ମେଟ୍ରୋ

ଟଙ୍କା ପାଇଁ ସାଢ଼େ ୬ଘଣ୍ଟା ଅପେକ୍ଷାକଲେ ହିତାଧିକାରୀ

ଗୋପ, ୨୦।୬(ଡିି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ରାସନକାର୍ଡ଼ଧାରୀଙ୍କୁ ମିଳିବାକୁ ଥିବା ଫନୀ ସହାୟତା ରାଶି ପାଇଁ ହିତାଧିକାରୀଙ୍କୁ ସାଢ଼େ ୬ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହିଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ଗୁରୁବାର ବ୍ଲକର ୩୧ପଞ୍ଚାୟତର ହିତାଧିକାରୀ ବାତ୍ୟା ସହାୟତା ରାଶି ୧୦୦୦…

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବା ପରେ ସାରା ଓଡ଼ିଶାକୁ  ଛୁଇଁବ। ତେବେ ମୌସୁମୀ ଲଘୁଚାପ ନେଇ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ…

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି: ଆବେଦନର ଶେଷ ତାରିଖ ଜୁଲାଇ ୮

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଛାତ୍ରୀଛାତ୍ରମାନେ ଆସନ୍ତା ୨୪ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ଜୁଲାଇ ୮। ସେହିଭଳି ଜୁଲାଇ ୧୮ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବାକୁ…

ବଢ଼ିବ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମ୍‌ଓ ସମ୍ମିଳନୀ ଚାଲିଛି। ଏହି ସମ୍ମିଳନୀର ଦ୍ୱିତୀୟ ଦିନରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ଏହା ୬୮ ବର୍ଷ ରହିଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ…

ଓଭରବ୍ରିଜରେ ପିଟିହୋଇ ୨ ସାଙ୍ଗଙ୍କ ଜୀବନ ଗଲା, ଜଣେ ଗୁରୁତର

ପୁରୀ ଅଫିସ,୨୦ା୬ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ସଦର ଥାନା ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ପିଟିହୋଇ ଦୁଇ ସାଙ୍ଗଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁବାର ଭୋର୍‌ରୁ ଏହି ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଭଦ୍ରକର…

ବଜ୍ରପାତରେ ଜଣେ ମୃତ, ସରକାରୀ ସହାୟତା ଦାବି

ଗୋପ,୨୦।୬(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ବନ୍ତଳିଗ୍ରାମର ଜଣେ ବ୍ୟକ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଗୋପାଳ ସେନାପତି(୪୫)। ପୂର୍ବାହ୍ନରେ ସେ ନିଜ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ସେ…

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

କାକଟପୁର,୨୦ା୬(ଡି.ଏନ୍‌.ଏ.) : ପୁରୀ ଜିଲା କାକଟପୁର ବ୍ଲକ ଲତାହରଣ ଗ୍ରାମରେ ଗୁରୁବାର ବଜ୍ରପାତ ଘଟି ଚାଷୀ ବାବାଜୀ ସାହୁ (୫୬)ଙ୍କ ଜୀବନ ଯାଇଛି। ମୃତ ବାବାଜୀ ନିଜ ବିଲକୁ ଆଜି ପୂର୍ବାହ୍ନରେ ଯାଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ଅଚେତ…

ଭୁବନେଶ୍ୱରେ ପହଞ୍ଚିଲା ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ, ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରାର୍ଥୀବ ଶରୀରକୁ ସ୍ଥାନୀୟ ୧୨୦ ବାଟାଲିୟନ…

ବଦଳିଲା ନିଷ୍ପତ୍ତି, ଶୁକ୍ରବାର ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଶୁକ୍ରବାର ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ତଥା ଖରା କମିଯିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା। ମାତ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହକୁ…

ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ଭାଇରାଲ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ପରିସର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପାଟରା ସେବାୟତ ଚତୁର୍ଦ୍ଧା ବିଗ୍ରହଙ୍କ ଲାଗି ପଇତା ତିଆରି କରୁଥିବାବେଳେ ସେଲ୍‌ଫି ଉଠାଇଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି…

ଫଳ ଗୋଦାମ, ଦୋକାନରେ ସିଏମ୍‌ସିର ଚଢାଉ: ଯାଞ୍ଚ ପାଇଁ ଲିଚୁକୋଳିର ନମୁନା ସଂଗ୍ରହ

କଟକ ଅଫିସ,୨୦ା୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶତାଧିକ ଶିଶୁଙ୍କ ଜୀବନହାନି ଘଟିଛି। ହେଲେ ଏହା ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଲିଚୁରେ ଥିବା ଟକ୍ସିକ୍‌ ଏଲିମେଣ୍ଟକୁ ଅନେକ ବିଶେଷଜ୍ଞ ଦାୟୀ କରୁଛନ୍ତି। ଏନ୍‌ସେଫାଲାଇଟିସ ଲିଚୁରେ ବ୍ୟାପିଥିବା କୁହାଯାଉଛି।…

କ୍ୟାପିଟାଲ ହସ୍ପିଟାଲ ମର୍ଗ ଫ୍ରିଜର ଅଚଳ: ମୃତଦେହ ଗନ୍ଧରେ ଫାଟିପଡୁଛି ହସ୍ପିଟାଲ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହ (ମର୍ଗ) ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ମର୍ଗରେ ଥିବା ଦୁଇଟି ଫ୍ରିଜର ଗୋଟିକ ପରେ ଗୋଟିଏ ଖରାପ ହୋଇପଡିବାରୁ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ଖୋଲାରେ ରଖାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri