ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନ୍ଚିଟ୍ ମିଳିବା ପ୍ରସଙ୍ଗରେ ବର୍ଷିଲା ଭାଜପା: ପ୍ରମାଣ ଥିବା ସତ୍ତ୍ୱେ ଚ୍ୟାଲେଞ୍ଜ କରିବାକୁ ଦିଆଗଲା ନାହିଁ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇଜଣ ମହିଳାଙ୍କୁ ସରକାରୀ ଅର୍ଥରେ ସାଙ୍ଗରେ ନେଇଥିବା ଅଭିଯୋଗ ହୋଇଥିଲା। ହେଲେ ଗୁରୁବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିବୃତି ରଖି ତାଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ।…
ଡଷ୍ଟବିନ୍ରୁ ମିଳିଲା ନରକଙ୍କାଳ, ଲୋକେ ଆତଙ୍କିତ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସ୍ଥାନୀୟ ଆଇଆର୍ସି ଭିଲେଜ୍ ହାଇସ୍କୁଲ ପଛପଟେ ଥିବା ଏକ ଡଷ୍ଟବିନରୁ ଶୁକ୍ରବାର ନରକଙ୍କାଳ ଉଦ୍ଧାର କରାଯାଇଛି। ଜଣେ ସଫେଇ କର୍ମଚାରୀ ସକାଳେ ଡଷ୍ଟବିନ୍ ସଫା କରୁଥିବା ବେଳେ ପଲିଥିନରେ ବନ୍ଧା ଅବସ୍ଥାରେ କଙ୍କାଳ ଦେଖିବାକୁ ପାଇଥିଲେ। ଖବର ପାଇ ନୟାପଲ୍ଲୀ…
ଶୀତ ଅଧିବେଶନ ଆଗୁଆ ସରିବା ପ୍ରସଙ୍ଗ: ଏହାକୁ ଅଗଣତାନ୍ତ୍ରିକ, ରାଜ୍ୟ ବିରୋଧୀ କହିଲା ଭାଜପା
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ଶେଷ ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଷ୍ଣୁ କହିଛନ୍ତି, ଏହା ଅଗଣତାନ୍ତ୍ରିକ ଓ…
ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ପ୍ରସଙ୍ଗ: ପୁଣି କୋହଳ, ବଦଳିଲାନି ବ୍ୟବସ୍ଥା
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୩ ମାସର ଡେଡ୍ଲାଇନ୍ ସରିବା ପୂର୍ବରୁ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ କଡାକଡି ଲାଗୁ କରିବାକୁ ଆଉ ୩ ମାସ ଗଡ଼ାଇଛନ୍ତି। ଏହି ସମୟ ମଧ୍ୟରେ ଗାଡ଼ି କାଗଜପତ୍ର କରାଇବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି।…
ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ (୧୨୮୦୧-୧୨୮୦୨) ଆସନ୍ତା ଡିସେମ୍ବର ୫ ଓ ୬ରେ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ମୋଗଲସରାଇ ରେଳ ମଣ୍ଡଳର ବାବୁଆ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧିତ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ ପୁରୁଷୋତ୍ତମର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହି ଦୁଇ…
ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍ଷ୍ଟ୍ରୋକ୍ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି। ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଜଟିଳ…
ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବ ପ୍ରଶାସନ
ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ତଥା ମନ୍ଦିର ଆୟ ବୃଦ୍ଧି ନେଇ ପର୍ଯ୍ୟଟନ ବିଭାଗ, ବିଏମସି ଓ ଦେବୋତ୍ତର ବିଭାଗ ମିଳିତ ପ୍ରୟାସରେ ନିର୍ମାଣାଧୀନ ନୂତନ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ପ୍ରାୟତଃ ଶେଷ ହୋଇଛି। ଗୋଟିଏ…
ରାଜଧାନୀରେ ଜମି ମାଫିଆଙ୍କ ଗୁଣ୍ଡାରାଜ: ବନ୍ଧୁକ ଦେଖାଇ ମାଡ଼ମାରି ନେଲେ ଦସ୍ତଖତ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜଧାନୀରେ ଜମି ମାଫିଆ ଓ ଦଲାଲଙ୍କ ଗୁଣ୍ଡାଗିରି ଦିନକୁ ଦିନ ବଢ଼ି ଚାଲିଛି। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଜମି କବ୍ଜା କରୁଛନ୍ତି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ଜମି ମାଲିକଙ୍କୁ ଜମି ମାଫିଆମାନେ ଉଠାଇ…
ରାଜ୍ୟରେ ୨୩ ଶହ କି.ମି. କେନାଲ ରାସ୍ତା ନିର୍ମାଣ ହେବ: ଖର୍ଚ୍ଚ ହେବ ୯ଶହ କୋଟି
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆର୍ସିଆର୍ ପ୍ରୋଜେକ୍ଟ ଅଧୀନରେ ରାଜ୍ୟରେ ୨୩ଶହ କିମି କେନାଲ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନ ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା…
୧ରୁ କୋଣାର୍କ ମହୋତ୍ସବ ଆରମ୍ଭ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଚଳିତବର୍ଷ ୫ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିବ। ଓଡ଼ିିଶୀ ନୃତ୍ୟ ସହ ଭାରତନାଟ୍ୟମ୍,…
ସିଏଜିି ରିପୋର୍ଟ: ୧୬,୩୯୧ କୋଟିର ୟୁସି ଦେଇ ନାହାନ୍ତି ସରକାରୀ ବିଭାଗ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ ରହିଛି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ରରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ…
ବଲାଙ୍ଗୀର ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଗତ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ବଲାଙ୍ଗୀର ଜିଲାର ସମସ୍ତ ବ୍ଲକରେ ପ୍ରବଳ ବୃଷ୍ଟିପାତ ହୋଇଥିଲା। ବଲାଙ୍ଗୀର ବ୍ଲକରେ ୧୪ ତାରିଖରେ ୫୫୦ମି.ମି. ବର୍ଷା ହୋଇଥିଲା। ସେହିପରି ୧୩ତାରିଖରେ ଗୁଡ୍ଭେଲା ବ୍ଲକରେ ୪୧୪ ମି.ମି. ବର୍ଷା ହୋଇଥିବାର ରେକର୍ଡ…

