ଆଉ ୩ଦିନ ତାତି, ୪ରୁ ପୁଣି ବର୍ଷା
ଭୁବନେଶ୍ୱର,୧ା୮(ବ୍ୟୁରୋ): ଶ୍ରାବଣ ମାସରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି।…
ଆର୍ଏମ୍ଆର୍ସିରେ ହେବ ମଙ୍କିପକ୍ସ ପରୀକ୍ଷା
ଭୁବନେଶ୍ୱର, ୧।୮(ବ୍ୟୁରୋ): ଭୁବନେଶ୍ବରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି)ରେ ମଙ୍କିପକ୍ସ ଟେଷ୍ଟିଂ ହେବ। ଏ ସମ୍ପର୍କରେ ରବିବାର ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଏମ୍ଆର୍ସିକୁ ମଙ୍କିପକ୍ସ…
ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର
କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ଦକ୍ଷିଣ କୋଲକାତାର ଚେତଲାସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ନିର୍ମଳା…
‘ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ଆକ୍ରୋଶ ରଖି ଇଡି ଚଢ଼ାଉ’
ଭୁବନେଶ୍ୱର,୩୧।୭(ବ୍ୟୁରୋ): ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ରବିବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବ । ଅଗଷ୍ଟ ୫ ତାରିଖରେ ରାଜଭବନ ଘେରାଉ କରିବା ସହ…
ପୁଣି ଡରାଇଲାଣି କରୋନା: ରାଜ୍ୟରେ ୧୦୨୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରବିବାରବାର ୧୦୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୭୫ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୬୦୨ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୨୭…
‘ସ୍ବାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ସରକାର ବିଫଳ’
ଭୁବନେଶ୍ୱର,୩୧।୭(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ସବୁକିଛି ବିପର୍ଯ୍ୟସ୍ତ। ରାଜ୍ୟରେ ପ୍ରାୟ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। ୧୮୦୦ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଶାସନର ୨୨ ବର୍ଷ ପରେ ମଧ୍ୟ ନଗଡ଼ା ଭଳି ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟ…
ସାର୍, ଆମ ଦରମା, ଭତ୍ତା ବଢ଼ାନ୍ତୁ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ଦରଦାମ ବଢ଼ିଲାଣି। ତେଲ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ିଗଲାଣି। ଥରେ ନିର୍ବାଚନମଣ୍ଡଳୀ ବୁଲି ଗଲେ ୫୦ ହଜାର ଖର୍ଚ୍ଚ ହେଉଛି। ବାହାଘର, ବ୍ରତଘର, ନାଚ, ଗୀତ, ମେଳା ମହୋତ୍ସବ, ଖେଳକୁଦ, ଚିକିତ୍ସା ଓ ଅନ୍ୟାନ୍ୟ ପାଇଁ ଆମକୁ…
ଏମ୍ଆର୍ପିଠାରୁ ଅଧିକ ଦାମ୍ରେ ବିକ୍ରି ହେଉଛି ମଦ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ସର୍ବନିମ୍ନ ଖୁଚୁରା ମୂଲ୍ୟ(ଏମ୍ଆର୍ପି)ଠାରୁ ଅଧିକ ଦରରେ ମଦ ବିକ୍ରି ହେଉଛି। ଏପରି କି ମଦ ଦୋକାନୀମାନେ ଗ୍ରାହକଙ୍କୁ ରସିଦ୍ ଦେଉନାହାନ୍ତି। ଶନିବାର ପ୍ରଶ୍ନକାଳରେ ବିଜେଡି ସଭ୍ୟ ଅରବିନ୍ଦ ଢାଲିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର…
ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ଥାନାକୁ ଦୌଡ଼ି ନିରାଶ ହେଲେ। ଥାନାଧିକାରୀ ନ୍ୟାୟ ଦେବା ବଦଳରେ ଥାନାରୁ ତଡ଼ିଦେଲେ। ଜିଲା ପ୍ରଶାସନ ମଧ୍ୟ ଶୁଣିଲା ନାହିଁ। ଶେଷରେ ଗଞ୍ଜାମ ଜିଲାର ଏକ ଦମ୍ପତି ଭୁବନେଶ୍ୱର ଚାଲି ଆସି ଧାରଣା ଦେଇଥିଲେ। ହେଲେ ଏଠାରୁ ମଧ୍ୟ ନ୍ୟାୟ…
ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଚଳିତବର୍ଷଠାରୁ କାର୍ଯ୍ୟକ୍ଷମ ହେବ। ବିଶ୍ୱବିଦ୍ୟାଳୟ ଅଗ୍ରଗତି ନେଇ ଶନିବାର ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ୨୦୨୧ ଜୁଲାଇରେ ବିଧାନସଭାରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ ପାସ୍ ହୋଇଥିଲା।…
୩ କମ୍ପାନୀର ୨.୫୨ କୋଟି ଅଚଳ
ଭୁବନେଶ୍ୱର,୩୧।୭ (ବ୍ୟୁରୋ): ଗ୍ରାହକଙ୍କୁ ଆପ୍ ଦ୍ୱାରା ଲୋନ୍ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଏହି ମାମଲାରେ (ନଂ.୯/୨୦୨୨)ରେ ମାଷ୍ଟରମାଇଣ୍ଡ ଥିବା ଚାଇନା…
ଆଜି ଚକାଜାମ୍ ଆନ୍ଦୋଳନ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି ଆନ୍ଦୋଳନ ହେବ। ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷକଙ୍କ…
Archives


