ମେଟ୍ରୋ

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୪,୭୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଏଥର ବିନା କଟକଣାରେ ହେବ ଗଣେଶ ପୂଜା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଗତ ୨ ବର୍ଷ ଧରି କରୋନା କଟକଣା ଭିତରେ ବିନା ଭକ୍ତରେ ପ୍ରଭୁଙ୍କ ପୂଜା ଆୟୋଜନ କରାଯାଉଥିଲା। ହେଲେ ଚଳିତ ବର୍ଷ ରାଜଧାନୀରେ ସେଭଳି କିଛି କଟକଣା ଲାଗିବ ନାହିଁ।…

୫ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କଲେ ପ୍ରକୃତି, ୟୁଟ୍ୟୁବ୍‌ ବି ପକ୍ଷଭୁକ୍ତ

ଭୁବନେଶ୍ୱର,୨୪।୮(ବ୍ୟୁରୋ): କିଛି ଦିନ ବ୍ୟବଧାନ ପରେ ତେଜିଛି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ। ବୁଧବାର ଭୁବନେଶ୍ୱର କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ଶ୍ୱଶୁର…

ସମସ୍ତ କଳ୍ପନାଜଳ୍ପନାର ଅନ୍ତ: ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଛି। ଚଳିତ ମାସରେ ସେ ଅବସର ନେଇଥାନ୍ତେ। ଏଣୁ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ତାକୁ ନେଇ ବିଭିନ୍ନ…

ରାଜ୍ୟରେ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର,୨୪।୮(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଲେ ଭୁବନେଶ୍ୱରରୁ…

ରାଜ୍ୟରେ ଚିହ୍ନଟ ହେଲେ ୨୯୬ କରୋନା ପଜିଟିଭ୍‌

ଭୁବନେଶ୍ବର,୨୪।୮(ବ୍ୟୁରୋ): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୯୬ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୪୭ ସଂକ୍ରମିତ କ୍ବାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ…

ଉପକୂଳରେ ଝିପିଝିପି ବର୍ଷା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ବୁଧବାର ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି l ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କି.ମି. ଉଚ୍ଚତା ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଝିପିଝିପି ବର୍ଷା…

କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍‌ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ

ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳର ନୁହନ୍ତି ବୋଲି କହି କଥାର ଗୁରୁତ୍ୱକୁ ହ୍ରାସ କରିବାକୁ ଚେଷ୍ଟା କରୁଛି।…

ମୋହନ ମାଝି ହେଲେ ପିଏସି ଅଧ୍ୟକ୍ଷ

ଭୁବନେଶ୍ବର,୨୪।୮(ବ୍ୟୁରୋ): ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ପିଏସି(ପବ୍ଲିକ ଆକାଉଣ୍ଟସ୍‌ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ…

ବନ୍ୟାଞ୍ଚଳରେ ଜନ୍ମ ହୋଇଛନ୍ତି ୨୫୫ ଶିଶୁ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟର ୧୩ ଜିଲା ଏବେ ବନ୍ୟା ପ୍ରଭାବିତ ହୋଇଛି। କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠାରେ ପୂରା ଗାଁ ଜଳଘେରରେ ରହିଛି। ସେହିପରି ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏପରି ସ୍ଥିତିରେ ଗର୍ଭବତୀଙ୍କୁ ସୁରକ୍ଷା…

ଏନଡିଟିଭିର ଅଂଶଧନ କିଣିବ ଆଦାନୀ ଗ୍ରୁପ

ଭୁବନେଶ୍ୱର,୨୪।୮: ଆଦାନୀ ଗ୍ରୁପର ସହଯୋଗୀ କମ୍ପାନୀ ଏଏମ୍‌ଜି ମିଡିଆ ନେଟର୍ଓ୍‌କ ଲିମିଟେଡ୍‌ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏନ୍‌ଡିଟିଭିର ଅଂଶଧନ କିଣିବାକୁ ଘୋଷଣା କରିଛି। ଏପରି କି ଆଦାନୀ ଗ୍ରୁପ୍‌ ଏନ୍‌ଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡରେ ପରୋକ୍ଷ ଭାବେ ୨୯.୧୮%…

ଦୁର୍ଦ୍ଦଶା ବେଳେ ପୁଣି ବର୍ଷା

ଭୁବନେଶ୍ୱର,(ବ୍ୟୁରୋ)/ଭୋଗରାଇ, (ଡି.ଏନ.ଏ.) ୨୪।୮: ଲଘୁଚାପ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ସ୍ଥଳେ ପୁଣି ବଡ଼ ବର୍ଷାର ଭୟ ସେମାନଙ୍କ ଚିନ୍ତା ବଢ଼ାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri