ବିଶ୍ୱ ସଙ୍ଗୀତ ଦିବସ : ହକ୍‌ ପାଇପାରୁନି ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟତାର ସମସ୍ତ ଗୁଣ ଥାଇ ବି ପାଉନି ମାନ୍ୟତା

ଭୁବନେଶ୍ୱର,୨୧।୬ : ଶାସ୍ତ୍ରୀୟତାର ସମସ୍ତ ଗୁଣ ଓ ଉପାଦାନ ଓଡ଼ିଶୀ ସଙ୍ଗୀତ ପାଖରେ ରହିଛି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ ମୂଳଗୁଣ ଏହାର ପରମ୍ପରା, ନିର୍ଦ୍ଦିଷ୍ଟ ଶାସ୍ତ୍ର, ନିଜସ୍ବ ରାଗ ଓ ତାଳକୁ ନେଇ ସ୍ବତନ୍ତ୍ର ବ୍ୟାକରଣ ଓଡ଼ିଶୀ ସଙ୍ଗୀତର ରହିଛି। ମନ୍ଦିର କଳାକୃତିରୁ ମଧ୍ୟ ଏହାର ପ୍ରାଚୀନତାର ଅନେକ ପ୍ରମାଣ ମିଳିସାରିଛି। ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ଓଡ଼ିଶୀ ସଙ୍ଗୀତ। ଦେଶରେ ଥିବା ପ୍ରମୁଖ ସଙ୍ଗୀତଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ସ୍ବତନ୍ତ୍ର ରାଗ, ତାଳ ସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ଏହାସତ୍ତ୍ୱେ ଆଜି ଯାଏ ଓଡ଼ିଶୀ ସଙ୍ଗୀତ ପାଇପାରୁନି ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା। ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷାକୁ ଇତିମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିଲେ ମଧ୍ୟ ଓଡ଼ିଶୀ ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ପ୍ରାଚୀନତାର ପ୍ରମାଣପତ୍ର ଏକାଠି କରିବାରେ ରାଜ୍ୟ ସରକାର ବାରମ୍ବାର ବିଫଳ ହେଉଥିବାରୁ ଭାରତବର୍ଷର ଏହି ପୁରାତନ ସଙ୍ଗୀତ ଏହାର ହକ୍‌ ପାଇବାରୁ ବଞ୍ଚିତ ହୋଇଛି।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ରାଜ୍ୟ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଥିଲେ ମଧ୍ୟ ତାହା ଅଧାବାଟରେ ଅଟକି ଯାଇଛି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ଗତ ୬ବର୍ଷ ହେବ ଯୋଜନା ହୋଇଥିଲେ ବି ତାହା ଆଗେଇ ପାରୁନାହିଁ। ୨୦୧୪ ମସିହାରୁ ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶାସ୍ତ୍ରୀୟ ମାନ୍ୟତା ଫାଇଲ ଏବେ ନାଲିଫିତା ତଳେ ପଡ଼ିରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ଗଠିତ କମିଟି ଏବେ ଅକାମୀ ହୋଇଯାଇଛି। ଫଳରେ ଦେଶର ଅନ୍ୟାନ୍ୟ ପ୍ରମୁଖ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିବା ବେଳେ ଓଡ଼ିଶୀକୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଓଡ଼ିଶୀ ସଙ୍ଗୀତର ପ୍ରାଚୀନତାର ପ୍ରମାଣ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଅସୁବିଧା ନାହିଁ ବୋଲି ଗବେଷକମାନେ ବିଭିନ୍ନ ସମୟରେ ମତ ଦେଇଛନ୍ତି। ହେଲେ ଏହି ପ୍ରାଚୀନତା ପ୍ରମାଣପତ୍ରକୁ ଏକାଠି କରିବାରେ ବାରମ୍ବାର ବିଫଳ ହେଉଛନ୍ତି ରାଜ୍ୟ ସରକାର। ଶାସ୍ତ୍ରୀୟ ମାନ୍ୟତା ଲାଗି ପୂର୍ବରୁ ପ୍ରତିଷ୍ଠିତ ରାଗ, ରାଗିଣୀର ପୁନରୁଦ୍ଧାର କରାଯିବା ନିତାନ୍ତ ଜରୁରୀ ହୋଇଥିବା ବେଳେ ତାହାର ପୁନରୁଦ୍ଧାର ଦିଗରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏହାମଧ୍ୟରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିବା ବେଳେ ଓଡ଼ିଶୀ ସଙ୍ଗୀତ କିନ୍ତୁ ଯେଉଁଠି ସେଇଠି ରହିଯାଇଛି।
କେବଳ ଏତିକି ନୁହେଁ, ଓଡ଼ିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡ଼ା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଙ୍ଗୀତର କ୍ରମବିକାଶ, ଆନୁଷଙ୍ଗିକ କଳାରେ ଓଡ଼ିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡ଼ିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଟ୍ୟ ଆଦି ଉପରେ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାର ସଙ୍ଗୀତଜ୍ଞ, ଗବେଷକମାନଙ୍କୁ କହିଥିଲେ ମଧ୍ୟ ତାହା ହୋଇପାରିନାହିଁ। ମନଇଚ୍ଛା ରିପୋର୍ଟ ପ୍ରସ୍ତୁତ କରି ପଠାଯାଉଥିବାରୁ ଏବଂ ରିପୋର୍ଟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଗୁରୁତ୍ୱର ସହ ନେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri