ରାଜ୍ୟରେ ମାଛ ଉତ୍ପାଦନ ୬୦ ପ୍ରତିଶତ ବଢ଼ିଛି
ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ବିଭାଗ ପକ୍ଷରୁ ଆପଦ୍କାଳୀନ ପାଣ୍ଠି ବାବଦରେ ପ୍ରତି ପ୍ରାଥମିକ ସମବାୟ ସମିତିକୁ ୨ ଲକ୍ଷ ଟଙ୍କା ଲେଖାଏ ସରକାରୀ ସହାୟତା...
ଅଫିସ ଭିତରେ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସରକାରୀ ଅଫିସରମାନେ ଅଫିସ୍ କାମ ସମୟରେ ପୂରା ନିୟମ ପାଳନ କରିବେ। କୌଣସି କନିଷ୍ଠ କର୍ମଚାରୀମାନେ ଏଥର ବରିଷ୍ଠ ଅଧିକାରୀଙ୍କୁ ଅଫିସ ସମୟ କିମ୍ବା ଭିତରେ ଭାଇ ବୋଲି ସମ୍ବୋଧିତ କରିପାରିବେ ନାହିଁ। ଏମିତି ଦୃଶ୍ୟ ନଜରକୁ ଆସିଲେ...
ଶଙ୍କରାଚାର୍ଯ୍ୟଙ୍କୁ ଅସମ୍ମାନିତ କରିଛନ୍ତି ନରସିଂହ: ଭାଜପା; କୌଣସି ଅପମାନସୂଚକ କଥା କହିନାହିଁ: ନରସିଂହ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ା ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା...
କାଳିଆ ଯୋଜନା ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ: ଅଯୋଗ୍ୟ ହିତାଧିକାରୀଙ୍କ ଭୁଲ୍ ତଥ୍ୟ ଦେଇଛନ୍ତି ସରକାର
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏହି ଯୋଜନାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି। ଦଳ ଅଭିଯୋଗ କରିଛି ଏହି ଯୋଜନାରେ ଯେତିକି ଅଯୋଗ୍ୟ ହିତାଧିକାରୀଙ୍କୁ...
ବିଧାନସଭାରେ ଏକ ହେଲେ ଶାସକ, ବିରୋଧୀ: ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଏକ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଦାବି...
ଅନ୍ତର୍ଜାତୀୟ ପୁରୁଷ ଦିବସ: ପୁରୁଷ ‘ରୋଲ୍ ମଡେଲ’
ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ ପାଳନ କରାଯାଉଛି। ହେଲେ ପୁରୁଷଙ୍କ ପାଇଁ ଏଭଳି ଏକ ଦିବସ ରହିଛି, ତାହା ଅନେକଙ୍କୁ ଜଣାନାହିଁ। କିନ୍ତୁ ପ୍ରତିବର୍ଷ ୧୯ ନଭେମ୍ବରରେ ୭୦ରୁ ଊର୍ଦ୍ଧ୍ୱ ଦେଶରେ ପାଳନ ହୁଏ ଅନ୍ତର୍ଜାତୀୟ ପୁରୁଷ ଦିବସ।...
୬,୮୧୭ ଜଣ ସରକାରୀ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗ ୬ ହଜାର ୮୧୭ ଜଣ ସରକାରୀ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ କରିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରୁଜୁ ହୋଇଥିବା ଏହି ମାମଲାରେ ୮୯୫ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ,...
ସିବିଏସ୍ଇ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲା: ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସିବିଏସ୍ଇକୁ ନିର୍ଦ୍ଦେଶ
କଟକ ଅଫିସ,୧୯ା୧୧: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏହି ମାମଲାରେ ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ସିବିଏସ୍ଇକୁ...
ନବୀନଙ୍କୁ ଭେଟିଲେ କମଲ ହାସନ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ଏମ୍ଏନ୍ଏମ୍(ମକ୍କଲ ନିଧି ମୟମର) ଦଳର ମୁଖ୍ୟ କମଲ ହାସନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କମଲ ହାସନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ...
ରାଜ୍ୟରେ ହେବ ଗଞ୍ଜେଇ ଚାଷ: ଆଜି ଉଚ୍ଚସ୍ତରୀୟ ବୈଠକ
କଟକ ଅଫିସ/ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରାଯିବ। ଅବକାରୀ ବିଭାଗ ଏ ନେଇ ତତ୍ପର ହୋଇଉଠିଛି। ଔଷଧୀୟ ବ୍ୟବହାର ପାଇଁ ଏହି ଚାଷ କରିବାକୁ ସରକାର ସ୍ଥିର କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଏସ୍.ବି.କେ....
ରାଜ୍ୟ ମାନବାଧିକାର ଆୟୁକ୍ତ ପଦ ଖାଲି ପ୍ରସଙ୍ଗ: ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
କଟକ ଅଫିସ,୧୯ା୧୧: ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ବିଭିନ୍ନ ପଦବୀ ପୂରଣ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଅନ୍ତ ଘଟିଛି। ରାଜ୍ୟ ସରକାର ମାନବାଧିକାର ଆୟୁକ୍ତ ପଦବୀ ଏବଂ ସଦସ୍ୟ ପଦବୀ ପୂରଣ କରିବା ପରେ ଏହି ମାମଲାର ଆଉ ଆବଶ୍ୟକତା...
ସ୍ମିତାରାଣୀ ପ୍ରସଙ୍ଗ:ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଭାଜପା
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାଶପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗ ଲଗାତର ୪ଦିନ ହେଲା ଭାଜପା ସଦସ୍ୟମାନେ ବିଧାନସଭାରେ ଉଠାଇ ଆସୁଛନ୍ତି। ମାତ୍ର ମୁଖ୍ୟ ବିରୋଧୀ ଦଳର ଏହି କଥାକୁ ବାଚସ୍ପତି ଶୁଣୁନାହାନ୍ତି। ବିରୋଧୀ ଦଳ...
Archives


