ମେଟ୍ରୋ

ପଲ୍ୟୁସନ ଚେକିଂ କୋହଳ ନିଷ୍ପତ୍ତି: ମାସେ ଯାଏ ହେବନି ଯାଞ୍ଚ, ଲୋକଙ୍କୁ ଅଯଥାରେ ହଇରାଣ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୬।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ, ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ୍‌ ପ୍ରମାଣପତ୍ର ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ…

ବିଭାଗୀୟ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା: ୬ଙ୍କୁ ରାଷ୍ଟ୍ରମନ୍ତ୍ରୀ, ୪ଙ୍କୁ ପ୍ରମୁଖ ସଚିବ, ଜଣେ ହେଲେ ମୁଖ୍ୟ ସଚିବ

ଭୁବନେଶ୍ୱର,୬।୯(ବ୍ୟୁରୋ): ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ଶୁକ୍ରବାର ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ୪ଜଣଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି। ଲୋପାମୁଦ୍ରା ବକ୍ସିପାତ୍ର,…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ: ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା

ପୁରୀ ଅଫିସ,୬।୯: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଆଦର୍ଶ ଗୁରୁକୁଳ,…

ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର କରାଯାଇଛି। ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପକ୍ଷରୁ କାଗଜପତ୍ର ଯାଞ୍ଚ କଡାକଡି କରାଯିବା ସହ…

ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା : ବିପଦକୁ ଆମନ୍ତ୍ରଣ କରୁଛି ମେରାଇନ୍‌ ପୋଲିସରେ ଅବ୍ୟବସ୍ଥା

ଭୁବନେଶ୍ୱର,୬।୯ : କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ହଟାଇବା ପରେ ବିଶେଷଭାବେ ପ୍ରତିକ୍ରୀୟାଶୀଳ ହୋଇ ଉଠିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ। ପାକିସ୍ତାନ ସରକାର,ସେନା, ଗୁଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ଓ ପାକିସ୍ଥାନ ଅଧିକୃତ କାଶ୍ମୀର(ପିଓକେ)ରେ ସକ୍ରିୟ ଥିବା ଜୈସ୍‌-ଇ-ଅହମ୍ମଦ,…

ପାଠ୍ୟକ୍ରମରେ ସାମିଲ ହେବ କଠିନ ବର୍ଜ୍ୟ ପରିଚାଳନା

ଭୁବନେଶ୍ୱର,୬।୯(ବ୍ୟୁରୋ) : ପ୍ରତି ୱାର୍ଡ, ବାସଗୃହରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ସୃଷ୍ଟି ସହ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗୁରୁବାର ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ…

ଫ୍ଲାଟ୍‌ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ : ବିଲଡର୍‌ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ):ରାଜଧାନୀରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ଆଳରେ ୨ କୋଟି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବିଲଡର୍‌ଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଗିରଫ ବିଲଡର୍‌ ଜଣଙ୍କ ହେଲେ ଶୁଭାଦିତ୍ୟ ପ୍ରାଇଭେଟ୍‌ ଆଣ୍ଡ୍‌ ଲିମିଟେଡ୍‌ କମ୍ପାନୀର…

ଐତିହ୍ୟ ଶିଶୁପାଳଗଡ଼ କାଟି କଲେ ରାସ୍ତା

ପୁରୁଣା ଭୁବନେଶ୍ୱର,୬।୯(ଡି.ଏନ.ଏ.) : ଏକଦା ଐତିହ୍ୟ ଶିଶୁପାଳଗଡ ଏ୫୬୨. ୬୦୦ ଡିସିମିଲରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ଥିବାବେଳେ ଏବେ ମାତ୍ର ଏ.୦.୭୭୭ ଡିସିମିଲରେ ଏହା ରହିଛି। ସମ୍ପ୍ରତି ଶିଶୁପାଳଗଡରେ ମହାଭୋଇ ଶାସନ, ଶିଶୁପାଳ, ବଡଧାନପୁର, ଏଭଳି କେତେଗୋଟି ମୌଜାକୁ ସଂରକ୍ଷଣ ନିମନ୍ତେ…

ମୋଟର ଯାନ ଆଇନ ଉଲ୍ଲଂଘନ : ଜରିମାନା ଆଦାୟରେ ଆଗରେ ଓଡ଼ିଶା

ଭୁବନେଶ୍ୱର,୬।୯ (ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି। ତେବେ ଜରିମାନା ଆଦାୟରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ରହିଛି। ଗତ…

କନିଷ୍ଠ ପ୍ରଶାସନରେ ସାମାନ୍ୟ ଅଦଳବଦଳ

ଭୁବନେଶ୍ୱର,୬-୯(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଶିଳ୍ପ ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟର (ଓସିଏସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ନିଯୁକ୍ତି ମିଳିଛି। କେନ୍ଦୁଝର କେଆଇପିର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ…

ଘର ଦେବାରେ ଖିଲାପ କଲେ ବିଲ୍‌ଡରଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଭୁବନେଶ୍ୱର,୬-୯(ବ୍ୟୁରୋ):ଘର ଖଣ୍ଡେ ପାଇଁ ବ୍ୟକ୍ତି ନିଜର ସମସ୍ତ ଆୟକୁ ଲଗାଇ ଦେଇଥାଏ। ଟଙ୍କା ପଇଠ କରି ଯଦି ଘର ନ ମିଳିବ ତେବେ କଥା ସରିଲା। ରାଜ୍ୟ ତଥା ଦେଶରେ ବହୁ ବ୍ୟକ୍ତି ଘର ନ ପାଇ ବିଲଡର କିମ୍ବା ରିୟଲ…

ବେଆଇନ ନିର୍ମାଣକୁ ମାଫ୍‌

ଭୁବନେଶ୍ୱର,୬-୯(ବ୍ୟୁରୋ):ବିନା ଅନୁମୋଦନରେ କିମ୍ବା ଅନୁମୋଦନ ସହ ନିୟମ ଉଲ୍ଲଂଘନ କରି ଘର ନିର୍ମାଣ କରିଥିବା ଲୋକମାନଙ୍କ ପାଇଁ ସର୍ବକ୍ଷମା ଯୋଜନା(ଆମେନିଷ୍ଟ ସ୍କିମ୍‌) ଜରିମାନା ରାଶିକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ଆବାସିକ ଘର ପାଇଁ ଅନୁମୋଦନକୁ ଉଲ୍ଲଂଘନ କରି ଗୃହ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?