ଛେଳିପଲ ଉଜାଡ଼ିଲେ କାକୁଡ଼ି ଫସଲ:ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଆଠଗଡ଼,୨୮।୫(ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଥାନା ଅଧୀନ ଉପର ବାଙ୍କୀ ମାଳବିହାରପୁର ଗ୍ରାମରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସୋମବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଛି। ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।…
ଜେଇଇ ଆଡ୍ଭାନ୍ସଡ୍: ଓଡ଼ିଶାରୁ ପରୀକ୍ଷା ଦେଲେ ୩ ହଜାର ଛାତ୍ରୀଛାତ୍ର-ଆସନ୍ତା ୧୪ରେ ପ୍ରକାଶ ପାଇବ ର଼୍ୟାଙ୍କ୍ କାର୍ଡ
ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ଆଇଆଇଟିରେ ନାମଲେଖା ପାଇଁ ସୋମବାର ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହୋଇଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବାବେଳେ ଓଡ଼ିଶାରୁ ୩୨୬୧ ଜଣ ପରୀକ୍ଷା ଦେଇଛନ୍ତି। ଦୁଇଟି ପେପରରେ ପରୀକ୍ଷା…
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର
ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଚକ୍ଷୁରୋଗୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ…
ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ତତ୍ପର: ୨୩ କୋଚିଂ ସେଣ୍ଟରରେ ଯାଞ୍ଚ
ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ନିକଟରେ ଗୁଜରାଟର ସୁରଟରେ ଘଟିଥିବା ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୨୩ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହି ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛି। ଅଗ୍ନିଶମ ଡିଜି ବି.କେ ଶର୍ମାଙ୍କ…
ଓଭରବ୍ରିଜ୍ ଉପରେ ଧକ୍କା ଦେଲା ଟ୍ରକ ୩୦ ଫୁଟ ତଳକୁ ଖସି ବାପ, ପୁଅ ମୃତ
ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଓଭରବ୍ରିଜ୍ ପାଲଟିଛି ଡେଥ୍ ଜୋନ୍। ଦୁର୍ଘଟଣା ନେଉଛି ବହୁ ଜୀବନ। ସୋମବାର ସକାଳେ ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଛକ ନିକଟ ଓଭରବ୍ରିଜ ଉପରେ ଆଉ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍…
୪୩ ହଜାର ଗ୍ରାହକଙ୍କୁ ଦିଆଗଲାଣି ବିଦ୍ୟୁତ୍ ସଂଯୋଗରଥଯାତ୍ରା ପୂର୍ବରୁ ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ
ପୁରୀ ଅଫିସ, ୨୭ା୫: ବାତ୍ୟାରେ ପୁରୀ ଜିଲାରେ ବିଦ୍ୟୁତ୍ ବିଭାଗର ସବୁଠୁ ଅଧିକ କ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲାର ଅନେକ ଅଞ୍ଚଳ ଅନ୍ଧାର ରହିଛି। ତଥାପି ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ବିଦ୍ୟୁତ୍…
ଭିଜିଲାନ୍ସ ଜାଲରେ ଗୋପ ଥାନା ଅଧିକାରୀ
ଗୋପ, ୨୭।୫(ଡି.ଏନ୍.ଏ): ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଚିତ୍ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ରେଞ୍ଜ ଡିଏସ୍ପି ଅକ୍ଷୟ କୁମାର ମିଶ୍ରଙ୍କ ସହ ଏକ…
୮,୯ରେ ଓଜେଇଇ କମ୍ପ୍ୟୁଟର ବେସ୍ଡ ପିଜି ପରୀକ୍ଷା
ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଜୁନ୍ ୮ ଓ ୯ରେ ଓଜେଇଇର କମ୍ପ୍ୟୁଟର ବେସ୍ଡ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍ଲାଇନ୍ରେ ଏହି ପରୀକ୍ଷା ହେବାକୁ ଯାଉଛି। ୮ ତାରିଖରେ ୩ଟି ଓ ୯ରେ ୨ଟି ସିଫ୍ଟରେ ପରୀକ୍ଷା…
କାଠଯୋଡ଼ିରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା: ୨୧ ଘଣ୍ଟା ପରେ ମୃତଦେହ ଉଦ୍ଧାର
ନରାଜ/ବାରଙ୍ଗ, ୨୭।୫(ଡି.ଏନ୍.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡ଼ିରେ ବୁଡ଼ି ରବିବାର ମଧ୍ୟାହ୍ନରେ ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ ଝାଡ଼ଖଣ୍ଡର ବିକି କୁମାର(୨୨)। ପ୍ରକାଶ ଯେ, ବିକି ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ପାଖରେ…
ବାପ-ପୁଅ ଦଳରେ ପରିଣତ ହୋଇଛି କଂଗ୍ରେସ : ନିରଞ୍ଜନଙ୍କ ଉପରେ ବର୍ଷିଲେ କାହ୍ନୁ
ଭୁବନେଶ୍ୱର,୨୭ା୫(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବାପରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବହୁ ବରିଷ୍ଠ ନେତା ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସର ପୂର୍ବତନ…
ଅଗ୍ନି ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ
କଟକ ଅଫିସ,୨୭ା୫ : ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିବିଭାଗ ପକ୍ଷରୁ କଟକରେ ଯାଞ୍ଚ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ସହରର ଉପରୋକ୍ତ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ସେଣ୍ଟରଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ଅଛି…
ଲିଫ୍ଟ ବେସ୍ରେ ନିଆଁ, ଦୌଡ଼ିଲେ କର୍ମଚାରୀ
ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଖବରକାଗଜ ସଂସ୍ଥା କାର୍ଯ୍ୟାଳୟର ଲିଫ୍ଟ ବେସ୍ରେ ରବିବାର ନିଆଁ ଲାଗିଯାଇଥିଲା। ଫଳରେ ଷଷ୍ଠ ମହଲା ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଇଥିଲା। ଏହାଦେଖି କାର୍ଯ୍ୟାଳୟରେ ଆତଙ୍କ ଖେଳିଯାଇଥିଲା। କର୍ମଚାରୀମାନେ ଭୟଭୀତ ହୋଇପଡିବା ସହ ଚିତ୍କାର କରି…
Archives


