ବିଜେଡିର ପ୍ରାର୍ଥୀ ଘୋଷଣା: ରାଜ୍ୟ ସଭା ଯିବେ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର, ମମତା ମହାନ୍ତ
ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଖାଲି ପଡ଼ିଥିବା ୪ ସିଟ୍ ଲାଗି ଦଳ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି। ନବୀନ ନିବାସରେ ଖବରଦାତାଙ୍କୁ...
କରୋନା ଭୟ: ଚଳିତବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭।୩(ବ୍ୟୁରୋ): ଆସନ୍ତା ମଙ୍ଗଳବାର ହୋଲି। ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ହେବା ଭୟକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ଖେଳିବେ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ପୂର୍ବରୁ...
କରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ମନ୍ତ୍ରୀ, ଅଫିସରଙ୍କୁ ବିଦେଶ ଗସ୍ତ ମନା; କୋହଳ ହେବ ବାୟୋମେଟ୍ରିକ୍ ଉପସ୍ଥାନ
ଭୁବନେଶ୍ୱର,୭।୩(ବ୍ୟୁରୋ): ବିଶ୍ୱବାସୀଙ୍କ ନିଦ ହଜାଇଥିବା କରୋନା ଭାଇରସ୍ ଭାରତରେ ପ୍ରବେଶ କଲାଣି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚତ୍ଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି।...
ରମା ବୈଦ୍ୟନାଥନ୍ ପାଇବେ ମାହାରୀ ସମ୍ମାନ
ଭୁବନେଶ୍ୱର,୭ା୩(ବ୍ୟୁରୋ): ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ରମା ବୈଦ୍ୟନାଥନ ଚଳିତବର୍ଷ ଲାଗି ସମ୍ମାନଜନକ ମାହାରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର...
ସାଢ଼େ ଗୋଟାଏ ଯାଏ ବଜ୍ରପାତ, ବର୍ଷା: ୫ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୭।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୫ ଜିଲାରେ ଝଡତୋଫାନ, ବର୍ଷା ସହ ବଜ୍ରପାତ ହେବ। ଜିଲାଗୁଡିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନାଗିରି ଏବଂ ବାଲେଶ୍ୱର। ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ଉକ୍ତ...
ବାପାଙ୍କୁ ନୂଆ ଜୀବନ ଦେଲା ପୁଅ
ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ଦାନ କରିଥିବା ଲିଭରର କିଛି ଅଂଶକୁ ଡାକ୍ତରମାନେ...
ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜେରା କରିବ ଇଡି
ଭୁବନେଶ୍ୱର, ୭ା୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିବ। ଅନାମଙ୍କ ନାମରେ ସମୁଦାୟ କେତେ...
ଏପ୍ରିଲ ୩ରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ବଣ୍ଟାଯିବ
ଭୁବନେଶ୍ୱର, ୭ା୩ (ବ୍ୟୁରୋ): ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ବନ୍ଧୀୟ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଥିବା ୨,୪୯,୫୪,୧୨୭ ପାଠ୍ୟପୁସ୍ତକ...
ମଜୁରି ପୈଠ, ଇପିଏଫ୍ ଉପରେ ନଜର ରଖିବ ‘ଇ-ମଷ୍ଟରରୋଲ’
ଭୁବନେଶ୍ୱର, ୭ା୩ (ବ୍ୟୁରୋ): ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ସହ ଇପିଏଫ୍ ଓ ଇଏସଆଇ ଆଦି ପୈଠ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଇ-ମଷ୍ଟରରୋଲ ନାମରେ ନୂତନ ବୈଷୟିକ କୌଶଳ ପ୍ରୟୋଗ କରିବେ। ସରକାର ଏଥିପାଇଁ ନୀତିଗତ...
ଶ୍ରୀଲିଙ୍ଗରାଜଙ୍କ ନିଷ୍କର ଜମିରେ ଜନବସତି
ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ହେବା ପରେ ଦିଅଁଙ୍କ ନୀତିକାନ୍ତି ସୁବ୍ୟବସ୍ଥିତ କରିବାକୁ ଖଞ୍ଜାରେ ବିଭିନ୍ନ ସେବାୟତଙ୍କୁ ଜମି ରାଜାରାଜୁଡା ଅମଳରୁ ଯୋଗାଇ ଦିଆଯାଇଥିଲା। ଏଥିମଧ୍ୟରୁ କୁମ୍ଭକାର ସେବାୟତଙ୍କ ଭୂମିକା ଅନେକ ଗୁରୁତ୍ୱ ବହନ କରେ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା...
ଶହୀଦନଗରରେ ଜଳିଗଲା ଅଟୋ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ଶହୀଦନଗର ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଟୋ ହଠାତ ଜଳିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଶର୍ଟସର୍କିଟ ଯୋଗୁ ଇଞ୍ଜିନରେ ନିଅଁ। ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଟୋରେ ଥିବା ୩ଜଣ ଯାତ୍ରୀ...
୨୧ଜଣଙ୍କୁ ୱିମେନ୍ ଏକ୍ସଲେନ୍ସି ଆୱାର୍ଡ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୧ଜଣ ଶ୍ରେଷ୍ଠ ମହିଳା...
Archives


