ଅନ୍ତର୍ଜାତୀୟ ପୁରୁଷ ଦିବସ: ପୁରୁଷ ‘ରୋଲ୍‌ ମଡେଲ’

ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ ପାଳନ କରାଯାଉଛି। ହେଲେ ପୁରୁଷଙ୍କ ପାଇଁ ଏଭଳି ଏକ ଦିବସ ରହିଛି, ତାହା ଅନେକଙ୍କୁ ଜଣାନାହିଁ। କିନ୍ତୁ ପ୍ରତିବର୍ଷ ୧୯ ନଭେମ୍ବରରେ ୭୦ରୁ ଊର୍ଦ୍ଧ୍ୱ ଦେଶରେ ପାଳନ ହୁଏ ଅନ୍ତର୍ଜାତୀୟ ପୁରୁଷ ଦିବସ। ସେହି ବ୍ୟକ୍ତିଙ୍କ ପାଇଁ ଏହି ଦିବସ ପାଳନ କରାଯାଏ, ଯେଉଁମାନଙ୍କର ସମାଜର ମଙ୍ଗଳ ଲାଗି ଅବଦାନ ରହିଛି। ସେମାନଙ୍କୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ମହିଳାମାନଙ୍କ ଭଳି ପୁରୁଷମାନେ ମଧ୍ୟ ସମସ୍ୟାରେ ଛନ୍ଦି ହୋଇପଡୁଛନ୍ତି। ବିଶ୍ୱରେ ମହିଳାଙ୍କ ତୁଳନାରେ ୩ ଗୁଣ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି। ପ୍ରତି ୩ ଜଣ ପୁରୁଷରେ ଜଣେ ଘରୋଇ ହିଂସାର ଶିକାର ହେଉଛନ୍ତି। ମହିଳାମାନଙ୍କଠାରୁ ୪ରୁ ୫ ବର୍ଷ ପୂର୍ବରୁ ପୁରୁଷଙ୍କର ମୃତ୍ୟୁ ଘଟୁଛି ଓ ୨ଗୁଣ ପୁରୁଷ ହୃଦ୍‌ଘାତର ଶିକାର ହେଉଛନ୍ତି। ଭାରତରେ ପୁରୁଷଙ୍କ ସହ ନାରୀଙ୍କୁ ସମକକ୍ଷ କରିବା ଲାଗି ନାରୀ ସଶକ୍ତୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଣୁ ମହିଳାଙ୍କ ଭଳି ପୁରୁଷମାନଙ୍କ ସାମାଜିକ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ବି ଧ୍ୟାନ ଦିଆଯିବା ପାଇଁ ପୁରୁଷ ଦିବସ ପାଳନକୁ ଗୁରୁତ୍ୱ ଦିଆଯାଉଛି।
ଆମେରିକାର ପ୍ରାଧ୍ୟାପକ ଥୋମାସ ୟଷ୍ଟରଙ୍କ ଉଦ୍ୟମରେ ଏହି ଦିବସ ଆମେରିକା, କାନାଡ଼ା ଓ ୟୁରୋପର କେତେକ ଦେଶରେ ୭ ଫେବୃୟାରୀ ୧୯୯୨ରେ ପ୍ରଥମେ ପାଳନ କରାଯାଇଥିଲା। ପରେ ୧୯୯୯ ନଭେମ୍ବର ୧୯ରେ ତ୍ରିନିଦାଦ ଓ ଟବାଗୋରେ ଡ. ଜେରୋମ ତେଲକୁସିଂଙ୍କ ଦ୍ୱାରା ଏହି ଦିବସକୁ ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯାଇଥିଲା। ବିଶେଷକରି ପୁରୁଷ ତଥା ବାଳକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦେବା, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ, ରୋଲ ମଡେଲ ପୁରୁଷମାନଙ୍କ କୃତିକୁ ବିଶେଷ ଭାବେ ଦର୍ଶାଇବା ପାଇଁ ଏହି ଦିବସକୁ ଉତ୍ସର୍ଗୀକୃତ କରାଯାଇଥିଲା। ସମାଜ, ପରିବାର, ବିବାହ, ଶିଶୁଯତ୍ନ ଆଦି ବିଭିନ୍ନ କ୍ଷେତ୍ରରେ ପୁରୁଷଙ୍କର ଉଲ୍ଲେଖନୀୟ ଭୂମିକାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଅନ୍ତର୍ଜାତୀୟ ପୁରୁଷ ଦିବସ ସାରା ବିଶ୍ୱରେ ଆଦୃତି ଲାଭ କରିଛି। ଭାରତରେ ପ୍ରଥମେ ୨୦୦୭ରେ ଏହି ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ସଂସ୍ଥା ‘ସେଭ୍‌ ଇଣ୍ଡିଆନ ଫ୍ୟାମିଲି’ ଦ୍ୱାରା ପ୍ରଥମେ ଏହା ଭାରତରେ ପାଳନ କରାଯାଇଥିଲା। ପରେ ଅଲ୍‌ ଇଣ୍ଡିଆ ମେନ୍‌ସ ଓ୍ବେଲ୍‌ଫେୟାର ଆସୋସିଏଶନ’ ମହିଳା ବିକାଶ ମନ୍ତ୍ରଣାଳୟ ଭଳି ପୁରୁଷ ବିକାଶ ମନ୍ତ୍ରଣାଳୟ ଖୋଲିବା ପାଇଁ ଭାରତ ସରକାରଙ୍କୁ ଦାବି ଜଣାଇଥିଲା। ସେହିପରି ପୁରୁଷଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମିଥ୍ୟା ମକଦ୍ଦମା ବିରୋଧରେ ଗତ ମାସରେ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦେଶର ବିଭିନ୍ନ ରାଜ୍ୟର ପୀଡ଼ିତ ପତିମାନେ ଦିଲ୍ଲୀ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିଥିଲେ। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟର ପୀଡ଼ିତ ପୁରୁଷମାନେ ପୁରୁଷ କମିିଶନ ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଥିଲେ। ୨୦୧୯ରେ ଏହି ଦିବସର ସ୍ଲୋଗାନ ରହିଛି ‘ମେକିଂ ଏ ଡିଫରେନ୍ସ ଫର୍‌ ମେନ୍‌ ଆଣ୍ଡ୍‌ ବୟଜ୍‌’।

ହିନ୍ଦୀରେ କଥା ଅଛି ‘ମର୍ଦ କୋ ଦର୍ଦ ନେହିଁ ହୋତା’ ଅର୍ଥାତ୍‌ ପୁରୁଷକୁ କଷ୍ଟ ହୁଏ ନାହିଁ। ବାସ୍ତବରେ ଏହା ପୁରୁଷର ସହିଯିବା ଗୁଣକୁ ପ୍ରତିପାଦିତ କରୁଛି। ପୁରୁଷକୁ ମଧ୍ୟ ଅନେକ କଥା ଦୁଃଖ ଓ ଯନ୍ତ୍ରଣା ଦେଇଥାଏ, ଆଖିରେ ଲୁହ ଆଣିଦିଏ। କିନ୍ତୁ ସମାଜ ଓ ପରିବାରର ବୃହତ୍ତର ସ୍ବାର୍ଥ ଭିତରେ ସେ ଦୁଃଖ ଓ ଯନ୍ତ୍ରଣାକୁ ହଜାଇଦିଏ। ଏଭଳି ଅନେକ ପୁରୁଷ ରୋଲ୍‌ ମଡେଲଙ୍କ ପାଇଁ ଦୁନିଆ ଉପକୃତ ହୋଇଛି। ମହିଳା ଓ ଶିଶୁଙ୍କ ଯତ୍ନ, ସୁରକ୍ଷା ଏବଂ ଜୀବନଧାରଣ ପାଇଁ ଏକ ବଡ଼ ଅବଦାନ ରହିଛି। ତେଣୁ ସେହି ପୁରୁଷମାନଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ପାଳିତ ହେଉଛି ଅନ୍ତର୍ଜାତୀୟ ପୁରୁଷ ଦିବସ। ଏହି ଉପଲକ୍ଷେ ବିଭିନ୍ନ ବର୍ଗର ଲୋକଙ୍କ ମତକୁ ନେଇ ଏହି ଉପସ୍ଥାପନା…

ସମସ୍ତେ ସମାନ
ଇଣ୍ଟରନ୍ୟାଶନାଲ ମେନ୍‌ସ ଡେ’ ପାଳନ କରିବା ଏକ ଭଲ କନ୍‌ସେପ୍ଟ। ଏହାଦ୍ୱାରା ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ନିଜକୁ ସ୍ପେଶାଲ ମନେକରିପାରିବେ। ହେଲେ ଏ ସମ୍ପର୍କରେ ଅଧିକ ସଚେତନତାର ଆବଶ୍ୟକତା ରହିଛି। ଉଭୟ ମହିଳା ଓ ପୁରୁଷ ସମାନ ଏବଂ ସମାଜ ପାଇଁ ସମସ୍ତଙ୍କର ସମାନ ଅବଦାନ ରହୁଛି। ଆମମାନଙ୍କର ମଧ୍ୟ ଆମ ଇମୋଶନ ଶେୟାର କରିବାର ଅଧିକାର ଅଛି, କାନ୍ଦିବାର ଅଧିକାର ଅଛି ଓ ନିଜ ସମସ୍ୟା ସମ୍ପର୍କରେ କହିବାର ଅଧିକାର ଅଛି। ଆମେ ମେଲ୍‌ ବୋଲି ଏହାର ଅର୍ଥ ନୁହେଁ ଯେ, ଆମେ କାନ୍ଦିପାରିବୁନି କି ନିଜ ଇମୋଶନ ଦେଖାଇପାରିବୁନି। ଏହା ସମସ୍ତେ ବୁଝିବା ଆବଶ୍ୟକ।
-ଏମ୍‌.ଭି. ରମଣ, ସପ୍ଟଓ୍ବେର୍‌ ଇଞ୍ଜିନିୟର
ନିଜ ଅଧିକାର ସମ୍ପର୍କରେ ସଚେତନ ହୁଅ
ଯାହା ବି ଘଟଣା ହେଉ ନା କାହିଁକି, ସମାଜ ସବୁବେଳେ ପୁରୁଷଙ୍କୁ ଦୋଷ ଦିଏ। ପୁରୁଷମାନେ ନିଜ ଅଧିକାର ଓ ନିଜ ସପକ୍ଷରେ ଥିବା ଆଇନ ସମ୍ପର୍କରେ ଅବଗତ ହେଉ ନ ଥିବାରୁ ସବୁବେଳେ ଦୋଷୀସାବ୍ୟସ୍ତ ହୁଅନ୍ତି। ସବୁକ୍ଷେତ୍ରରେ ନ ହେଲେ ବି, ଯୌତୁକ ଓ ଇଭ୍‌ ଟିଜିଂ ଭଳି ମାମଲାରେ ମହିଳାମାନେ ନିଜ ସପକ୍ଷରେ ଥିବା ଆଇନର ଅପବ୍ୟବହାର କରି ପୁରୁଷଙ୍କୁ ହଇରାଣ କରୁଛନ୍ତି। ଦୋଷ ନ ଥାଇ ମଧ୍ୟ ଦଣ୍ଡ ପାଉଛନ୍ତି। ଇକ୍ୟୁଆଲିଟି ଓ ଏମ୍‌ପାଓ୍ବାର କଥା କୁହାଯାଉଥିଲେ ବି ଏବେ ମଧ୍ୟ ମହିଳାଙ୍କୁ ଅବଳା ଦୁର୍ବଳା ଭାବି ପୁରୁଷଙ୍କ ଉପରେ ସବୁ ଦୋଷ ଲଦି ଦିଆଯାଉଛି। ଏକ୍ଷେତ୍ରରେ ଆଇନର ପରିବର୍ତ୍ତନ ହେବା ଆବଶ୍ୟକ। ପ୍ରତ୍ୟେକ ପୁରୁଷ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଆବଶ୍ୟକ।
– ଅବିନାଶ ଜେନା, ରିସର୍ଚ୍ଚ ଅଫିସର, ଆଇଆଇଏଚ୍‌ଏମ୍‌ଆର୍‌
ମୋ ବାବା ମୋ ରୋଲ୍‌ ମଡେଲ
ଆଗରୁ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଯେଉଁ ସାମାଜିକ ବ୍ୟବଧାନ ରହୁଥିଲା ତାହାକୁ ଦୂର କରିବା ସହ ସମାନତା ଆଣିବା ଲାଗି ସରକାର ବିଭିନ୍ନ ପ୍ରକାର ଆଇନ ଓ ନିୟମ ଆଣିଲେ। ଏହା ସାହାଯ୍ୟରେ ମହିଳାମାନେ ପୁରୁଷଙ୍କ ଭଳି ଶିକ୍ଷିତ ଓ ରୋଜଗାରକ୍ଷମ ହୋଇ ସେମାନଙ୍କ ସମକକ୍ଷ ହେବାରେ ଆଜି ସଫଳ ହୋଇଛନ୍ତି। ପିଲାବେଳୁ ମୁଁ ଦେଖିଆସିଛି ଆମ ଘରେ ମୋ ବାବା ଆମ ୩ ଭାଇ ଭଉଣୀଙ୍କୁ ସମାନ ଭାବେ ବଡ଼ କରିଛନ୍ତି। କେବେ ସେ ପୁଅ ଝିଅର ଫରକ ଦେଖିନାହାନ୍ତି। ମୋ ମତରେ ଝିଅକୁ ଅଧିକ ନୁହେଁ କି ପୁଅକୁ ଅଧିକ ନୁହେଁ, ସମସ୍ତଙ୍କୁ ସମାନ ଭାବିବା ଉଚିତ୍‌। ଛୋଟବେଳୁ ନିଜ ପିଲାଙ୍କୁ ଏହି ଧାରଣା ସହ ବଡ଼ କରିବା ଉଚିତ୍‌। ଘରୁ ପରିବର୍ତ୍ତନ ହେଲେ ସମାଜ ବଦଳିବ।
– ଦୀପ୍ତି, ସିନିୟର୍‌ ଟାକ୍ସ ଆନାଲିଷ୍ଟ୍‌
ଆଇନ କ୍ଷେତ୍ରରେ ଇକ୍ୟୁାଲିଟି ଦରକାର
ଜେଣ୍ଡର ଇକ୍ୟୁାଲିଟି ନାଁରେ ମୋ ମତରେ ବର୍ତ୍ତମାନ ସମୟରେ କିଛିଟା ପାର୍ସିଆଲିଟି ହେଉଛି। ଆଇନ କାନୁନ୍‌ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ଯଦି ମହିଳାମାନେ ସବୁକ୍ଷେତ୍ରରେ ଇକ୍ୟୁାଲିଟି ଚାହୁଁଛନ୍ତି ତା’ ହେଲେ ଆଇନ କ୍ଷେତ୍ରରେ ମଧ୍ୟ ସମାନତା ଅଣାଯିବା ଦରକାର। ଆଇନ କେବେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଫରକ ଦେଖିବା ଉଚିତ୍‌ ନୁହେଁ। ମୁଁ ଖୁସି ଯେ ଧୀରେ ଧୀରେ ସମୟ ବଦଳୁଛି। ସୁପ୍ରିମକୋର୍ଟ ପୁରୁଷମାନଙ୍କ ବିରୋଧରେ ଥିବା ଅନେକ ଆଇନରେ ପରିବର୍ତ୍ତନ ଆଣୁଛନ୍ତି। ଫେମିନିଜିମ୍‌ ଏକ ଭଲ କନ୍‌ସେପ୍ଟ। ହେଲେ ଏହାକୁ କେତେ ଜଣ ଭୁଲ୍‌ ଅର୍ଥରେ ନେଉଛନ୍ତି। ନିଜକୁ ଫେମିନିଜିମ୍‌ କହିବା ଆଗରୁ ପ୍ରଥମେ ଫେମିନିଜିମ୍‌ କ’ଣ ତାହା ଜାଣିବା ଆବଶ୍ୟକ। ଫ୍ୟାମିଲି, ମ୍ୟାରେଜ ଓ କମ୍ୟୁନିଟିରେ ଉଭୟ ମହିଳା ଓ ପୁରୁଷଙ୍କର ସମାନ ଅବଦାନ ରହୁଛି। କେତେକ କ୍ଷେତ୍ରରେ ମହିଳାମାନେ ଅଧିକ କଣ୍ଟ୍ରିବ୍ୟୁଟ୍‌ କରୁଛନ୍ତି।
– ଶାଶ୍ୱତ ପାଢ଼ୀ, ଫଟୋଗ୍ରାଫର
ମହିଳାଙ୍କ ଭଳି ପୁରୁଷଙ୍କୁ ସଂରକ୍ଷଣ ମିଳୁ
ଯୌତୁକ ନିର୍ଯାତନାରୁ ଆରମ୍ଭକରି ବଳାତ୍କାର ମାମଲା ପର୍ଯ୍ୟନ୍ତ, କେତେକ କ୍ଷେତ୍ରରେ ପୁରୁଷମାନେ ନିର୍ଯାତନାର ଶିକାର ହେଉଛନ୍ତି। ମିଛ ବଳାତ୍କାର ମାମଲାରେ ସେମାନଙ୍କ ନଁା, ଗାଁ ଠିକଣା ସବୁକିଛି ଗଣମାଧ୍ୟମରେ ପ୍ରକାଶ ପାଉଛି ଓ ସେମାନଙ୍କ ଭବିଷ୍ୟତ ସବୁଦିନ ପାଇଁ ନଷ୍ଟ ହୋଇଯାଉଛି। ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ମଧ୍ୟ କୋର୍ଟ ସେମାନଙ୍କ ହଜିଯାଇଥିବା ସମ୍ମାନ ଫେରାଇ ପାରୁଛି କି? ସେମିତି ବିବାହ ବିଚ୍ଛେଦ ପରେ କ’ଣ ପାଇଁ ଜଣେ ପୁରୁଷକୁ ହିଁ ମେଣ୍ଟେନାନ୍ସ ଅର୍ଥ ଦେବାକୁ ପଡ଼ୁଛି। ଇକ୍ୟୁଆଲ ରାଇଟ୍ସ କଥା କେବଳ କାଗଜ କଲମରେ ରହିଯାଉଛି।
– ବ୍ୟୋମକେଶ ତ୍ରିପାଠୀ, ଆବାହକ, ପୁରୁଷ କମିଶନ
ଆଇନ ପରିବର୍ତ୍ତନ ହେଉଛି
ବର୍ତ୍ତମାନ ସମୟରେ ପୁରୁଷ ଦିବସ ପାଳନ କରିବାର ଆବଶ୍ୟକତା ବଢିଯାଇଛି। ପୂର୍ବରୁ ଶାରୀରିକ ଓ ମାନସିକ ସ୍ତରରେ ପୁରୁଷମାନେ ମହିଳାଙ୍କୁ ନିର୍ଯାତନା ଦେଉଥିଲେ। ହେଲେ ଏବେ ସମୟ ବଦଳିଯାଇଛି। କେତେଜଣ ମହିଳା ଆଇନର ଅପବ୍ୟବହାର କରି ନିଜର ଫାଇଦା ଉଠାଇବା ସହ ପୁରୁଷଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି। ଏନେଇ ନିକଟରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି କୌଣସି ମହିଳା ପୁରୁଷଙ୍କ ଉପରେ ନିର୍ଯାତନା ଘଟଣାରେ ଅଭିଯୋଗ ଆଣନ୍ତି, ତେବେ ପୋଲିସ ଉକ୍ତ ଅଭିଯୋଗ ଆଧାରରେ ତୁରନ୍ତ ଜଣେ ପୁରୁଷଙ୍କୁ ଗିରଫ କରିପାରିବ ନାହିଁ। ଘଟଣାର ଉଚିତ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି, ଯାହାକି ଏକ ଭଲ ପଦକ୍ଷେପ। ମହିଳା ଓ ପୁରୁଷ ସମାଜର ପରିପୂରକ ଅଙ୍ଗ। ସେମାନଙ୍କର ଶାନ୍ତିପୂର୍ଣ୍ଣ, ପ୍ରେମପୂର୍ଣ୍ଣ ଓ ସମ୍ମାନଜନକ ସହାବସ୍ଥାନର ଆବଶ୍ୟକ ରହିଛି।
– କମଳାକାନ୍ତ ଦାସ, ପ୍ରଫେସର, ନ୍ୟାଶନାଲ ଲ’ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri