ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌କୁ ଓଡ଼ିଶାବାସୀଙ୍କ ସମର୍ଥନ: ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ ଲୋକେ ଘରୁ ନ ବାହାରିବାକୁ ନେଲେ ଶପଥ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ଜୋରଦାର୍‌ ଉଦ୍ୟମ ଚଳାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ ବାର୍ତ୍ତା ଦେଇ ଘରୁ ନ ବାହାରିବାକୁ ଶପଥ ନେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣୀତ ହୋଇ ଗତ ୨୪ ଘଣ୍ଟାରେ…

ଓୟୁଏଟି ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମ୍ପ୍ରତିକ ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଘରୋଇ ହୋଟେଲ ଓ ସରକାରୀ କୋଠାଗୁଡ଼ିକୁରେ ଆପାତକାଳୀନ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବା ପାଇଁ…

ବିଦେଶ ଫେରନ୍ତାଙ୍କ ନାମରେ ମାମଲା ରୁଜୁ

ବାରଙ୍ଗ,୨୫।୩ (ଡି.ଏନ.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ଚାରିଆଡ଼େ ନୀରବତା ଖେଳିଯାଇଛି। ନନ୍ଦନକାନନ, ବାରଙ୍ଗ ଓ ଚନ୍ଦକା ଅଞ୍ଚଳରେ ପୋଲିସ ରାସ୍ତାବନ୍ଦ କରି କାଁଭାଁ ଯାଉଥିବା…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଦେଲା ଓଟିଡିସି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): କରୋନା(କୋଭିଡ୍‌-୧୯)ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ଓଟିଡିସି ସହଯୋଗ କରିଛି। ଓଟିଡିସି ସିଏମ୍‌ଆର୍‌ଏଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି। ଏହି ଟଙ୍କା ବୁଧବାର ମନି ଟ୍ରାନ୍ସଫର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରେରଣ…

କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ ସେଣ୍ଟର

କଟକ ଅଫିସ, ୨୫।୩: କରୋନା(କୋଭିଡ୍‌-୧୯)କୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯାଉଛି। କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲିବାକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା ଭୁବନାନନ୍ଦ ଇଞ୍ଜିନିୟରିଂ…

ଡାକ୍ତର, ପାରାମେଡିକାଲ କର୍ମଚାରୀ ଆବଶ୍ୟକ କଲା ସ୍ବାସ୍ଥ୍ୟବିଭାଗ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ଲାଗି ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଆବଶ୍ୟକ କଲା ରାଜ୍ୟ ସ୍ବାସ୍ଥ୍ୟବିଭାଗ। ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ସ୍ବାସ୍ଥ୍ୟବିଭାଗର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦିଆଯାଇଛି। ଜୁନ୍‌ ୩୦…

ଡାକ୍ତର, ନର୍ସଙ୍କୁ ଦିଆଯିବ ୪ ମାସର ଆଗୁଆ ଦରମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ୪ ମାସର ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କୁ ଏପ୍ରିଲ, ମେ, ଜୁନ୍‌ ଏବଂ ଜୁଲାଇ ମାସର ଦରମା…

ଆଇସିୟୁରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ : ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ(୯୭) ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁଧବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ୧୯୨୨ ମସିହାରେ ପୁରୀ ଜିଲା…

କ୍ୱାରାଣ୍ଟାଇନ କ୍ୟାମ୍ପ ପାଇଁଁ ୬ ୱାର୍ଡ ଖାଲିକଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୫ା୩(ଡି.ଏନ୍‌.ଏ.)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ସାରା ଭାରତ ୨୧ଦିନ ପାଇଁ ଲକଡାଉନ କରାଯାଇଛି। କରୋନା ଆକ୍ରାନ୍ତ, ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଚିକିତ୍ସା ପାଇଁ କଟକ ଜିଲା ଓଲଟପୁରସ୍ଥିତ ଏସ୍‌ ଭି ନିରତାର ଦିବ୍ୟାଙ୍ଗ ଗବେଷଣା ଓ…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଏମ୍‌ସି ଦେଲା ୫ଶହ କୋଟି ଟଙ୍କା

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ସହଯୋଗ କରିଛି। ଓଏମ୍‌ସି ସିଏମ୍‌ଆର୍‌ଏଫ୍‌ ଫଣ୍ଡକୁ ୫ଶହ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ପ୍ରକାଶ ଯେ, ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ…

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଭାଇଜାନ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଲାଣି। ଅହେତୁକ ଭାବେ ବଢ଼ୁଥିବା ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ଦିନିଆ ଲକଡାଉନ ଜାରି କରିଛନ୍ତି। ଏଥିରେ ରାଜ୍ୟଗୁଡ଼ିକୁ ମଧ୍ୟ ସମର୍ଥନ କରିବାକୁ ନିବେଦନ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ତିନି ମାସର ଦରମା ପ୍ରଦାନ କଲେ କୃଷି ମନ୍ତ୍ରୀ, ଏମ୍‌ପି ସସ୍ମିତ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ଏହାପରଠାରୁ ସିଏମ୍‌ଆର୍‌ଏଫ୍‌କୁ ସହାୟତାର ସୁଅ ଛୁଟିଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?