ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଜୱାଦ’ ଗଭୀର ଅବପାତର ରୂପ ନେବା ପରେ ରବିବାର ଅପରାହ୍ଣରେ ଅବପାତରେ ପରିଣତ ହୋଇଥିଲା। ଆଉ ଏହି ଅବପାତ ଦୁର୍ବଳ ହୋଇଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ…
ଉଜୁଡ଼ିଲା ଧାନ, ପରିବା ଫସଲ
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ବାତ୍ୟାର ପ୍ରଭାବ ସବୁଠୁ ଅଧିକ ଜଗତ୍ସିଂହପୁର ଜିଲାରେ ପଡ଼ିଛି। ପାରାଦୀପ, ତିର୍ତ୍ତୋଲ, ଏରସମା ଓ ରଘୁନାଥପୁର ବ୍ଲକର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ତିର୍ତ୍ତୋଲରେ ବ୍ଲକ ଅଧୀନ କଟରା, ଗୋବିନ୍ଦପୁର, ପଟିଲୋ, କନିମୂଳ, ଗୋପାଳପୁର, କନକପୁର, କୋଲର, ସାମନ୍ତରାପୁର, ବିଷନପୁର,…
ରାଜ୍ୟରେ ଚାଲୁଛି ୪୯ ଶୀତଳଭଣ୍ଡାର
ଭୁବନେଶ୍ୱର,୬।୧୨(ବ୍ୟୁରୋ): ରାଜ୍ୟରେ ସମୁଦାୟ ୧୩୧ଟି ଶାତଳଭଣ୍ଡାର ପ୍ରତିଷ୍ଠା ହୋଇଛି। ସେଥିରୁ ୨ଟି ଶୀତଳ ଭଣ୍ଡାର ଆଳୁ ମିଶନ ଅଧୀନରେ ହୋଇଛି। ଆଳୁ ମିଶନ ବାବଦରେ ୩୦୨ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ହୋଇଛି। ଏତଦ୍ ବ୍ୟତୀତ ବିଦ୍ୟୁତ୍ ଶୁଳ୍କ ରିହାତି ବାବଦରେ…
ବର୍ଷାରେ ଭାଙ୍ଗିଲା ଚାଷୀ ମନୋବଳ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାର ଚାଷ ଓ ଚାଷୀଙ୍କ ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ହୋଇପାରିନାହିଁ। ଚାଷ କାର୍ଯ୍ୟ ଆରମ୍ଭରୁ ମୌସୁମୀର ଅନିୟମିତତା ଯୋଗୁ ତଳି ପୋଡିଗଲା। ତା’ ପରେ କେଣ୍ଡାରେ ଫସଲ ଧରିବା ସମୟରେ ଅଦିନିଆ ବର୍ଷା ଫସଲକୁ କ୍ଷତି…
ଗହଣା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ୱ ଚୋରି
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜଧାନୀରେ ରାତି ଅସୁରକ୍ଷିତ ହୋଇପଡ଼ିଲାଣି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ରାତିରେ ଯାଉଥିବା ଲୋକଙ୍କୁ ଲୁଟିବା ସହ ବିଭିନ୍ନ ସ୍ଥାନରେ ଚୋରି କରୁଛନ୍ତି। ଏହି କ୍ରମରେ ଶନିବାର ବିଳମ୍ବିତ ରାତିରେ ରାଜଧାନୀରେ ଏକ ଗହଣା ଦୋକାନରେ ବଡଧରଣର ଚୋରି ହୋଇଛି।…
କେନ୍ଦ୍ରର ତାଗିଦ ପରେ ଉତ୍ତର ରଖିଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଓଡ଼ିଶାରେ ଟେଷ୍ଟିଂ କମିବା ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ ଶନିବାର କେନ୍ଦ୍ର ସରକାର ଉଦବେଗ୍ ପ୍ରକାଶ କରିବା ପରେ ରବିବାର ସ୍ବାସ୍ଥ୍ୟ ବିଭାଗ ପ୍ରତିକ୍ରିୟା ରଖିଛି। ଏହି ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର…
ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି : ତଥାପି ସତର୍କ ରୁହ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭୟ ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ଓମିକ୍ରନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓମିକ୍ରନ ଆକ୍ରାନ୍ତ ଦେଶ ଗୁଡ଼ିକରୁ ଫେରୁଥିବା ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା…
୩୦ରୁ ୪୦ କିମି ବେଗରେ ବହୁଛି ପବନ, ଲାଗି ରହିଛି ବର୍ଷା
ଭୁବନେଶ୍ୱର,୫ା୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ଦୁର୍ବଳ ହେବା ପରେ ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗ ଦେଇ ଗତି କରୁଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲାରେ ୩୦ରୁ ୪୦ କିଲୋମିଟର ବେଗରେ…
ଆଉ ୨ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ଆଜି ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…
ବଢୁଛି ଜୁଆର,ସମୁଦ୍ର ଯିବାକୁ ବାରଣ
ପୁରୀ ଅଫିସ,୫।୧୨:: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସମ୍ଭାବ୍ୟ ବାତ୍ୟା ଜୱାଦ। ପୁରୀ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟାର ବେଗ କମିଯାଇଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ଅପରାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍ ରହିଥିଲେ…
ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ନ ମିଳିବା ପ୍ରସଙ୍ଗ: ପୁନର୍ବିଚାର ଦାବି
ଖୋର୍ଦ୍ଧା ଅଫିସ,୫ା୧୨: ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ ବୋଲି ଗୁରୁବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡି ରାଜ୍ୟ ସଭାରେ କହିଛନ୍ତି।ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ(ଆଇସିଏଚ୍ଆର୍)ରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ଯୁଦ୍ଧ…
ପାଠକଙ୍କ ଘରୁ କାର୍, କାଗଜପତ୍ର ଜବତ କଲା ଇଡି
ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିବେକାନନ୍ଦ ମାର୍ଗସ୍ଥିତ ଘରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଶନିବାର ମଧ୍ୟ…
Archives


