ମେଟ୍ରୋ

ଏଏସ୍‌ଆଇ ଅଜାଣତରେ ଜିପିଆର୍‌ଏସ୍‌

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କାର୍ଯ୍ୟ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) ହୋଇ ନ ଥିଲା। ଦୋଷ ଘୋଡ଼ାଇବା ପାଇଁ ପ୍ରଶାସନ ଶନିବାର ରାତିଅଧରେ ଲୁଚିଛପି ଜିପିଆରଏସ୍‌ ସର୍ଭେ କରୁଥିବା ଧରାପଡ଼ିଛି।…

ବ୍ରଜରାଜନଗର ଉପନିର୍ବାଚନ: ଚାଲିଛି ଜୋରଦାର ପ୍ରଚାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାରା ଚାଲିଛି। ଘରକୁ ଘର ଯାଇ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟ ମାଗୁଛନ୍ତି । ହେଭିଓ୍ବେଟ ନିଜ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ କରିବା…

ରାଜ୍ୟର ୭ ଜିଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା!

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସକାଳୁ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ମଧ୍ୟ ହୋଇଛି। ଦିନରେ ପ୍ରବଳ ଖରା ପରେ ଅପରାହ୍ନରେ ବିଭିନ୍ନ ସ୍ଥାନାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କୋରାପୁଟ, ରାୟଗଡ଼ା,…

ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ : ଆଜି ୧୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…

ସଡ଼କ ସୁରକ୍ଷା ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ପ୍ରଥମ ରନର୍ସ ଅପ୍‌ ୪୦ ହଜାରରୁ ୮୦ ହଜାର ଓ ଦ୍ୱିତୀୟ…

ଆନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ନବୀନ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆନ୍ତଃ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏଥିରେ ଅଧ୍ୟକ୍ଷ ଥିବାବେଳେ ୧୩ ଜଣ ସଦସ୍ୟ ଅଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତିରେ ଏ ନେଇ…

ମଙ୍କିପକ୍ସ ଲକ୍ଷଣ ଥିଲେ ପୁଣେ ପଠାଯିବ ନମୁନା

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଏବେ ବିଶ୍ୱରେ ମଙ୍କିପକ୍ସ ଭୂତାଣୁକୁ ନେଇ ଆତଙ୍କ ଲାଗି ରହିଛି। ଓଡ଼ିଶାରେ ମଧ୍ୟ ଛନକା ପଶିଛି। ତେବେ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଏଥିପାଇଁ ଆମେ ସତର୍କ ରହିଛୁ। କେନ୍ଦ୍ର ସରକାର ସବୁ…

ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି ଟମାଟୋ ଫ୍ଲୁ ସନ୍ଦିଗ୍ଧ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କରୋନା ଭୟ ନ ଯାଉଣୁ ଏବେ ଦେଶରେ ଆଉ ଏକ ସଂକ୍ରାମକ ରୋଗ ‘ଟମାଟୋ ଫ୍ଲୁ’କୁ ନେଇ ଭୟ ଘାରିଛି। ଏହା ସାଧାରଣତଃ ଶିଶୁଙ୍କଠାରେ ଦେଖିବାକୁ ମିଳୁଛି। ତେବେ ରାଜ୍ୟରେ ଏ ଯାଏ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ…

ଅସ୍ତବ୍ୟସ୍ତ କରୁଛି ତାତି, ଗୁଳୁଗୁଳି

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ଅସମ୍ଭାଳ ହେବାରେ ଲାଗିଛି ତାତି। ଅତ୍ୟଧିକ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଉଛି। ସକାଳୁ ଚକ୍‌ଚକ୍‌ ଖରା ଡରାଉଥିବାବେଳେ ମଧ୍ୟାହ୍ନବେଳକୁ ରାସ୍ତାଘାଟ ଶୂନ୍‌ଶାନ ହୋଇପଡୁଛି। ବିଦ୍ୟୁତ୍‌ କଟିଲେ ଘର ଭିତରେ ବି ଲୋକେ ଛଟପଟ ହେଉଛନ୍ତି।…

୪୫୦ କୋଟିର ୭ ବିଦ୍ୟୁତ୍‌ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର,୨୨।୫(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସ ଯୋଗେ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରେ ୬ଟି ଉଚ୍ଚଶକ୍ତି ସମ୍ପନ୍ନ ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନର ଲୋକାର୍ପଣ କରିଛନ୍ତି। ଏହି…

ଚାପରେ କମିଲା ତେଲ ଦର

ଭାରତରେ ଆକାଶଛୁଅଆଁ ତେଲ ଦର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଘଟାଇଛି। ଏହାକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଥିବାବେଳେ ରାଜନୀତି ମଧ୍ୟ ସରଗରମ ହୋଇଛି। ଏଭଳି ସ୍ଥିତିରେ ଶନିବାର କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଘୋଷଣା…

ରାଜ୍ୟରେ ଲେଉଟିଲା ତାତି: ସବୁଠୁ ଉତ୍ତପ୍ତ ସହର ସୋନପୁର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ରାଜ୍ୟକୁ ତାତି ଫେରିଛି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଶନିବାର ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ରେକର୍ଡ କରାଯାଇଛି। ତେବେ ସୋନପୁର ଆଜି ସବୁଠୁ ଉତ୍ତପ୍ତ ସହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri