୨୩ରେ ଭାଜପାର ବିରୋଧୀ ଦଳ ନେତା ଚୟନ
ଭୁବନେଶ୍ୱର,୨୧।୬(ବ୍ୟୁରୋ) : ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏହାର ଦିନକ ଆଗରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ବିରୋଧୀ କଂଗ୍ରେସ ଓ ଭାଜପା ନିଜ ଦଳୀୟ ବିଧାୟକଙ୍କୁ ନେଇ…
ନିଟ୍କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ
ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ଏନଟିଏ) ତରଫରୁ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍)-୨୦୧୯ରେ ଓଡିଶାରେ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଫଳରେ ରାଜ୍ୟରେ ପାସ୍ହାର…
ରିସର୍ଚ୍ଚ ସେଣ୍ଟର କରିବ ସ୍ୟାକ୍ ରୋବଟିକ୍ସ ସ୍କୁଲ
ଭୁବନେଶ୍ୱର, ୨୧।୬(ବ୍ୟୁରୋ) : ସ୍ଥାନୀୟ ସ୍ଟାର୍ଟଅପ୍ କମ୍ପାନୀ ସ୍ୟାକ୍ ରୋବଟିକ୍ସ ସ୍କୁଲ ରିସର୍ଚ୍ଚ ସେଣ୍ଟର ଆରମ୍ଭ କରିବା ନେଇ ଘୋଷଣା କରିଛି। ସ୍ୟାକ ରୋବଟିକ୍ସ ରୋବଟିକ୍ ଶିକ୍ଷା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବା ସହ ରୋବର୍ଟ ଖେଳନା, ରୋବର୍ଟ ଡିଆଇୱାଇ କିକ୍…
ବିଶ୍ୱ ସଙ୍ଗୀତ ଦିବସ : ହକ୍ ପାଇପାରୁନି ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟତାର ସମସ୍ତ ଗୁଣ ଥାଇ ବି ପାଉନି ମାନ୍ୟତା
ଭୁବନେଶ୍ୱର,୨୧।୬ : ଶାସ୍ତ୍ରୀୟତାର ସମସ୍ତ ଗୁଣ ଓ ଉପାଦାନ ଓଡ଼ିଶୀ ସଙ୍ଗୀତ ପାଖରେ ରହିଛି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ ମୂଳଗୁଣ ଏହାର ପରମ୍ପରା, ନିର୍ଦ୍ଦିଷ୍ଟ ଶାସ୍ତ୍ର, ନିଜସ୍ବ ରାଗ ଓ ତାଳକୁ ନେଇ ସ୍ବତନ୍ତ୍ର ବ୍ୟାକରଣ ଓଡ଼ିଶୀ ସଙ୍ଗୀତର ରହିଛି।…
ଫନୀ କ୍ଷୟକ୍ଷତି ଆକଳନ: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୨୧।୬ (ବ୍ୟୁରୋ): ବାତ୍ୟା ‘ଫନୀ’ କ୍ଷୟକ୍ଷତି ଆକଳନ କରିବାକୁ ଏକ ୪ ଜଣିଆ କେନ୍ଦ୍ରୀୟ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହିି ଟିମ୍ ଶୁକ୍ରବାର ପୁରୀ ଜିଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ।…
ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି
ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଯୁକ୍ତ୨ ନାମଲେଖା ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୨୦…
ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧।୬ (ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଛନ୍ତି। ଏକ ଦେଶ, ଏକ ନିର୍ବାଚନ ପ୍ରସଙ୍ଗରେ ହୋଇଥିବା ବୈଠକରେ ଯୋଗ ଦେବା ପାଇଁ ନବୀନ ବୁଧବାର ଦିଲ୍ଲୀ ଗସ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ…
ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ : କାଳିଆ, ଜଳସେଚନ, ଏସ୍ଏଚ୍ଜିକୁ ଗୁରୁତ୍ୱ
ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯିବ। ଏ ନେଇ ଚିଠା ବଜେଟ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଗୁରୁବାର ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ…
ଆଜିଠୁ ମୌସୁମୀ ବର୍ଷା : ୩ ଦିନ ବର୍ଷିବ, ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ। ସ୍ବାଭାବିକ (ଜୁନ ୧୦)ଠାରୁ ୧୦ ଦିନ ପରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ୨୧ ତାରିଖ ସନ୍ଧ୍ୟାରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମୌସୁମୀ ବର୍ଷା ଲାଗି ରହିବ ବୋଲି…
ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଅପରାହ୍ନ ୩ଟା ୩୦ରେ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରୀଛାତ୍ର www.chseodisha.nic.in ଏବଂ http://orissaresults.nic.in ଓ୍ବାବ୍ସାଇଟ୍ରେ ନିଜ…
ଟ୍ରେନ୍, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍: ୪୪ ମୋବାଇଲ୍ ଜବତ, ୫ ଗିରଫ
ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍ରୁ ଯାତ୍ରୀଙ୍କଠାରୁ ମୋବାଇଲ୍ ଲୁଟ୍ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍ପି ଓ ଆର୍ପିଏଫ୍ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା ବେଳେ ଚୋରି ମୋବାଇଲ୍ ରଖିଥିବା ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ…
ଟଙ୍କା ପାଇଁ ସାଢ଼େ ୬ଘଣ୍ଟା ଅପେକ୍ଷାକଲେ ହିତାଧିକାରୀ
ଗୋପ, ୨୦।୬(ଡିି.ଏନ୍.ଏ.)-ସରକାରଙ୍କ ପକ୍ଷରୁ ରାସନକାର୍ଡ଼ଧାରୀଙ୍କୁ ମିଳିବାକୁ ଥିବା ଫନୀ ସହାୟତା ରାଶି ପାଇଁ ହିତାଧିକାରୀଙ୍କୁ ସାଢ଼େ ୬ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହିଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ଗୁରୁବାର ବ୍ଲକର ୩୧ପଞ୍ଚାୟତର ହିତାଧିକାରୀ ବାତ୍ୟା ସହାୟତା ରାଶି ୧୦୦୦…
Archives


