ମେଟ୍ରୋ

କରୋନା ନେଇ ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର,୧।୪(ବ୍ୟୁରୋ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା ସାହସ, ଶକ୍ତି ବଜାୟ ରଖିବାକୁ ପଡ଼ିବ। ହେଲେ କିଛି ଦାୟିତ୍ୱହୀନ ବ୍ୟକ୍ତି ଗୁଜବ ସୃଷ୍ଟି…

ଦୁବାଇରୁ ଭାୟା କୋଲକାତା ଦେଇ ଭଦ୍ରକ ଆସିଥିଲେ ୪ର୍ଥ କରୋନା ଆକ୍ରାନ୍ତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ…

ଚତୁର୍ଥ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ୭ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ବୁଧବାର ସୁଦ୍ଧା ୬୧୦ ନମୂନା ପରୀକ୍ଷାର ରିପୋର୍ଟ ଆସିଥିବା ବେଳେ ସେଥିରୁ ପଜିଟିଭ୍‌ ଅଛନ୍ତି ୪ଜଣ। ପ୍ରଥମ ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫ ଥିବା ବେଳେ ତୃତୀୟ ଆକ୍ରାନ୍ତଙ୍କ…

ଆସନ୍ତା ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ, କରୋନାଠାରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ୨୦୦ ଦେଶରେ କରୋନାର ଚିହ୍ନଟ ହୋଇଥିବା ବେଳେ ବୁଧବାର ଅପରାହ୍ନ ୩ଟା ସୁଦ୍ଧା ଏହା ୨୦୩ଟି ଦେଶ ଏବଂ ୨ ଜାହାଜରେ ପହଞ୍ଚିଲାଣି। ବିଶ୍ୱସ୍ତରରେ ମଙ୍ଗଳବାର…

ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ…

ଉତ୍କଳ ଦିବସରେ କୋଭିଡ-୧୯ ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ’

ଭୁବନେଶ୍ୱର,୧।୪(ବ୍ୟୁରୋ): ଆଜି ଉତ୍କଳ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ବାଭିମାନୀପଣିଆ ପାଇଁ…

କରୋନା ସହାୟତା: ଗୋଟିଏ ଦିନର ଦରମା ଦେଲେ ଏନ୍‌ଏଲ୍‌ୟୁ କର୍ମଚାରୀ

କଟକ ଅଫିସ, ୧।୪: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ମିଳିବାରେ ଲାଗିଛି। ଏହି କ୍ରମରେ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଶିକ୍ଷକ ତଥା…

ଦ୍ୱିତୀୟ ଦିନରେ ରବି ଟକିଜ୍‌ ଛକରୁ ମ୍ୟୁଜିୟମ୍‌ ଛକ ପର୍ଯ୍ୟନ୍ତ ଚାଲିଛି ସାନିଟାଇଜ୍‌

କଟକରୋଡ, ୧।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ସାନିଟାଇଜ କାର୍ଯ୍ୟକ୍ରମ। ବୁଧବାର ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ କଳ୍ପନା ଅଗ୍ନିଶମ କେନ୍ଦ୍ରର ଏକ ଟିମ୍‌ ୪ ଦମକଳ ଗାଡ଼ି…

ଧରିତ୍ରୀ ପ୍ରଭାବ; ୟୁନିଟ-୪ ହାଟ : ହଟିଲା ମାଛ, ପରିବା ଦୋକାନ 

ଭୁବନେଶ୍ୱର, ୧ା୪ (ବ୍ୟୁରୋ) : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ଏହି ମର୍ମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…

୩ ହଜାର ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭୁବନେଶ୍ୱର,୧ା୪(ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣକୁ ଏଡ଼ାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ସବୁ ବନ୍ଦ ହେବା ଯୋଗୁ ଲୋକେ ଖାଦ୍ୟପେୟର ଅଭାବ ଦେଖାଯାଇଥିଲା। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଗରିବଙ୍କୁ ୪ମାସର ଆଗୁଆ ଭତ୍ତ ଦେବା…

ଅକାରଣରେ ବାହାରକୁ ବାହାରିଲେ ଭୋଗିବେ ଦଣ୍ଡ

ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଘର ଦୂଆରେ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱର ସହରର କେତେକ ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ହାଟ ବଜାରରେ ଗହଳି ନ କରିବା ସହ ସାମାଜିକ…

ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ ତାତି ବଢ଼ିବ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ଯାଏ ଗ୍ରୀଷ୍ମର ପ୍ରକୋପ ରହିବ। ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?