ରାଜଧାନୀରେ ଡବଲ ମର୍ଡର
ଭୁବନେଶ୍ୱର,୮।୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ଡବଲ ମର୍ଡର ହୋଇଛି। ଭୁବନେଶ୍ୱରସ୍ଥିତ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ…
୬ ବାର୍ ଡ୍ୟାନ୍ସରଙ୍କୁ ଅଟକାଇ ବନ୍ଧା ହେଲେ ମାଲିକ
ଭୁବନେଶ୍ୱର,୭ା୮: ରାଜ୍ୟ ବାହାରୁ ୬ ବାର୍ଡ୍ୟାନ୍ସରଙ୍କୁ ଭୁବନେଶ୍ୱର ଆଣିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ନଶା ବାର୍ରେ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ କରିବାକୁ ବାଧ୍ୟ କଲେ। ଆଉ କାମ କରିବାକୁ ରାଜି ନ ହେବାରୁ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା।…
୨ ସବ୍-ରେଜିଷ୍ଟ୍ରାରଙ୍କୁ ନିଲମ୍ବନ କଲେ ସରକାର
ଭୁବନେଶ୍ୱର,୭ା୮: ରାଜ୍ୟ ସରକାର ୨ ଜଣ ସବ୍-ରେଜିଷ୍ଟ୍ରାରଙ୍କୁ ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଜଗତପୁରରେ କାର୍ଯ୍ୟରତ ସବ୍-ରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ଜମି ବିକ୍ରିରେ ବେଆଇନ କାରବାର ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍ସଲ ଜେନେରାଲ
ଭୁବନେଶ୍ୱର,୭ା୮: ହାଇଦ୍ରାବାଦଠାରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ସଲ ଜେନେରାଲ ଜେନିଫର୍ ଲାର୍ସନ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା ସହ ଶିଳ୍ପ, ଶିକ୍ଷା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ…
ଆସୁଛି ଆଉ ଏକ ବଡ଼ ଲଘୁଚାପ: ଏହି ୭ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର,୭ା୮: ମୌସୁମୀ ସକ୍ରିୟ ହୋଇଥିବା ବେଳେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଛି। ଗୋଟିଏର ପ୍ରଭାବ ସରିନି, ଆସିଲାଣି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ବୁଧବାର ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗାଙ୍ଗେୟ…
ଗେରୁଆ ରଙ୍ଗର ରେନକୋଟ୍ ପିନ୍ଧିବେ ଟ୍ରାଫିକ ପୋଲିସ
ଭୁବନେଶ୍ୱର,୭।୮: ଗେରୁଆ ରଙ୍ଗର ରେନକୋଟ୍ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍କୋଟ୍। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ…
ମଜ୍ନୁଙ୍କ ଫୋନ୍ରେ ଥିଲା ଅଶ୍ଳୀଳ ଫଟୋ ଭିଡିଓ, ରିମାଣ୍ଡ ଖୋଲୁଛି ଗୁମର
ଭୁବନେଶ୍ୱର,୭।୮: ୫ ସ୍ବାମୀଙ୍କ ସ୍ତ୍ରୀ ସତ୍ୟଜିତ୍ ସାମଲଙ୍କ ପ୍ରେମିକା ତାଲିକାରେ ୪୯ ନୁହେଁ ଥିଲେ ୯୯ ମହିଳା। ରିମାଣ୍ଡରେ ତାଙ୍କର ଗୁମର ଖୋଲିବାରେ ଲାଗିଛି। ସତ୍ୟଜିତଙ୍କ ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଏମିତିକି…
ରାଜ୍ୟ ସଭାକୁ କିଏ ଯିବେ? ଏହି ନେତାଙ୍କ ନାଁକୁ ନେଇ ଚାଲିଛି ଜୋର୍ଦାର ଚର୍ଚ୍ଚା
ଭୁବନେଶ୍ୱର,୭ା୮: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭା ଏମ୍ପି ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ …
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ହଟିଲା ୫ଟି ଚାର୍ଟର
ଭୁବନେଶ୍ୱର,୭।୮: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ବର୍ଗର କ, ଖ ଏବଂ ଗ କର୍ମଚାରୀଙ୍କ ପାଇଁ ଅଦ୍ୟ ବିଦ୍ୟମାନ ଥିବା PAR/CCR ଫରମାଟରୁ ୫ଟି ଚାର୍ଟର ପ୍ରତ୍ୟାହାର କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ…
ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଜଣେ ଓଡ଼ିଆ, ଜାଣନ୍ତୁ ସେ କିଏ…
ଭୁବନେଶ୍ୱର,୭।୮: ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି AGMUT କ୍ୟାଡରର ୧୯୯୧ ବ୍ୟାଚର ଓ ଆଇପିଏସ। ସେପ୍ଟେମ୍ବର ୩୦ ତାରିଖ…
ଭିଜିଲାନ୍ସ ଜାଲରେ ବିଡିଓ, ଚାଲିଛି ୮ ସ୍ଥାନରେ ଚଢାଉ
ଭୁବନେଶ୍ୱର,୭।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ ୮ଟି ସ୍ଥାନରେ…
ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ବର୍ତ୍ତମାନ ଖରିଫ ଫସଲ ପାଇଁ ଅନୁକୁଳ ହୋଇଛି। ଚାଷୀମାନେ ଜମି ହଳ କରିବାଠାରୁ ଆରମ୍ଭ କରି ଧାନ ପହ୍ଲାରୁଆରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଲଗାଣ…
Archives


