ପୁଣି ବଦଳିଲା ତାରିଖ: ମେ’ ୧୬ରେ ପିପିଲି ଭୋଟ୍
ଭୁବନେଶ୍ୱର,୨୨।୪(ବ୍ୟୁରୋ): ପୁଣି ଥରେ ବଦଳିଛି ପିପିଲି ଉପନିର୍ବାଚନ ତାରିଖ। ପୂର୍ବରୁ ମେ’ ୧୩ ତାରିଖର ଭୋଟ୍ ଗ୍ରହଣ ନେଇ ଘୋଷଣା କରାଯାଇଥିଲା। ହେଲେ ଏବେ ମେ’ ୧୬ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିଭଳି ମେ’ ୧୯ରେ ଭୋଟ ଗଣତି…
ଓଡ଼ିଶାକୁ ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକାଯାଉଛି। ଏଭଳି ସ୍ଥିତିରେ ଓଡ଼ିଶା ପକ୍ଷରୁ ଆମକୁ ଯଥେଷ୍ଟ ଅକ୍ସିଜେନ ମିଳିଛି…
୩୦ ଯାଏ ବଢ଼ିବନି ତାତି
ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ଗ୍ରୀଷ୍ମର ପ୍ରକୋପ ବଢ଼ିବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହିବା ବେଳେ ଉପକୂଳରେ ଏହାଠାରୁ କମ୍ ରହିବ। ତେବେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାୟୁମଣ୍ଡଳର ଆଦର୍ର୍ରତା…
ନରସିଂହ ମିଶ୍ରଙ୍କୁ କରୋନା; ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜର ପରୀକ୍ଷା କରାଇନେବାକୁ ପରାମର୍ଶ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କୋଭିଡ୍ ଟେଷ୍ଟ…
ଆଖି ବୁଜିଲା ବାଘୁଣୀ ରେଣୁକା
ବାରଙ୍ଗ, ୨୨।୪ (ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘୁଣୀ ରେଣୁକାର ବୁଧବାର ମୃତ୍ୟୁ ଘଟିଛି। ରେଣୁକା ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ ତା’ର ମୃତ୍ୟୁ ଘଟିଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ରୋହିତ…
ପ୍ରବାସୀ ଶ୍ରମିକଙ୍କ ଫେରିବା ଚିନ୍ତା: ଖୋଲିବ କ୍ୱାରାଣ୍ଟାଇନ ସେଣ୍ଟର
ଭୁବନେଶ୍ୱର,୨୨।୪(ବ୍ୟୁରୋ): ସମଗ୍ର ଦେଶରେ କୋଭିଡ୍-୧୯ କାୟାବିସ୍ତାର କରିଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ରରେ ଲକ୍ଡାଉନ ପରେ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। ଅନ୍ୟ ରାଜ୍ୟରୁ ମଧ୍ୟ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନେ ଫେରୁଛନ୍ତି। ସେହି ଶ୍ରମିକମାନେ ଯେପରି ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନ ବଢ଼ାଇବେ ସେ…
ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ଲୋୟର ପିଏମ୍ଜିରେ ଛାତ୍ରୀଛାତ୍ରଙ୍କ ଧାରଣା
ଭୁବନେଶ୍ୱର,୨୨।୪(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର। ଗୁରୁବାର ରାଜଧାନୀର ଲୋୟର ପିଏମ୍ଜିଠାରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ବିକ୍ଷୋଭ କରିଛନ୍ତି। ଯଦି ଦଶମ ଶ୍ରେଣୀ ପିଲାଙ୍କୁ କରୋନା ହେବାର ଭୟ ରହିଛି, ତେବେ…
ଆଜି ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି ଆଉ ୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଆଜି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସବୁଠୁ ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୮,୪୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
ମହାପ୍ରଭୁଙ୍କ କରୁଣାରୁ କରୋନା ସଙ୍କଟ ଦୂର ହେଉ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ” ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ଅପାର କରୁଣାରୁ କରୋନା ସଙ୍କଟ…
ଆଜିଠୁ ହୋଟେଲରେ ଖାଇବା ମନା
ଭୁବନେଶ୍ୱର,୨୧।୪(ବ୍ୟୁରୋ): ବୁଧବାରଠାରୁ ହୋଟେଲରେ ଖାଇବା ପାଇଁ ମନା କରିଛି ବିଏମ୍ସି। ଏଥର କେହି ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ଶଲ ଆଣିବାର ବ୍ୟବସ୍ଥା ରହିଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରାଯାଇପାରିବ। ଗତ ୧୯ ତାରିଖରେ…
ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ବୁଧବାର ରାଜ୍ୟରେ କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୫୮କୁ ବୃଦ୍ଧି ପାଇଛି। ଏହି ୫ ମୃତକଙ୍କ…
Archives


