ନନ୍ଦନକାନନରେ କମିଲା ସିଂହ ସଂଖ୍ୟା: ଶନିବାର ମା’ ହୋଇଥିଲା ରେଓ୍ବା, ହେଲେ ଆଜି…

ଭୁବନେଶ୍ୱର,୨୭ା୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୨୫ ଶନିବାରରେ ରେଓ୍ବା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା। ତେବେ ରେଓ୍ବାର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ସିଂହ ସଂଖ୍ୟା କମି ୨୩ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରୁ ଆସିଥିବା ଏସୀୟ ସିଂହୀ ରେଓ୍ବା ତା’ର ତୃତୀୟ ଗର୍ଭରୁ ନନ୍ଦନକାନନରେ ଶନିବାର ୩ ଛୁଆ ଜନ୍ମ ଦେଇଥିଲା। ସେ ରହୁଥିବା ଫିଡିଂ ଚାମ୍ବରରେ ସକାଳ ୯ଟା ୩୩ରେ ପ୍ରଥମ ଛୁଆ ଜନ୍ମ କରିଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ପ୍ରଥମ ଛୁଆଟି ମୃତଛୁଆ ଜନ୍ମ ହୋଇଥିଲା। ସାଢ଼େ୯ଟାରୁ ୩ଟା ୪୫, ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରେଓ୍ବା ଆଉ ପ୍ରସବ କରିନଥିଲା। ଏହା ଜାଣିବା ପରେ ପରବର୍ତ୍ତୀ ସୁଗମ ପ୍ରସବ ପାଇଁ ରଓ୍ବୋକୁ ୩ଟା ୪୫ରେ ଅକ୍ସିଟୋସିନ ଦିଆଯାଉଥିଲା। ଏହାପରେ ୩ଟା ୫୮ରେ ଆଉ ଗୋଟିଏ ଛୁଆ ଜନ୍ମ କରିଥିଲା। ପରେ ପ୍ରାୟ ୨ଘଣ୍ଟା ପରେ ୫ଟା ୫୬ରେ ତୃତୀୟ ଛୁଆଟିକୁ ଜନ୍ମ ଦେଇଥିଲା।

ତେବେ ପଛରେ ଜନ୍ମ ହୋଇଥିବା ୨ଟିଯାକ ଛୁଆକୁ ରେୱା ଆଦରି ନ ଥିଲା। ଫଳରେ ଉଭୟ ନବଜାତ ଜୀବିତ ୨ଟି ଛୁଆକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହ୍ୟାଣ୍ଡ ରିଅରିଂ ସେଣ୍ଟର୍କୁ ଆଣି ଯତ୍ନ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ୨୦୨୦ ଡିସେମ୍ବର ୨୦ରେ ୮ ବର୍ଷୀୟା ସିଂହୀ ରେୱାକୁ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନକୁ ଅଣାଯାଇଥିଲା। ପୂର୍ବରୁ ୨୦୨୨ରେ ସିଂହ ଜିତ୍‌ ସହ ରେୱାର ପ୍ରଥମ ମିଳନ କରାଯାଇଥିଲା। ଏଥିରେ ରେୱା ଗର୍ଭଧାରଣ କରିନଥିଲା। ପରେ ୨୦୨୩ ଜାନୁଆରୀରେ ୪ଟି ଛୁଆ ଜନ୍ମ ଦେଇଥିଲା।

ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ଓ ତୃତୀୟ ଛୁଆଟି ଜୀବିତ ଜନ୍ମ ହୋଇଥିବା ବେଳେ ପ୍ରଥମ ଓ ଚତୁର୍ଥ ଛୁଆଟି ମୃତ ଜନ୍ମ ହୋଇଥିଲେ। ଜୀବିତ ଛୁଆ ଦୁହିଁକି ନ ଆଦରିବାରୁ ସେମାନଙ୍କୁ ବେବି ରିଅରିଂ ସେଣ୍ଟରରେ ରଖି ଲାଳନପାଳନ କରାଯାଇଥିଲା। ଏହାର ବର୍ଷେ ପରେ ମାର୍ଚ୍ଚ ୨୦୨୪ରେ ସେହି ଜିତ୍‌ ସହ ମିଳନ ଘଟାଇ ୩ଟି ଛୁଆ ଜନ୍ମ କରିଥିଲା। ସେମାନଙ୍କୁ ବି ସେ ସେତେବେଳେ ଆଦରି ନଥିଲା। ତାଙ୍କୁ ମଧ୍ୟ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖି ପାଳିବାକୁ ପଡ଼ିଥିଲା। ଶନିବାର ଜନ୍ମ ହୋଇଥିବା ୨ ଜୀବିତ ଛୁଆଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଅଛି। ଏମାନଙ୍କୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସମୁଦାୟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ହେଲେ ଆଜି ରେୱା ମୃତ୍ୟୁ ପରେ ଏହି ସଂଖ୍ୟା ୨୩ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?