ପୁରୀ ବିମାନବନ୍ଦର ଭାଗ୍ୟ ଡେଲୋଇଟ୍‌ ହାତରେ

ଭୁବନେଶ୍ୱର,୨୬ା୧(ସୁନିତ୍‌ ମିଶ୍ର): ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ପୁରୀ ବିମାନବନ୍ଦର ନିର୍ମାଣଠାରୁ ଆରମ୍ଭକରି ବିମାନ ଚଳାଚଳ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବ। ଯେପରିକି ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦାୟିତ୍ୱ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଚଲାଉଛି। ହେଲେ ଜୟପୁର, ରଙ୍ଗେଇଲୁଣ୍ଡା ଏବଂ ଉତ୍କେଲା ବିମାନବନ୍ଦରର ସବୁ ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। ତେବେ ପୁରୀଠାରେ ହେବାକୁ ଥିବା ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ସବୁଠୁ ବଡ଼ ସମସ୍ୟା। ରାଜ୍ୟ ସରକାର ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ତ ତଥ୍ୟ ଡେଲୋଇଟ୍‌ଠାରୁ ନେବେ। ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ଡେଲୋଇଟ୍‌ ଏବଂ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ମଧ୍ୟରେ ପୁରୀ ବିମାନବନ୍ଦର ପ୍ରତିଷ୍ଠା ସମ୍ପର୍କିତ ସମସ୍ୟାଗୁଡ଼ିକର ବିସ୍ତୃତ ଆଲୋଚନା ହେବ। ଏଭଳି ସ୍ଥିତିରେ ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି, ପୁରୀ ବିମାନବନ୍ଦରର କାର୍ଯ୍ୟ ଅନ୍ଧାର ଭିତରେ ରହିଛି। କେନ୍ଦ୍ର ସରକାର ଏନେଇ ଆବଶ୍ୟକ ଆଗ୍ରହ ଦେଖାଉନାହାନ୍ତି। ନ ହେଲେ ଡେଲୋଇଟ୍‌ ଭଳି ଏକ ଅନଭିଜ୍ଞ ସଫ୍ଟଓ୍ବେର ସଂସ୍ଥା ହାତରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ହସ୍ତାନ୍ତର କରି ନ ଥାନ୍ତେ। ଡେଲୋଇଟ୍‌ କ’ଣ ତଥ୍ୟ ସଂଗ୍ରହ କରିଛି ସେ ନେଇ ପୂର୍ବରୁ ୨ ଥର ବୈଠକ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ଓଡ଼ିଶାରେ ଆଉ ୮ଟି ବିମାନବନ୍ଦର ପ୍ରତିଷ୍ଠା କରିବା ନେଇ ଯୋଜନା ରଖିଛନ୍ତି। ମୟୂରଭଞ୍ଜର ଦଣ୍ଡବୋଷ, ବଲାଙ୍ଗୀରର ତୁଷୁରା, ଢେଙ୍କାନାଳର ବିରାଶାଳ, ରାଉରକେଲା, ମୟୂରଭଞ୍ଜର ଅମର୍ଦା ରୋଡ୍‌, ନୂଆପଡ଼ାର ଗୋଟମା, ରାୟଗଡ଼ର ଗୁଡ଼ାରି ଏବଂ ପଦ୍ମପୁରର ସତୀଭଟାଠାରେ ବିମାନବନ୍ଦର ପ୍ରତିଷ୍ଠା ନେଇ ଯୋଜନା ରଖିଛନ୍ତି। ସେଥିମଧ୍ୟରୁ ମୟୂରଭଞ୍ଜର ଦଣ୍ଡବୋଷଠାରେ ବିମାନବନ୍ଦର ହେବା ନେଇ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିଳାନ୍ୟାସ କରିଥିଲେ। ଏହାଛଡ଼ା ଢେଙ୍କାନାଳର ବିରାଶାଳଠାରେ ପୂର୍ବରୁ ଥିବା ଏୟାରଷ୍ଟ୍ରିପ୍‌କୁ ଆଭିଏଶନ ଟ୍ରେନିଂ ସେଣ୍ଟର ଭାବେ ନିର୍ମାଣ କରାଯିବ ଏବଂ ତୁଷୁରାଠାରେ ଯେଉଁ ବିମାନବନ୍ଦର ହେବାକୁ ଅଛି, ତାହା ଏକ ପ୍ରକାର ସ୍ଥିର। ବାକି ୫ଟି ସ୍ଥାନରେ ବିମାନବନ୍ଦର ହେବ ନା ନାହିଁ ତାହା ପ୍ରଶ୍ନବାଚୀ ଭିତରେ ରହିଛି। ରାଉରକେଲାଠାରେ ସେଲ୍‌ ସହ ମିଶି ବିମାନବନ୍ଦର ପ୍ରତିଷ୍ଠା କରାଯିବା ଯୋଜନା ଅଛି। ରାୟଗଡ଼ାର ଗୁଡ଼ାରିଠାରେ ଯଦି ବିମାନବନ୍ଦର ହୁଏ ତାହାକୁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଦାୟିତ୍ୱ ନେଇ ଚଳାଇବ ବୋଲି ଜଣେ ପରିବହନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏସବୁ ଭିତରେ ପୁରୀ ଭଳି ବଡ଼ ପର୍ଯ୍ୟଟନସ୍ଥଳରେ ହେବାକୁ ଥିବା ବିମାନବନ୍ଦର ଚର୍ଚ୍ଚାର ସର୍ବାଗ୍ରେ ରହିଥିବାବେଳେ ଉକ୍ତ କାର୍ଯ୍ୟ ଡେଲୋଇଟ୍‌ କେତେ ତୁଲାଉଛି ତାହା ସମୟ ସ୍ପଷ୍ଟ କରିବ ବୋଲି ଶୁଣିବାକୁ ମିଳୁଛି। ଜମି ଅଧିଗ୍ରହଣ ଏବଂ ବିମାନବନ୍ଦର କାର୍ଯ୍ୟ ସମ୍ପର୍କରେ ଡେଲୋଇଟ୍‌ କମ୍ପାନୀର ପୂର୍ବରୁ କିଛି ଅଭିଜ୍ଞତା ରହିଛି କି ନାହିଁ, ତାହା ଇଣ୍ଟରନେଟ୍‌ରୁ ଜାଣିବାକୁ ଚେଷ୍ଟା କରିଥିଲୁ। ହେଲେ ଉକ୍ତ କମ୍ପାନୀର ଜମି ଅଧିଗ୍ରହଣ ଓ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ନେଇ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?