ମେଟ୍ରୋ

ଦିବଂଗତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କୁ ପଦ୍ମ ପୁରସ୍କାର

ଭୁବନେଶ୍ୱର,୫ା୪(ବ୍ୟୁରୋ): ବୁଧବାର ରାଷ୍ଟ୍ରପତି ଭବନରେ ୨୦୨୩ର ଦିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକପ୍ରିୟ ଦିବଂଗତ  କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି। ବାଣୀ ଜୟରାମଙ୍କ ପାଇଁ ତାଙ୍କ ଭଉଣୀ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର…

ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ଖାତାଦେଖା

ଭୁବନେଶ୍ୱର,୫।୪(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ…

ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର,୫।୪(ବ୍ୟୁରୋ): ୪ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପେନ୍‌ସନ୍‌ ପ୍ରଦାନ ସହ…

ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ଦୀର୍ଘଦିନ ଧରି ସ୍ଥାୟୀ ନିଯୁକ୍ତି ଦାବି କରିଆସୁଛନ୍ତି। ବାରମ୍ବାର ଧାରଣା, ବିକ୍ଷୋଭ ଓ ଆଲୋଚନା ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ଗତ ୧ ତାରିଖରେ ଓଡ଼ିଶା ସରକାରୀ…

ଚର୍ମବିଣ୍ଡି ରୋଗ ନେଇ ଲାଗିବ କଟକଣା

ଭୁବନେଶ୍ବର, ୫।୪(ବ୍ୟୁରୋ): ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଗତବର୍ଷ ସେପ୍ଟେମ୍ବରରୁ ଚର୍ମବିଣ୍ଡି ରୋଗ ଦେଖାଦେଇଛି। ବର୍ତ୍ତମାନ ସ୍ଥିତିରେ ଗୋମହିଷାଦିଙ୍କ କିଣାବିକା ଏବଂ ରାଜ୍ୟ ଭିତରେ ବାହାରେ ହେଉଥିବା ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସମ୍ପର୍କରେ ଏକ ସମୀକ୍ଷା ବୈଠକ…

୫ ସହରରେ ପାରଦ ୩୮ ଡିଗ୍ରୀ ପାର୍‌

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଝଡ଼ବର୍ଷା କମିଥିବାବେଳେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ମଙ୍ଗଳବାର ୨୨ ସହରରେ ପାରଦ ସ୍ବାଭାବିକଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୫ ସହରରେ ୩୮ ଡିଗ୍ରୀ ପାର କରିଛି। ୩୮.୫ ଡିଗ୍ରୀ ସହ ଭବାନୀପାଟଣା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।…

‘ମମ ଶବ୍ଦବିଶ୍ୱମ୍‌’ ଲୋକାର୍ପିତ

ଭୁବନେଶ୍ୱର,୫।୪(ବ୍ୟୁରୋ): ଶବ୍ଦ ହେଉଛି ବ୍ରହ୍ମ। ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା। ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ, ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରକାଶ କରିଛନ୍ତି। ମଙ୍ଗଳବାର ରାଜଭବନରେ ଉଚ୍ଚ ଶିକ୍ଷା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍‌ ମୁଖ୍ୟ

ଭୁବନେଶ୍ୱର,୫।୪(ବ୍ୟୁରୋ): ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପ୍ପନ ଷ୍ଟିଲ୍‌କୁ ଆମନ୍ତ୍ରଣ କରିଛନ୍ତି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିପ୍ପନ ଷ୍ଟିଲ୍‌ କର୍ପୋରେଶନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋତୋଙ୍କ ସହ ନବୀନ ମଙ୍ଗଳବାର…

ହିନ୍ଦୋଳ ଏନ୍‌ଏସି ନିର୍ବାଚନ: ବୁଧବାର ପ୍ରକାଶ ପାଇବ ଫଳାଫଳ

ଭୁବନେଶ୍ୱର, ୪।୪(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିରେ ଏପ୍ରିଲ ୩ରେ ମତଦାନ ଶେଷ ହୋଇଛି। ତେବେ ବୁଧବାର ଗଣତି ହେବା ସହ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏନେଇ ହିନ୍ଦୋଳ ଏନ୍‌ଏସିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ୨ଟି…

୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪।୪(ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ମେ’ ୧୦ ତାରିଖରେ ଅନୁଷ୍ଠିତ ହେବ। ଏଥିନେଇ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଗଲାଣି। ତେବେ ସ୍ବର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନ ୩ ବରିଷ୍ଠ…

ବିଜେଡି ନେତା ଆନ୍ଧ୍ର ଭାଷା କହୁଛନ୍ତି: ଭାଜପା

ଭୁବନେଶ୍ୱର,୪।୪(ବ୍ୟୁରୋ): କୋଟିଆ ବିବାଦ ଦୀର୍ଘଦିନ ଧରି ଚାଲିଆସିଛି। ଏହି ମାମଲା ଏବେ ସୁପ୍ରିମ୍‌କୋର୍ଟରେ ରହିଛି। ବାରମ୍ବାର ଏ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଭାଜପା ଏ…

ଓଡ଼ିଶାକୁ ବିଶ୍ୱର ସବୁଜ ରାଜଧାନୀ କରିବାକୁ ଶପଥ

ଭୁବନେଶ୍ୱର,୪।୪(ବ୍ୟୁରୋ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶୁଭ ଶତବାର୍ଷିକୀ ୨୦୩୬ରେ ପାଳନ କରାଯିବ। ଏଥିପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ସ୍ବତନ୍ତ ଅଧିବେଶନ ‘ମେକ୍‌ ଇନ୍‌ ଓଡ଼ିଶା-୨୦୩୬’ ଅନୁଷ୍ଠିତ ହୋଇଯାଇଛି। ସୋମବାର ସୂଚନାଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri