ନନ୍ଦନକାନନରେ କମିଲା ସିଂହ ସଂଖ୍ୟା: ଶନିବାର ମା’ ହୋଇଥିଲା ରେଓ୍ବା, ହେଲେ ଆଜି…
ଭୁବନେଶ୍ୱର,୨୭ା୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୨୫ ଶନିବାରରେ ରେଓ୍ବା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା। ତେବେ ରେଓ୍ବାର ମୃତ୍ୟୁ…
ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୧: ଅନୁଗୋଳ ଜିଲା ପାଲଲହଡ଼ା ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା…
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି, ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା
ଭୁବନେଶ୍ୱର,୨୬ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ପଟ୍ଟନାୟକଙ୍କ ନୟାପଲ୍ଲୀସ୍ଥିତ ବାସଘରେ ଲୁଟେରା କଳାକନା ବୁଲାଇଛନ୍ତି। ଉପର ମହଲାରେ ରହୁଥିବା ପୁଅ-ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ସବୁ ଲୁଟିନେଇଛନ୍ତି…
ଭାଙ୍ଗିଲା ବିଜେଡିର ସଂଗଠନ, ରାଜନୀତିରେ ହଲଚଲ
ଭୁବନେଶ୍ୱର,୨୬।୧: ଭାଙ୍ଗିଲା ବିଜେଡିର ସଂଗଠନ। ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ,…
ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି
କଟକ,୨୬ା୧: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଟକସ୍ଥିତ ବିଡ଼ାନାସୀଠାରେ ପତାକା ଉତ୍ତୋଳନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି…
ରାଜ୍ୟର ସଫଳତା ନବୀନଙ୍କ ସୁଶାସନର ପ୍ରତିଫଳନ: ବିଜେଡି
ଭୁବନେଶ୍ୱର,୨୬।୧ (ଅନିଲଦାସ): ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ବାସ୍ଥ୍ୟସୂଚୀରେ, ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନରେ ରହିଛି। ଏହି ରିପୋର୍ଟକୁ ନେଇ ଶନିବାର ବିଜୁ ଜନତା ଦଳ ଭାଜପାକୁ ଘେରିଛି। ଶନିବାର ଶଙ୍ଖଭବନରେ ଆୟୋଜିତ ଖବରଦାତା…
ସରକାରଙ୍କ ଅବହେଳା ଯୋଗୁ ମହାମାରୀ ରୂପନେଲା ଝାଡ଼ାବାନ୍ତି : କଂଗ୍ରେସ
ଭୁବନେଶ୍ୱର,୨୬।୧(ଅନିଲ ଦାସ): ସରକାର ବିଶେଷକରି ପୁରୀ ଜିଲା ପ୍ରଶାସନର ଅବହେଳା ଯୋଗୁ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ମହାମାରୀର ରୂପ ନେଇଛି ବୋଲି ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ମୁଖ୍ୟ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି। କଂଗ୍ରେସ…
ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧: ୭୬ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତ। ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଆଜିର ପବିତ୍ର…
ଖାଲିଥିବା ୨୬୧ ଅଣବୈଷୟିକ, ବୈଷୟିକ କର୍ମଚାରୀ ନିଯୁକ୍ତ ହେବେ
ଭୁବନେଶ୍ୱର,୨୬ା୧(ଅନିଲ ଦାସ): ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲ୍ଆଇସି)ର ୨୦୭ତମ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଶୁକ୍ରବାର ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
ପୋଲିସ ବିଭାଗରେ ଓଡ଼ିଶାରୁ ୧୯ ଜଣଙ୍କୁ ପଦକ
ଭୁବନେଶ୍ୱର,୨୬ା୧(ସୂର୍ଯ୍ୟକାନ୍ତ ବେହେରା): ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାହାସିକତା, ଉଲ୍ଲେଖନୀୟ କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ବିଭିନ୍ନ ସେବା ବର୍ଗରେ ପଦକ ଘୋଷଣା କରାଯାଇଛି। ପୋଲିସ ସେବା ବର୍ଗରେ ଓଡ଼ିଶାରୁ ମୋଟ ୧୯ ଜଣ…
ପୁରୀ ବିମାନବନ୍ଦର ଭାଗ୍ୟ ଡେଲୋଇଟ୍ ହାତରେ
ଭୁବନେଶ୍ୱର,୨୬ା୧(ସୁନିତ୍ ମିଶ୍ର): ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପୁରୀ ବିମାନବନ୍ଦର ନିର୍ମାଣଠାରୁ ଆରମ୍ଭକରି ବିମାନ ଚଳାଚଳ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବ। ଯେପରିକି ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦାୟିତ୍ୱ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଚଲାଉଛି। ହେଲେ ଜୟପୁର, ରଙ୍ଗେଇଲୁଣ୍ଡା…
ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଭୁବନେଶ୍ୱର,୨୫।୧: ପଦ୍ମ ପୁରସ୍କାର ୨୦୨୫ ଘୋଷଣା କଲେ ସରକାର। ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ…
Archives


