ବିଧାନସଭାରେ ଏକ ହେଲେ ଶାସକ, ବିରୋଧୀ: ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଏକ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି। ସୋମବାର ବିଧାନସଭା ଅଧିବେଶନ ଦ୍ୱିତୀୟ ଭାଗ ଅପରାହ୍ନପ୍ରଥମ ଭାଗ ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଉଭୟ ଶାସକ ଏବଂ ବିରୋଧୀ ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଭାଜପା ସଦସ୍ୟମାନେ ଗୃହରେ ଉପସ୍ଥିତ ନ ଥିବାବେଳେ ସରକାରୀ ଦଳ ଏବଂ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅନେକ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ଆକ୍ରମଣର ଶିକାର ହେଉଛନ୍ତି। ଏପରି କି ଜନ ପ୍ରତିନିଧିମାନେ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି। ସେମାନଙ୍କ ଧନ ଜୀବନ ପ୍ରତି ବିପଦ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ନେଇ ରହିଥିବା ନିୟମକୁ ପରିବର୍ତ୍ତନ କରାଯାଇ ନୂଆ ନିୟମ ଆଣାଯାଉ। ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି। ଓଡିଶାରେ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଉ ବୋଲି ନରସିଂହ କହିଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମହାରାଷ୍ଟ୍ରରେ ଯେପରି ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଇଛି ସେହିପରି ଓଡିଶାରେ ମଧ୍ୟ ଲାଗୁ ହେଉ। ସାମ୍ବାଦିକଙ୍କ ଲାଗି ମାତ୍ର ୨ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ରହିଛି। ସେମାନଙ୍କୁ ଦରମା ଏବଂ ପେନ୍‌ସନ ବ୍ୟବସ୍ଥା କରିବା ଦରକାର। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ବୃଦ୍ଧି କରାଯାଉ ବୋଲି ସାଲୁଜା କହିଛନ୍ତି। ସେହିଭଳି ସରକାରୀ ଦଳର ସଦସ୍ୟ ପ୍ରଫୁଲ ସାମଲ କହିଛନ୍ତି, ସରକାର ସମସ୍ତଙ୍କ ପାଇଁ ବହୁତ କିଛି କରୁଛନ୍ତି ସାମ୍ବାଦିକମାନଙ୍କ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରୁନାହିଁ, ଯେଉଁଥିଲାଗି ସାମ୍ବାଦିକମାନେ ଜଣାପଡୁନାହାନ୍ତି। ସେମାନଙ୍କୁ ସୁରକ୍ଷା ସହିତ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ଦରକାର। ଶ୍ରମ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସାମ୍ବାଦିକଙ୍କୁ ଚିହ୍ନଟ କରାଯିବା ଦରକାର। ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ। ତେଣୁ ସାମ୍ବାଦିକମାନଙ୍କ ଲାଗି ଆମେ ସମସ୍ତେ ଯତ୍ନବାନ ହେବା ଦରକାର। ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ପାଇଁ କୌଣସି ସୁବିଧା ଓ ସୁଯୋଗ ନାହିଁ। ସାମ୍ବାଦିକଙ୍କ ଲାଗି ସରକାର ଯତ୍ନବାନ ହେବା ଦରକାର ବୋଲି ପ୍ରଫୁଲ କହିଛନ୍ତି। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡିଶାର ସାମ୍ବାଦିକମାନେ ବହୁତ ଦୁଃଖରେ ଅଛନ୍ତି। ସେମାନଙ୍କୁ ବାଡେଇଲେ ସୁରକ୍ଷା ଦେବା ପାଇଁ କେହି ନାହାନ୍ତି। ସାମ୍ବାଦିକଙ୍କୁ ଘର ସହ ଦରମା ଦେବା ଆବଶ୍ୟକ ବୋଲି ସୁର ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri