ମେଟ୍ରୋ

ସୁସ୍ଥ ହେଲେ ଆଉ ୩୪୮୪ କରୋନା ଆକ୍ରାନ୍ତ: ୮୦ହଜାର ଟପିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଆଉ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତନ୍ମଧ୍ୟରୁ ସର୍ବାଧିକ ୮୯୦ଜଣ ଖୋର୍ଦ୍ଧାର ଅଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୮୦୭୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଭୁବନେଶ୍ୱରର ଏହି ବିଧାୟକଙ୍କୁ କରୋନା: ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇନେବାକୁ ପରାମର୍ଶ

ଭୁବନେଶ୍ୱର,୧।୯(ବ୍ୟୁରୋ): ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କରୋନା। ସଂକ୍ରମିତ ହେବା ନେଇ ଚିହ୍ନଟ ହେବା ପରେ ସେ ହୋମ୍‌ ଆଇସୋଲେଶନରେ ଅଛନ୍ତି। ଏବେ ତାଙ୍କ ସ୍ବାସ୍ଥାବସ୍ଥା ଭଲ ରହିଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ପରୀକ୍ଷା କରାଇ ନେବାକୁ…

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୦୭ କରୋନା ଆକ୍ରାନ୍ତ: ଓୟୁଏଟି କଲୋନୀରୁ ସର୍ବାଧିକ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜଧାନୀରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା। ମଙ୍ଗଳବାର ପୁଣି ଭୁବନେଶ୍ୱରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୫ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧୭୨ ଲୋକାଲ କେସ୍‌ ରହିଛି। ତେବେ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରୁ ୨୦ଜଣ ଓୟୁଏଟି କଲୋନୀରୁ…

ଏହିସବୁ ରୁଟ୍‌ରେ ସବୁଦିନ ଚାଲିବ ମୋ’ ବସ୍‌

ଭୁବନେଶ୍ୱର, ୧।୯(ବ୍ୟୁରୋ): ଏଣିକି ସପ୍ତାହର ସମସ୍ତ ୭ ଦିନ ଚାଲିବ ‘ମୋ ବସ୍‌’। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କ୍ରୁଟ୍‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ଅଧିକ ଡିମାଣ୍ଡ ଥିବା ୮ ଟି ରୁଟ୍‌ରେ ସପ୍ତାହର ସବୁଦିନ…

ବିଏମ୍‌ସି କର୍ମଚାରୀଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦକ୍ଷିଣ-ପୂର୍ବ ଜୋନ୍‌ରେ କାର୍ଯ୍ୟରତ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ବେହେରାଙ୍କର ସୋମବାର ପୂର୍ବାହ୍ନରେ କରୋନାରେ ମୃତ୍ୟୁ ଘଟିଛି। କରୋନା ମୁକାବିଲାରେ ସେ ଆଗଧାଡ଼ିର ଯୋଦ୍ଧା ଥିଲେ। ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ…

ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର, ୧।୯ (ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସରକାର ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି। ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହି ଶୋକ ପାଳନ କରାଯିବ। ଏହି ସମୟରେ…

ସମ୍‌ରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର, ୧।୯(ବ୍ୟୁରୋ): ଭାରତର ନିଜସ୍ବ କୋଭିଡ୍‌-୧୯ ଟିକା ‘କୋଭାକ୍‌ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ୍‌ଶୀଘ୍ର ସମ୍‌ ହସ୍ପିଟାଲରେ ଆରମ୍ଭ ହେବ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ…

ଭାଜପାର ‘ସେବା ହିଁ ସଙ୍ଗଠନ’ ଇ-ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଆହ୍ବାନକ୍ରମେ ଭାଜପା କାର୍ଯ୍ୟକର୍ତ୍ତାମାନେ ଭାରତୀୟ ପରମ୍ପରା ‘ନର ସେବା-ନାରାୟଣ ସେବା’କୁ ସମ୍ମାନ ଜଣାନ୍ତୁ। ଏହି ଲକ୍‌ଡାଉନ ସମୟରେ ସ୍ବେଚ୍ଛାକୃତଭାବେ ସେମାନଙ୍କ ଅଞ୍ଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା…

ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି ସେପ୍ଟେମ୍ବର ୭କୁ ବଢ଼ିଲା

ଭୁବନେଶ୍ୱର,୧।୯(ବ୍ୟୁରୋ): ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ବୃଦ୍ଧି କରାଯାଇଛି। ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି ବୋଲି…

ହିତାଧିକାରୀଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା

ଭୁବନେଶ୍ୱର,୧।୯(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀମାନେ ୪ ମାସର ଆଗୁଆ ଭତ୍ତା ପାଇବେ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଆଗୁଆ ଟଙ୍କା ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା…

ପୁଣି ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୩ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୧…

CORONAVIRUS UPDATE: ୩୦ ଜିଲାରୁ ୩୦୨୫ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୩୦୨୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୦୬୫୬୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?