ମେଟ୍ରୋ

ବଦଳୁନି ଶିଶୁ କନ୍ୟାଙ୍କ ଭାଗ୍ୟ: ‘ବେଟି ବଚାଓ ବେଟି ପଢ଼ାଓ’ ଦିଶାହୀନ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ କାର୍ଯ୍ୟକାରୀ ହେଉଛି। ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ ମଧ୍ୟ ଚାଲୁ ରହିଛି।…

ରାଜ୍ୟରେ ସୁସ୍ଥ ହେଲେ ୩୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲେଶ୍ୱରୁ ୩୫, ସୁନ୍ଦରଗଡରୁ ୩୫, ଅନୁଗୋଳରୁ ୩୪, କଟକରୁ ୨୯, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୨,…

ଭୁବନେଶ୍ୱରରୁ ଆଜି ୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ…

ନୂଆ ବର୍ଷରେ ନୂଆ ସୁବିଧା: ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ଡିଏଲ ଆବେଦନ ସମୟସୀମା ବଢ଼ିଲା

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର। ଡିଏଲ ଆବେଦନ ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ସମୟ ସୀମା ବଢ଼ିଛି। ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏ ଏହାକୁ ବଢ଼ାଇଛନ୍ତି। ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।…

ରାଜ୍ୟରେ ୨୬ ଜିଲାରୁ ୩୦୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ରବିବାର ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ବନ୍ଦ କୋଠରିରୁ ଗଳିତ ମୃତଦେହ ଜବତ: ସମ୍ପତ୍ତି ଲୋଭରେ ହତ୍ୟା ସନ୍ଦେହ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣା ଅଞ୍ଚଳର ଏକ ବନ୍ଦ ଘରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ କରାଯାଇଛି। ମୃତବ୍ୟକ୍ତି ଜଣକ ହେଲେ ବିଭୂତି ଭୂଷଣ ଦାନି(୪୮)। ବିଭୂତିଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର…

୯ ମାସ ଅପେକ୍ଷାର ଅନ୍ତ: ଆଜିଠୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୨୭ା୧୨: ପୁରୀ ଶ୍ରୀମନ୍ଦିର ପରେ ରବିବାରଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଏଥିପାଇଁ ଏକାମ୍ରକ୍ଷେତ୍ର ପୂରା ପ୍ରସ୍ତୁତ ରହିଥିବାବେଳେ ଦୀର୍ଘମାସ ପରେ ପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାରେ ଶ୍ରଦ୍ଧାଳୁ। ଶନିବାର ଅପରାହ୍ନରେ ଅଗ୍ନିଶମ ବିଭାଗ ପକ୍ଷରୁ ଲିଙ୍ଗରାଜ…

ମହିଳା ସଂରକ୍ଷଣକୁ ଜୋର୍‌

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ (ବିଜେଡି) ସ୍ବରକୁ ଆହୁରି ଜୋର୍‌ଦାର କରିବ। ଲୋକ ସଭା, ରାଜ୍ୟ ସଭା ଏବଂ ବିଧାନସଭାର ପ୍ରତି ଅଧିବେଶନରେ ବିଜେଡି ମହିଳା ସଂରକ୍ଷଣ ବିଷୟ…

ରାଜ୍ୟରେ ସୁସ୍ଥ ହେଲେ ୩୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୨, ବଲାଙ୍ଗିରିରୁ ୨୮, କଟକରୁ ୨୮, ସମ୍ବଲପୁରରୁ ୨୭, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୬, ମୟୂରଭଞ୍ଜରୁ…

୩୦ରୁ ଶୀତ କମିବ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ)-ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ଏଭଳି ସ୍ବାଭାବିକ ଅବସ୍ଥାରେ ରହିବ। ଡିସେମ୍ବର ୩୦ରୁ ଶୀତ…

ରବିବାରଠାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.)-ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶନିବାର ମନ୍ଦିର ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରର ସଦସ୍ୟମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri