ଜେଲେନସ୍କିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଳୋଚନା କଲେ ଜାପାନ ପ୍ରଧାନମନ୍ତ୍ରୀ
କିଭ୍,୨୨।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ ଗସ୍ତ ଯାଇ କିଭ୍ରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ଆଲୋଚନା ପରେ ମିଳିତ ବିବୃତ୍ତିରେ…
ଚେତାବନୀ ସତ୍ତ୍ୱେ ସୁଧୁରୁନି ଉତ୍ତର କୋରିଆ
ସିଓଲ,୨୨ା୩: ବୁଧବାର ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ସେନା ସୂଚନା ଦେଇଛନ୍ତି। ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି। ଦକ୍ଷିଣ କୋରିଆ ଏବଂ…
ଓଡ଼ିଶା ବୋହୂ ‘ନିଶା’ଆମେରିକା ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ…
ଓ୍ବାଶିଂଟନ,୨୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୂଳ ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପ୍ମେଣ୍ଟ ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ। ସେ ଓଡ଼ିଶାର ଅନୁଗୋଳର ପୁଅ ସୁବ୍ରତ…
ସୋସିଆଲ ମିଡ଼ିଆରେ ହେଉଛି ମିଥ୍ୟା ପ୍ରଚାର: ପଞ୍ଜାବ ସ୍ଥିତି ନେଇ କହିଲେ ଭାରତୀୟ ଉଚ୍ଚାୟୁକ୍ତ…
ଲଣ୍ଡନ,୨୨।୩ : ବ୍ରିଟେନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସୋସିଆଲ ମିଡ଼ିଆରେ ଭାରତ ବିରୋଧରେ ଜାରି ରହିଥିବା ମିଥ୍ୟା ପ୍ରଚାର ସମ୍ପର୍କରେ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଞ୍ଜାବର ସ୍ଥିତି ନେଇ ପ୍ରସାରିତ ହେଉଥିବା ଭିଡ଼ିଓର କୌଣସି ସତ୍ୟତା…
ଭୂକମ୍ପରେ ଥରିଲା ନ୍ୟୁଜ ରୁମ୍, ଭୟଭୀତ ନ ହୋଇ ଖବର ପଢ଼ିଲେ ଉପସ୍ଥାପକ, ଭିଡ଼ିଓ ଭାଇରାଲ…
ଇସଲାମାବାଦ,୨୨।୩ : ମାର୍ଚ୍ଚ ୨୧ ରାତିରେ ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହା ସତ୍ତ୍ୱେ ଏକ ନ୍ୟୁଜ ଚ୍ୟାନେଲର ଉପସ୍ଥାପକ ଲାଇଭ ନ୍ୟୁଜ ପଢ଼ି ଚାଲିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ…
ଏସିଆରେ ନାଟୋର ବିସ୍ତାରକୁ ଚାଇନା-ରୁଷିଆ କଲେ ବିରୋଧ…
ମସ୍କୋ/ବେଜିଂ,୨୨।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବେ ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚାଇନା ପ୍ରତିପକ୍ଷ ଜିନପିଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ ବିଷୟରେ କହିଛନ୍ତି। ଏହା ବ୍ୟତୀତ…
ଆମକୁ ମିଳୁନି ଦିନକୁ ଦୁଇଥର ଖାଦ୍ୟ: କିମ୍ଙ୍କ ଝିଅଙ୍କ ମେଦବହୁଳତା ନେଇ ଲୋକେ ଅସନ୍ତୁଷ୍ଟ…
ପ୍ୟୋଙ୍ଗୟାଙ୍ଗ,୨୨।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ ଗଣମାଧ୍ୟମର ହେଡଲାଇନରେ ଅଛନ୍ତି। ବାସ୍ତବରେ, ଗତ ସପ୍ତାହରେ, ଯେତେବେଳେ ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…
ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡାଦେଶ…
କାମ୍ପଲା,୨୨।୩ : ଆଫ୍ରିକୀୟ ଦେଶ ଉଗାଣ୍ଡାର ସଂସଦ ଏକ ବିଲ ପାରିତ କରିଛି ଯେଉଁଥିରେ ସମଲିଙ୍ଗୀ ସମ୍ପର୍କକୁ ପ୍ରକାଶ କରିବା ଅପରାଧ ବୋଲି ଘୋଷଣା କରାଯାଇଛି। ଏହି ବିଲରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମୃତ୍ୟୁ ଦଣ୍ଡାଦେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଏହା…
ସଂସଦକୁ ବିଭ୍ରାନ୍ତ କରିଥିଲି, ହେଲେ ଉଦ୍ଦେଶ୍ୟ ମନ୍ଦ ନ ଥିଲା: ବୋରିସ ଜନସନ…
ଲଣ୍ଡନ,୨୨।୩ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ବୀକାର କରିଛନ୍ତି ଯେ ସେ ’ପାର୍ଟିଗେଟ’ ମାମଲାରେ ସଂସଦକୁ ବିଭ୍ରାନ୍ତ କରିଛନ୍ତି। ତେବେ ଜନସନ ଏହା ମଧ୍ୟ କହିଛନ୍ତି ଯେ ଅଜାଣତରେ ଏହା ତାଙ୍କ ତରଫରୁ ଘଟିଛି। ତାଙ୍କର ଉଦ୍ଦେଶ୍ୟ ମନ୍ଦ…
୨୦୦ କୋଟି ଲୋକଙ୍କୁ ମିଳୁନି ପାନୀୟ ଜଳ : ଜାତିସଂଘ ରିପୋର୍ଟ…
ଜେନେଭା,୨୨।୩ : ବିଶ୍ୱରେ ଜଳ ଅଭାବ ଯୋଗୁ ବହୁ ଦେଶ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ଯୋଗୁ ସମ୍ପୃକ୍ତ ଦେଶରେ ସମସ୍ୟା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦ କୋଟି ଲୋକ ଅର୍ଥାତ ବିଶ୍ୱ…
ଭାରତ ସମେତ ୭ ଦେଶରେ ଭୂକମ୍ପ, ପାକିସ୍ତାନରେ ୧୩ ମୃତ-୨୦୦ରୁ ଅଧିକ ଆହତ: ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା… …
ନୂଆଦିଲ୍ଲୀ/ଇସଲାମାବାଦ/କାବୁଲ,୨୨।୩ : ଭାରତ ସମେତ ୭ ଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ କେତେକ ଦେଶରେ ଦୀର୍ଘ ସମୟ ଧରି କମ୍ପୁଥିଲା। ପାକିସ୍ତାନରେ ଇସଲାମାବାଦ ସମେତ ପଞ୍ଜାବ, ଖାଇବର…
ଶାନ୍ତି ଆଣିବ ଚାଇନା ଯୋଜନା: ପୁଟିନ୍
କିଭ୍/ମସ୍କୋ,୨୨ା୩: ଚାଇନାର ଶାନ୍ତି ଯୋଜନା ୟୁକ୍ରେନ୍ ଯୁଦ୍ଧର ସମାଧାନ ପାଇଁ ଆଧାର ଯୋଗାଇପାରେ। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ୩ ଦିନିଆ ମସ୍କୋ ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି…
Archives


