ମେଟ୍ରୋ

ଜନତା କର୍ଫ୍ୟୁ: ଘରୁ ନ ବାହାରିବା ପାଇଁ ପରାମର୍ଶ, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର,୨୨।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସଫଳ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…

ଦେଢ଼ଘଣ୍ଟା ପ୍ରବଳ ବର୍ଷିଲା, କୁଆପଥର ଖସିଲା

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା। ସକାଳେ ପାଗ ସ୍ବାଭାବିକ ଥିବାବେଳେ ଦିନ ପ୍ରାୟ ସାଢ଼େ ୧୨ଟାବେଳକୁ କଳାହାଣ୍ଡିଆ ବାଦଲ ହଠାତ୍‌ ମାଡ଼ି ଆସିଥିଲା।…

ଲକ୍‌ଡାଉନ୍‌ରେ ସେବା ଯୋଗାଇବ ମୋ ବସ୍‌: ବିମାନବନ୍ଦର, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ଓ ହସ୍ପିଟାଲକୁ ସ୍ବତନ୍ତ୍ର ରୁଟ୍‌

ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରାମଣ ଏଡ଼ାଇବାକୁ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବା ଜାରି ରଖିବ। ଓଡ଼ିଶା…

ମଧ୍ୟାହ୍ନଭୋଜନ ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ରାଶନ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରୁନାହିଁ। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ କିପରି ଠିକ୍‌ଭାବେ ପୋଷଣ ଦିଆଯାଇପାରିବ ସେଥିପାଇଁ ରାଜ୍ୟ ସରକାର ପିଲାଙ୍କୁ ଚାଉଳ ଦେବା ପାଇଁ…

ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ ମଧ୍ୟରୁ ୨ଟି ପଜିଟିଭ୍‌ ଥିବାବେଳେ ବାକି ସବୁ ନେଗେଟିଭ୍‌ ରହିଛି। କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ…

ପୁଣି କମିଲା ବସ୍‌ ଭଡ଼ା: କିଲୋମିଟର ପିଛା ୧, ୨ ପଇସା

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ରାଜ୍ୟରେ ବସ୍‌ଭଡ଼ା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳଦର୍‌ ହ୍ରାସ ପାଇଥିବାରୁ…

ସଂକ୍ରମଣ ବ୍ୟାପିଲେ ସମ୍ଭାଳି ହେବନାହିଁ: ଏଥିଲାଗି ଜନତା କର୍ଫ୍ୟୁ ଗୋଟିଏ ଦିନ, ଲକ୍‌ଡାଉନ୍‌ ସାତ ଦିନ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରବିବାରଠାରୁ ଲକ୍‌ଡାଉନ୍‌ ପାଇଁ ଘୋଷଣା କରିଛନ୍ତି। ଉଭୟଙ୍କ ମଧ୍ୟରେ ତଫାତ ରହିଛି। ଜନତା କର୍ଫ୍ୟୁ ଗୋଟିଏ ଦିନ ପାଇଁ ଚାଲିବାକୁ ଥିବା…

କରୋନାକୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌: ବାଗ୍‌ଚୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): କରୋନା ସହ ଦୀର୍ଘ ୬ ମାସର ଯୁଦ୍ଧ। ଆହୁରି ୧୭୨ ଦିନ ବାକି। କରୋନା ଭାଇରସ୍‌କୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪୦% ଜନସଂଖ୍ୟା ପ୍ରଭାବିତ ହେବେ। ହେଲେ…

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ; କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର। ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ସେମାନଙ୍କର ସୁରକ୍ଷା ମୋର ବଡ଼ ଦାୟିତ୍ୱ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ସହଯୋଗ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାର୍ଚ୍ଚ ୨୨ରୁ ୨୯ ଯାଏ ୫ ଜିଲା ସମ୍ପୂର୍ଣ୍ଣ ‘ଲକ୍‌ଡାଉନ୍‌’

ଭୁବନେଶ୍ୱର, ୨୧।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ। ଏହି…

ରବିବାରଠାରୁ ରାଜଧାନୀ, କଟକର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀ ସମେତ କଟକର ସମସ୍ତ ପାର୍କ ବନ୍ଦ ରହିବ। ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ରବିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ମୁକାବିଲା ନେଇ ପାର୍କଗୁଡ଼ିକୁ ବିଏମ୍‌ସି ବନ୍ଦ କରିଛି। ସେହିଭଳି କଟକ…

ରାଜଧାନୀରେ କୁଆପଥର ବର୍ଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀରେ କୁଆପଥର ବର୍ଷା। ଶନିବାର ଅପରାହ୍ନ ୧ଟା ପରଠାରୁ ପ୍ରବଳ ବର୍ଷା ସହ କୁଆପଥର ପଡ଼ୁଥିବା ଦେଖିବାକୁ ମିଳିଛି। ପାଗରେ ହଠାତ୍‌ ପରିବର୍ତ୍ତନ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରକାଶ ଯେ, ରାଜ୍ୟର ୫ ଜିଲାରେ ଶନିବାର ବର୍ଷା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?