ନବମ,ଦଶମ ପିଲାଙ୍କ ପାଇଁ ଲାଗୁ ହେବ ନୂଆ ବିଷୟ
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ । ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମରେ ନୂଆ ବିଷୟ…
ସୃଷ୍ଟିହେଲା ଘୂର୍ଣ୍ଣିବଳୟ, ୨୦ରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୨୦ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଦକ୍ଷିଣ ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।…
ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ କିଛିମାସ…
ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ। ଗତ ଶୁକ୍ରବାର ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ। ଆଜି ତାଙ୍କ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।
ମୁହଁ ଖୋଲିଲେ ବ୍ୟବସାୟୀ, ଫସାଉଥିଲେ ଅର୍ଚ୍ଚନା
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ବ୍ଲାକ୍ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି। ତାଙ୍କୁ ନେଇ ଏବେ ବି ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଏପରିସ୍ଥିତିରେ…
ବିଡିଏ ପାଇଁ ଭୁବନେଶ୍ବର ବିଶ୍ବସ୍ତରରେ ପ୍ରଶଂସିତ
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବିଡିଏ ପାଇଁ ଭୁବନେଶ୍ବର ବିଶ୍ବସ୍ତରରେ ପ୍ରଶଂସିତ। ପ୍ରବଳ ବର୍ଷାରେ ମୁମ୍ବାଇ, ଚେନ୍ନାଇରେ ଯେଉଁ ପରିସ୍ଥିତି ଉପୁଜୁଛି ସେଭଳି ପରିସ୍ଥିତି ଭୁବନେଶ୍ବରରେ ହେଉନାହିଁ। ଏହା ବିଡିଏର ଅବଦାନ। କର୍ମଚାରୀଙ୍କ ଦକ୍ଷତା, ମନୋବଳ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏସବୁ ସମ୍ଭବ ହୋଇ…
କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୪୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟରୁ ସୋମବାର ୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୫୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୯ ଜଣ ଚିହ୍ନଟ ହୋଇଥିବା…
ଗଡ଼ିଲା ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍
ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍ (ଓ୍ବାଗନ) ଓଡ଼ିଶାରୁ ଗଡ଼ିିଛି। ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳଷ୍ଟେଶନର ୬ନମ୍ବର ପ୍ଲାଟଫର୍ମଠାରେ ଏହି ରେଳ ରେକ୍କୁ ଉଦ୍ଘାଟନ…
୨୦୨୩ ମାର୍ଚ୍ଚରେ ରାଜ୍ୟର ୮ ସହରରେ ମିଳିବ ୫ଜି ସେବା
ଭୁବନେଶ୍ୱର,୧୭ା୧୦ (ବ୍ୟୁରୋ): ଆସନ୍ତା ବର୍ଷ ଓଡ଼ିଶାରେ ୫ଜି ସେବା ଆରମ୍ଭ କରାଯିବ। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨ଶହଟି ବଡ଼ ବଡ଼ ସହରରେ ଏହି ସେବା ଉପଲବ୍ଧ ହେବ। ଏଥିମଧ୍ୟରେ ଓଡ଼ିଶାର ୮ଟି ସହରକୁ ସାମିଲ କରାଯାଇଛି। ତେବେ…
‘ଓଡ଼ିଶା ଦେଶର ଟେକ୍ନୋଲୋଜି ରିସୋର୍ସ ହବ୍’
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳର ଇନ୍ଫୋସିଟି ନିକଟ ଓ-ହବ୍ଠାରେ ଆଇବିଏମ୍ର କ୍ଲାଏଣ୍ଟ ଇନୋଭେଶନ୍ ସେଣ୍ଟର(ସିଆଇସି)କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପୂର୍ବ ଭାରତରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମ୍ର ଏହା…
ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଆଜି ନିବେଶକ ସମ୍ମିଳନୀ
ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଓଡ଼ିଶା ନିବେଶକ ସମ୍ମିଳନୀ ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ପୁଞ୍ଜିପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବେ। ରବିବାର ନବୀନଙ୍କ ଜନ୍ମଦିନ ହୋଇଥିବା ସତ୍ତ୍ବେ ଏହି…
ନିବେଶ ପାଇଁ ଓଡ଼ିଶା ଉତ୍ତମ ସ୍ଥାନ
ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ (ଫିକି) ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋମବାର ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଯୋଗଦେବାକୁ ହାଇଦ୍ରାବାଦରେ…
Archives


