ଆଉ ବର୍ଷେ ମିଳିବ ମାଗଣା ଚାଉଳ
ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ।…
ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ବଭାବିକ୍ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର,୩।୧(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମଙ୍ଗଳବାର ସ୍ବଭାବିକ୍ ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ସେବାୟତ ନୀତିକାନ୍ତି ଆରମ୍ଭ କରିଛନ୍ତି। ବିଭିନ୍ନ ଦାବି ନେଇ ସେବାୟତ ନୂଆବର୍ଷରେ ଲିଙ୍ଗରାଜ ପ୍ରଭଙ୍କୁ ଉପବାସ ରଖିଥିଲେ। ବୈଠକରେ ପୂଜାପଣ୍ଡା,…
ଆଇଆଇଟି କ୍ୟାମ୍ପସରେ ଅଜଗର
ଭୁବନେଶ୍ୱର,୩।୧(ବ୍ୟୁରୋ): ଜଟଣୀସ୍ଥିତ ଆଇଆଇଟି କ୍ୟାମ୍ପସରୁ ମଙ୍ଗଳବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଆଇଆଇଟି ସିକ୍ୟୁରିଟି ମ୍ୟାନେଜର ନିତ୍ୟାନନ୍ଦ ପ୍ରଧାନଙ୍କ କହିବା ମୁତାବକ ମଙ୍ଗଳବାର ସକାଳେ ସିକ୍ୟୁରିଟି ଟିମ୍ ଆଇଆଇଟି ପରିସରରେ ପାଟ୍ରୋଲିଂ କରୁଥିବା ବେଳେ ଉତ୍ତର ଦିଗ ପାଚେରୀକୁ ଲାଗିରହିଥିବା…
ଦାବି ପୂରଣ ନ ହେଲେ ‘ମାଟି ପାଇଁ ଜେଲ ଚାଲ’: ଗଣେଶ୍ୱର
ଭୁବନେଶ୍ବର,୩ା୧(ବ୍ୟୁରୋ):କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ସୋମବାର ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁରଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ପୂର୍ବତନ…
ବିଜେଡି ପ୍ରତିଷ୍ଠା ଦିବସରେ ପିନାକୀ କେଉଁଠି ଥିଲେ: ଭର୍ତ୍ତୃହରି
ଭୁବନେଶ୍ବର,୩ା୧(ବ୍ୟୁରୋ):ବିଜେଡିର ବରିଷ୍ଠ ନେତା ତଥା କଟକ ଏମ୍ପି ଭର୍ତ୍ତୃହରି ମହତାବ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ଖୁବ୍ଶୀଘ୍ର ରଖିବେ। ହେଲେ ସେ କେବେ ଏବଂ କେଉଁସବୁ ପ୍ରସଙ୍ଗରେ ରଖିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଭର୍ତ୍ତୃହରିଙ୍କ ଏଭଳି…
ଦ୍ୱିତୀୟ ଦିନ ବି ଉପବାସରେ ଶ୍ରୀଲିଙ୍ଗରାଜ
ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ୍.ଏ.):ନବବର୍ଷ ୨୦୨୩ ତଥା ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଚାଲିଥିବାବେଳେ ଜଣେ ଭକ୍ତ ଭୋଗ ମଣ୍ଡପରେ ପଶିଯିବାରୁ ଭୋଗ ମାରା ହୋଇଥିଲା। ଫଳରେ ସେବାୟତମାନେ ନୀତିକାନ୍ତି ବନ୍ଦ କରିଦେଇଥିବା ବେଳେ ସେଦିନର ସମସ୍ତ କୋଠ ଭୋଗ ଏବଂ ଜଜମାନ ଭୋଗ…
ଆଖି ବୁଜିଲା ‘ଜ୍ୟାକି’
ଭୁବନେଶ୍ୱର,୩।୧(ବ୍ୟୁରୋ):ଆଣ୍ଟିଭେନମ୍ ଅଭାବରୁ ରବିବାର ସାପ କାମୁଡ଼ାରେ ଆହତ ଡୋବରମ୍ୟାନ ‘ପେପ୍ସୀ’ର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଲାବ୍ରାଡର ‘ଜ୍ୟାକି’ର ସୋମବାର ମୃତ୍ୟୁ ଘଟିଛି। ଏହି ଦୁଇଟି କୁକୁରଙ୍କୁ ଚିକିତ୍ସା ପାଇଁ ଓୟୁଏଟି ଭେଟେରିନାରି କଲେଜରେ ଥିବା ସେଣ୍ଟ୍ରାଲ କ୍ଲିନିକକୁ ନିଆଯାଇଥିଲା। ଆଣ୍ଟିଭେନମ୍…
ସରିଲାନି ରାଜପଥ ମରାମତି, ସୌନ୍ଦର୍ଯ୍ୟକରଣ
ଭୁବନେଶ୍ୱର,୩।୧(ବ୍ୟୁରୋ):ହକି ପୁରୁଷ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମଧ୍ୟଦେଇ ଖୋର୍ଦ୍ଧା-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ଉନ୍ନତିକରଣ ତଥା ମରାମତି କାର୍ଯ୍ୟ ଡିସେମ୍ବର ଶେଷସୁଦ୍ଧା ସରିବ। ସର୍ଭିସ ରୋଡ୍ ସହ ସହର ଭିତରେ ଥିବା ବିଭିନ୍ନ ରାସ୍ତା, ଡ୍ରେନ୍, ଫୁଟ୍ପାଥ, ବ୍ୟାରିକେଡ୍,…
ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ
ଭୁବନେଶ୍ୱର, ୩।୧ (ବ୍ୟୁରୋ):ରାଜଧାନୀର କାନ୍ଥ ବଖାଣୁଛି ଓଡ଼ିଶାର ଏତିହ୍ୟ, ସଂସ୍କୃତି ଓ ପରମ୍ପରାର ଗାଥା। ଶିଳ୍ପୀଙ୍କ ରଙ୍ଗତୂଳୀରେ ସାଧବ ପୁଅଙ୍କ ବୋଇତଯାତଠାରୁ ଆରମ୍ଭ କରି ପଟ୍ଟଚିତ୍ର, ମନ୍ଦିର, ଖଣ୍ଡଗିରି, ଉଦୟଗିରି, ଧଉଳି ଶାନ୍ତିସ୍ତୁପ ଭଳି ବିଭିନ୍ନ କଳାକୃତି ଜୀବନ୍ତ ପ୍ରତ୍ୟେୟ ହେଉଛି।…
ବିଏମ୍ସି ନିୟମ ମାନୁ ନାହାନ୍ତି ସ୍ମାର୍ଟସିଟି ବାସିନ୍ଦା
ଭୁବନେଶ୍ୱର,୩।୧(ବ୍ୟୁରୋ):ସ୍ମାର୍ଟସିଟି ବାସିନ୍ଦାଙ୍କ ଜୀବନଶୈଳୀକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଅନେକ ଯୋଜନା କରାଯାଉଛି। ସେପଟେ ଯୋଜନା କାର୍ଯ୍ୟକାରୀ କରିବାରେ ଖିଲାପ ହେଲେ ସହରବାସୀଙ୍କ ପକ୍ଷରୁ ମାଳମାଳ ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ପ୍ରଶାସନ ତପତ୍ରତା ଦେଖାଉଥିଲେ…
୫ବର୍ଷରେ ୭ ରାଜ୍ୟକୁ ଯାଇଛି ୫ଲକ୍ଷ ବହି
ଭୁବନେଶ୍ୱର, ୩।୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୭ ରାଜ୍ୟକୁ ୫ଲକ୍ଷ ନ୍ୟାଶନାଲଇଜ୍ଡ ଟେକ୍ସଟ(ଏନ୍ଟି) ପୁସ୍ତକ ଯୋଗାଣ ହୋଇଛି। ଏ ନେଇ ଭୁବନେଶ୍ୱର ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ୍ ମାର୍କେଟିଂ ନିର୍ଦ୍ଦେଶକ ରଘୁରାମ ଆର୍. ଆୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…
ହକି ବିଶ୍ୱକପ୍ ପାଇଁ ୪ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର,୩ା୧(ବ୍ୟୁରୋ):ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ବିଶ୍ୱ କ୍ରୀଡ଼ା ଦେଖିବାକୁ ଓଡ଼ିଶା ଆମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର…
Archives


