ମେଟ୍ରୋ

ଖାଦ୍ୟ, ପାଣି ଆଶାରେ ଗାଁ ମୁହାଁ ବନ୍ୟଜନ୍ତୁ: ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ଅସ୍ତରଙ୍ଗ ବନବିଭାଗ

କାକଟପୁର,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବଡ଼ ସିରେଇ ଗ୍ରାମରୁ ଅସ୍ତରଙ୍ଗ ବନବିଭାଗ ବୁଧବାର ମଧ୍ୟାହ୍ନରେ ଏକ ହରିଣକୁ ଉଦ୍ଧାର କରି ମୁହାଁଣ ମୁହଁ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଖାଦ୍ୟ ଓ ପାଣି ଆଶାରେ ମଙ୍ଗଳବାର ରାତିରେ କେତୋଟି ହରିଣ…

୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ। ଅପରାହ୍ନ ୩.୩୦ରେ ସୂଚନା ଭବନ ପରିସରରେ ଥିବା ଗୀତ ଗୋବିନ୍ଦ ସଦନରେ ଏହା ଘୋଷଣା…

ଅନନ୍ତନାଗରେ ଓଡ଼ିଆ ଯବାନ ଶହୀଦ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜମ୍ମୁ କଶ୍ମୀରର ଅନନ୍ତନାଗରେ ଓଡ଼ିଆ ଯବାନ ଅଜିତ ସାହୁ ଶହୀଦ ହେବା ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସେ ଶହୀଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା…

ସରକାରୀ ନିର୍ଦ୍ଦେଶକୁ ଅବମାନନା: ଖରାଛୁଟି ଅବଧି ବୃଦ୍ଧି ସତ୍ତ୍ୱେ ରାଜଧାନୀର କିଛି ଘରୋଇ ସ୍କୁଲ ଖୋଲା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଖରାଛୁଟି ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ଏହାନୁଯାୟୀ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ୨୫ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରାଜଧାନୀର କିଛି ଘରୋଇ ସ୍କୁଲ ବୁଧବାର ଖୋଲିଥିବା…

ବଜ୍ରପାତ ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଗରମ ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ପ୍ରବଳ ଗୁଳୁଗୁଳି ଯୋଗୁ ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୨୫ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି। ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବେ ସେ ନେଇ…

ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ନବୀନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ବୈଠକରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କରେ ଆଲୋଚନା ହେବ। ତେବେ…

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ, ଜାଣନ୍ତୁ କିଏ ହେଲେ ଟପ୍ପର…

ଭୁବନେଶ୍ୱର,୧୯।୬(ବ୍ୟୁରୋ): ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷାଫଳ। ବୁଧବାର ଏହି ପରୀକ୍ଷାଫଳ ଘୋଷଣା କରାଯାଇଛି। ଛାତ୍ରୀଛାତ୍ରମାନେ www.ojee.nic.in ରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଟପ୍ପର ତାଲିକା: -ଏମ୍‌ବିଏ: ପ୍ରଦୀପ କୁମାର କମ୍ପ -ଏମ୍‌ସିଏ: ସ୍ମିତାରାଣୀ ଚୌଧୁରୀ -ଏମ୍‌ଟେକ୍‌: ପ୍ରଦୀପ…

ତାପଙ୍ଗ ଛକରେ ବୋମା ପକାଇ ସାନି ମେଶିନ ପୋଡିଦେଲେ ଦୁର୍ବୃତ୍ତ, ୨ ଅଫୁଡ଼ା ବୋମା ଜବତ

ଖୋର୍ଦ୍ଧା ଅଫିସ, ୧୯।୬: ଖୋର୍ଦ୍ଧା ଜିଲା ତାପଙ୍ଗ ଛକ ଏନ୍‌କେଏସ୍‌ କ୍ରସର ନିକଟରେ ଥିବା ଏକ ସାନି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମା ପକାଇ ପୋଡ଼ିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ବୁଧବାର ସକାଳେ ମଧ୍ୟ ୨ଟି ହାତ ତିଆରି…

ମାଗଣା ଔଷଧ ପାଇଁ ୪୨.୫୨ କୋଟି

କଟକ ଅଫିସ, ୧୯।୬: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ପରେ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ପୂର୍ବରୁ ମେଡିକାଲର ବିଭିନ୍ନ ଉତ୍ସରୁ ୟୁଜର୍ସ ଫି ଆଦାୟ କରାଯାଉଥିଲା। ମାତ୍ର ଫେବୃୟାରୀ ପହିଲାରୁ ଏହି ଫି ଆଦାୟ…

ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା : ଗଠନ ହେବ ଓଡ଼ିଶା କ୍ୟାନ୍‌ସର କେୟାର ଫାଉଣ୍ଡେଶନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସମୀକ୍ଷା ବୈଠକ ମଙ୍ଗଳବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସେବା ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟରେ କର୍କଟ…

ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୬୨ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୧୫ ଏନ୍‌ଜିଓଠାରୁ ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଙ୍ଗଳବାର ରୁଧିତାପ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ମ୍ୟାନେଜମେଣ୍ଟ(ଆର୍‌ଆଇଟିଏମ)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି।…

ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ : ଜିଲାପାଳଙ୍କ କୋର୍ଟରେ ହେଲା ଶୁଣାଣି

ପୁରୀ ଅଫିସ,୧୯ା୬: ସମୁଦ୍ରକୂଳ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ ତିଆରି କରିବା ଲାଗି ଇସ୍କନ ୨୦୧୫ରେ ପିକେଡିଏଠାରୁ ଅନୁମୋଦନ ପାଇଥିଲା। କିନ୍ତୁ ସେଠାରେ ଇସ୍କନ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବ ବୋଲି ଅଭିଯୋଗ ଉଠିବା ପରେ ବିବାଦ ଉପୁଜିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?