ହୀନ ରାଜନୀତି କରୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭ା୨: ନୟାଗଡ଼ ପରୀ ହତ୍ୟା ମାମଲାରେ ଗୃହରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀ ଘଟଣାରେ ଗତକାଲି ଅଭିଯୁକ୍ତ ଦଣ୍ଡ ପାଇସାରିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ବିରୋଧୀମାନେ ହଟ୍ଟଗୋଳ କରିବା ନିନ୍ଦନୀୟ। ନିର୍ବାଚନ ସମୟରେ…
ମଧୁବାବୁ ପେନ୍ସନ୍ ଯୋଜନା ହିତାଧିକାରୀ ବୃଦ୍ଧି ନିଷ୍ପତ୍ତି
ଭୁବନେଶ୍ୱର,୭ା୨: ମଧୁବାବୁ ପେନ୍ସନ୍ ଯୋଜନା(ଏମ୍ବିପିଓ୍ବାଇ) ହିତାଧିକାରୀ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲାର ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି କରାଯାଇଛି। ସାମାଜିକ ସୁରକ୍ଷା ପ୍ରମୁଖ ସଚିବ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ…
ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ଭାଜପା ବିଧାୟକ
ଭୁବନେଶ୍ୱର,୭ା୨: ବୁଧବାର ଚାଲିଥିବା ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଛି। ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍ ଭାଙ୍ଗି ଦେଇଛନ୍ତି। ପରେ ଗୃହକୁ ଏକ ଘଣ୍ଟା ପାଇଁ…
ଲୋକମତ ସଂସଦୀୟ ପୁରସ୍କାର ୨୦୨୩: ଶ୍ରେଷ୍ଠ ଏମପି ଭାବେ ବିଜେଡିର ସସ୍ମିତ ପାତ୍ର ଓ କଂଗ୍ରେସର ଶଶୀ ଥରୁର୍ ସମ୍ମାନୀତ
ନୂଆଦିଲ୍ଲୀ,୭।୨: ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଜେଡି ରାଜ୍ୟସଭା ଏମପି ସସ୍ମିତ ପାତ୍ରଙ୍କ ସମେତ କଂଗ୍ରେସର ଲୋକସଭା ଏମପି ଶଶୀ ଥରୁର୍। ଏହି ଦୁଇଜଣ ଶ୍ରେଷ୍ଠ ଏମପି ଭାବେ ସମ୍ମାନର ଅଧିକାରୀ ହୋଇଛନ୍ତି। ଏହିକ୍ରମରେ ଲୋକସଭାର ଶିରୋମଣି…
ବିଧାନସଭାରେ ଗର୍ଜିଲେ ବିରୋଧୀ, ଅପରାହ୍ନଣ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୭।୨: ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ବଜେଟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ଅପରାହ୍ନଣ…
ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର
ଭୁବନେଶ୍ୱର,୭।୨(ସୁନିତ୍ ମିଶ୍ର): କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ (ସଂଶୋଧନ) ବିଲ୍ – ୨୦୨୪ ଉପରେ ବିବୃତିି ଦେଇ…
ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କଲେ ମାନସ
ଭୁବନେଶ୍ୱର,୭।୨ (ଅନିଲ ଦାସ): ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ପାର୍ଲାମେଣ୍ଟରେ ବିଜେଡି ଦାବି କରିଛି। ବିଜୁ ଜନତା ଦଳର ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ମଙ୍ଗଳବାର ରାଜ୍ୟ ସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ବଜ୍ରପାତ ଯୋଗୁ ଲୋକଙ୍କ ଜୀବନ…
CBSE Exam: ସିବିଏସ୍ଇ ଦଶମ, ଦ୍ୱାଦଶ ଆଡ୍ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା…
ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍ଇ ଅଫିସିଆଲ ୱେବ୍ସାଇଟ cbse.gov.inରେ ଆଡ୍ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି ପୋର୍ଟାଲରେ…
ବର୍ଷିଲା ଭାଜପା: ବାରମିଶା ଚାଉଳରେ ମହାପ୍ରସାଦ ରାନ୍ଧି ଶ୍ରୀମନ୍ଦିର ପରମ୍ପରାକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର,୬।୨(ସୁନିତ୍ ମିଶ୍ର): ପୁରୀ ଶ୍ରୀମନ୍ଦିରରୁ ଗତ ୨ ଦିନ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି, ଯାହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ ପହଞ୍ଚାଇବା ସହ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି। ଏନେଇ ସାରା ଓଡ଼ିଶାରେ…
ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ: ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ
ଭୁବନେଶ୍ବର,୬।୨: ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରୁ ଶ୍ରଦ୍ଧାଳୁଙ୍କୁ ଧରି ବାହାରିଛି ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ। ରାମଲାଲାଙ୍କ ଦର୍ଶନ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି…
ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥ ସଂସ୍କୃତିକୁ ଆଘାତ ଦେଇଛନ୍ତି ସରକାର
ଭୁବନେଶ୍ୱର,୬।୨(ସୁନିତ୍ ମିଶ୍ର):ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଏବଂ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ଭାଜପା ବିଧାନସଭା ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କୁ ଜବାବ ତଲବ କରିବ। ବିଶେଷ ଭାବେ ପରିକ୍ରମା ପ୍ରକଳ୍ପ…
ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ
ଭୁବନେଶ୍ୱର,୬ା୨(ସୁନିତ୍ ମିଶ୍ର):ମୋଦି ସରକାରଙ୍କ ଏକଚ୍ଛତ୍ରବାଦ ଶାସନ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି…
Archives


