ମେଟ୍ରୋ

ଭାଙ୍ଗୁଛି ବିଜେଡି! ବଡ଼ ଷଡଯନ୍ତ୍ର

ଭୁବନେଶ୍ୱର,୧।୮: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼ ଷଡଯନ୍ତ୍ର…

ଏହି ୪ ଜିଲାକୁ ପ୍ରବଳ ବର୍ଷା, ହାଇଆଲର୍ଟ ଜାରି

ଭୁବନେଶ୍ୱର,୧ା୮: ରାଜ୍ୟରେ କିଛିଦିନ ହେବ ବର୍ଷା ଲାଗି ରହିଛି। ତେବେ କିଛି ଜିଲାକୁ ପ୍ରବଳ ବର୍ଷା ହେବା ନେଇ ଜିଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ। ତେବେ ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀ ଜିଲାପାଳଙ୍କୁ ହାଇଆଲର୍ଟ ଜାରି କରାଯାଇଛି।…

ମମତା ମହାନ୍ତଙ୍କ ଇସ୍ତଫା: ଭିତିରି ଷଡ଼ଯନ୍ତ୍ର ଚର୍ଚ୍ଚା

ଭୁବନେଶ୍ୱର,୧।୮(ଅନିଲ ଦାସ): ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର…

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧।୮(ଅନିଲ ଦାସ): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୁଧବାର ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ…

ପ୍ରବଳରୁ ଅତି ପ୍ରବଳ ବର୍ଷା, ୬ ଜିଲାକୁ ଆର୍ଲଟ

ଭୁବନେଶ୍ୱର,୧।୮:ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ବିଧାନସଭାରେ ଉଠିଲା ଆଇପିଏସ୍‌ ଅଫିସର ପଣ୍ଡିତ ପ୍ରସଙ୍ଗ

ଭୁବନେଶ୍ୱର,୧।୮(ଅନିଲ ଦାସ): ଆଇପିଏସ୍‌ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ଘରେ ପଶି ଉତ୍ପାତ କରିଛନ୍ତି। ମହିଳା ଓ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିଛନ୍ତି। ଜଣେ ସ୍ବେଚ୍ଛାସେବୀ ଏହାକୁ ଲୋକଲୋଚନକୁ ଆଣିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।…

୧୬.୨୭ ଲକ୍ଷ ଜାଲ୍‌ କାର୍ଡରେ ରାଶନ ଲୁଟ୍‌

ଭୁବନେଶ୍ୱର,୧।୮(ଅନିଲ ଦାସ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ଇ-କଓ୍ବୋଇସି ଲାଗୁ କରିବେ। ଏହାକୁ ହିତାଧିକାରୀଙ୍କ ପୋର୍ଟାଲରେ ଅପ୍‌ଲୋଡ କରାଯିବ। ଏହାଦ୍ବାରା କେଉଁ ଅଯୋଗ୍ୟ…

ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ଆହୁରି ୩ଦିନ ଲଗାଣ ବର୍ଷା

ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା)- ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର କିଛି କିଛି ସ୍ଥାନରେ ପାଗ ମେଘୁଆ ସହ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରିରହିଛି। ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି…

ଓଡ଼ିଶାରେ ଆରମ୍ଭ ହେଲା କି ଖେଳ! ରାଜ୍ୟ ସଭାରେ ନମ୍ବର ଗେମ୍‌ ସ୍ଥିର କରିବ ଭାଜପା

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ା୭: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର(ଭାଜପା) ଆସନରେ ହ୍ରାସ ଘଟିଥାଇପାରେ, କିନ୍ତୁ ଦଳ ନିଶ୍ଚିତ ଭାବରେ ଓଡ଼ିଶାରେ ଏକ ନୂତନ ଦୁର୍ଗ ପାଇଛି। ଭାଜପା କେବଳ ଲୋକ ସଭା ଆସନ ଦୃଷ୍ଟିରୁ ଓଡ଼ିଶାକୁ ପରାସ୍ତ କରିନାହିଁ,…

”ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି; ଆମେ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିଦେବୁ”: ସୁଲୋଚନା

ଭୁବନେଶ୍ୱର,୩୧।୭: ବେଆଇନ ନିର୍ମାଣ, ବିଶେଷକରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟଗୁଡିକ ନିର୍ମାଣ ଉପରେ ଚିନ୍ତା ପ୍ରକଟ ପାଇଛି। ରାଜ୍ୟ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଧାନସଭାକୁ ସୂଚନା ଦେଇଛନ୍ତି ଯେ, ଭୁବନେଶ୍ୱରରେ ପ୍ରାୟ ୭୦୦ ରୁ…

ଏହିଦିନ ପ୍ରକାଶ ପାଇବ ପିଜି ମେରିଟ୍‌ ଲିଷ୍ଟ୍‌

ଭୁବନେଶ୍ୱର,୩୧ା୭: ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ ହେବ। ୨୦ ତାରିଖ ଅପରାହ୍ନ…

୨ ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧ା୭: ରାଜ୍ୟ ସରକାର ୨ଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର। ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା କରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri