେ ମହିଳା। ପରେ ସାରେ ଅନୁଷ୍ଠିତ ହେବ ରାବଣପୋଡ଼ି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ…
ବିଜୟାଦଶମୀରେ ଗୁରୁ ଦାୟିତ୍ୱ: 5T, ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଭି.କେ ପାଣ୍ଡିଆନ୍
ଭୁବନେଶ୍ୱର,୨୪।୧୦:ଚାକିରିରୁ ଅବସର ନେବାର ଗୋଟିଏ ଦିନ ପରେ ଭିକେ ପାଣ୍ଡିଆନ୍ଙ୍କୁ ବିଜୟାଦଶମୀରେ ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା। ଫଳରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ…
ଦାଣ୍ଡିଆ ପ୍ରତି ବଢ଼ୁଛି ଯୁବ ବର୍ଗଙ୍କ ଆଗ୍ରହ: ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ ଉଦ୍ଯାପିତ
ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଆୟୋଜିତ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ-୨୦୨୩ ସୋମବାର ଉଦ୍ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହ…
ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦଶଭୁଜା
ଭୁବନେଶ୍ୱର,୨୩ା୧୦: ଆଜି ଅର୍ଥାତ୍ ସୋମବାର ମା’ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଲାଣି। ରସୁଲଗଡ଼, ବମିଖାଲ, ଶହୀଦନଗର, ନୟାପଲ୍ଲୀ…
୨୨୦ ଓଏଏସ୍ ଅଧିକାରୀଙ୍କ ବଦଳି
ଭୁବନେଶ୍ୱର, ୨୩ା୧୦(ସୁନିତ୍ ମିଶ୍ର): ଓଏଏସ୍ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୨୦ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି। ଆସନ୍ତା ୨୫ ତାରିଖ…
ବାତ୍ୟା ଆଶଙ୍କା: ଓଡ଼ିଶାରେ ପବନ, ବର୍ଷା
ଭୁବନେଶ୍ୱର, ୨୩।୧୦(ଅସମାପିକା ସାହୁ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହା ପାରାଦୀପଠାରୁ ଦକ୍ଷିଣରେ ୫୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ପରେ…
ରାଜ୍ୟବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ…
Archives


