ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକାଗଲା ନାହିଁ: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅପରାଜିତା
ଭୁବନେଶ୍ୱର,୧୩।୪(ବ୍ୟୁରୋ): ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେଲେ ଭୁବନେଶ୍ୱର ଏମ୍ପି ଅପରାଜିତା…
ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ରେ ବୋମା! ଯାତ୍ରୀଙ୍କୁ ବାହାର କରି ଚାଲିଛି ଯାଞ୍ଚ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ମିଳିଛି। ଏହାପରେ ଟ୍ରେନ୍କୁ ଅଟକାଇ ବମ ସ୍କ୍ବାର୍ଡ ବୁଧବାର ଯାଞ୍ଚ ଆରମ୍ଭ କରିଛି । ମଙ୍ଗଳବାର ଭୁବନେଶ୍ୱରରୁ କୋଣାର୍କ ଏକ୍ସପ୍ରେସ୍ ଛାଡ଼ିଥିଲା। ତେବେ ଏହି ଏକ୍ସପ୍ରେସରେ ବୋମା ଥିବା ଖବର…
କଳା ପଲସରରେ ଆସି ଝାମ୍ପିନେଲେ ଚେନ୍
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ କଳା ପଲସରରେ ପଛରୁ ଆସି ସୁନା ଚେନ ଝାମ୍ପି ନେଲେ ଲୁଟେରା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ। ସ୍କୁଟିରୁ ପଡି ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି ।…
ଦୁଇଦିନ ବନ୍ଦ ରହିବ ଏମ୍ସ ଓପିଡି
ଭୁବନେଶ୍ୱର,୧୩।୪(ବ୍ୟୁରୋ) : ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ ପଡୁଥିବାରୁ ଏହି ଦୁଇଦିନ ଓପିଡି ସେବା ବନ୍ଦ ରହିବ। ଏ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ…
ଆଜି ମନ୍ଦିରକୁ ବାହୁଡିବେ ବାବା ଲିଙ୍ଗରାଜ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ରୁକୁଣା ରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଦିନ ୧ଟା ୩୦ରେ ପହଣ୍ଡି କରାଯାଇ ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି। ଶାନ୍ତିଶୃଙ୍ଖଳାର ସହ ଯାତ୍ରା…
ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩।୪ (ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ। ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।…
ରାଜ୍ୟରେ ୧୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୩।୪ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୩ ଜଣ ରହିଛନ୍ତି । ସେହିପରି ୮ ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୬…
୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆଜି ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର। ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ତେବେ ପ୍ରତିଷ୍ଠା ଦିବସ ଅବସରରେ ପିଏମଜିରେ ପରେଡ୍ ହେବ । ଭୁବନେଶରର ୭୨ଟି…
୧୮ରୁ ପୁଣି ଉଚ୍ଚଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ
ଭୁବନେଶ୍ୱର,୧୩।୪(ବ୍ୟୁରୋ): କରୋନା ସଂକ୍ରମଣ କମୁଥିବାରୁ ବିଭିନ୍ନ କ୍ଷେତ୍ରରେ କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆସନ୍ତା ୧୮ରୁ ଆରମ୍ଭ ହେବ। ଗତ ଜାନୁଆରୀ ୭ରେ କରୋନା ସ୍ଥିତିକୁ ଦେଖି ଏହାକୁ ବାତିଲ କରାଯାଇଥିଲା। ତେବେ ଆସନ୍ତା…
କେନ୍ଦ୍ରମନ୍ତ୍ରୀଙ୍କୁ କୋରାପୁଟ ଜିଲା ପ୍ରଶାସନର ଅସହଯୋଗ
ଭୁବନେଶ୍ୱର,୧୩।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟର ହିସାବ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପିତ କରାଯିବ। ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କେନ୍ଦ୍ର ସରକାର ଜାରି ରଖିଛନ୍ତି। ଗତ ୭ ତାରିଖରୁ ଆସନ୍ତା ୨୦…
ଯୁବ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩।୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଗୋପାଳପୁରଠାରେ ବିଜୁ ଆଡ୍ଭେଞ୍ଚର ପାର୍କକୁ ଭର୍ଚୁଆଲରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପାର୍କ ଗୋପାଳପୁର ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ବିଶେଷ କରି ଆଡ୍ଭେଞ୍ଚର କ୍ରୀଡ଼ା…
ଛୁଟିରେ ପଢ଼ିବେ ପିଲା
ଭୁବନେଶ୍ୱର,୧୩।୪(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି। ପିଲାମାନଙ୍କ ପାଠପଢା ଓ ପରୀକ୍ଷା ଆଦି ବିଷୟ ଉପରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି। ଏଥିରେ ବିଭାଗର ସମସ୍ତ…
Archives


