ଇୟୁ ଗୁଗଲକୁ ବିଜ୍ଞାପନ କାରବାର ବିକ୍ରି ପାଇଁ ଦେଲା ନିର୍ଦ୍ଦେଶ…

ଓ୍ବାଶିଂଟନ,୧୫।୬ : ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ୟୁରୋପୀୟ ୟୁନିଅନ (ଇୟୁ)ର ପ୍ରତିଯୋଗିତା ନିର୍ଦ୍ଦେଶକ ଏହାର ବିଜ୍ଞାପନ ବ୍ୟବସାୟର ଏକଚାଟିଆ ଅଧିକାର ସମାପ୍ତ କରିବାକୁ କହିଛନ୍ତି। ଆୟୋଗର ପ୍ରତିଯୋଗିତା ନିୟାମକ ଗୁଗଲକୁ ଏକଚାଟିଆ ତଥା ପ୍ରାଧାନ୍ୟ ମାଧ୍ୟମରେ ଅନଲାଇନ ବିଜ୍ଞାପନ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଟକାଇଥିବା ଅଭିଯୋଗ କରିଛନ୍ତି। ଗୁଗଲର ବ୍ୟବସାୟ ମଡେଲର ମୂଳଦୁଆ ପାଇଁ ଏହା ଏକ ଆଘାତ ବୋଲି ବିବେଚନା କରାଯାଉଛି। ଅନଲାଇନ ବ୍ୟବସାୟରେ ଗୁଗଲର ଏକଚାଟିଆ ଅଧିକାର ସମାପ୍ତ କରିବାକୁ ଆମେରିକା ମଧ୍ୟ କାର୍ଯ୍ୟ କରୁଛି।

ୟୁରୋପୀୟ କମିଶନ ଉପାଧ୍ୟକ୍ଷ ମାର୍ଗ୍ରେଥ ଭେଷ୍ଟେଜର କହିଛନ୍ତି ଅନଲାଇନ ବିଜ୍ଞାପନ ବଜାରର ଉଭୟ ପ୍ରାନ୍ତରେ ଗୁଗଲ ପ୍ରାଧାନ୍ୟ ଦେଇଛି। ଉଚ୍ଚ ଫି ଆଦାୟ କରି ଗୁଗଲ ଏହି ପରିସ୍ଥିତିର ଲାଭ ଉଠାଉଛି। ଗୁଗଲ ଏହାର ଏଡେକ ବ୍ୟବସାୟର କିଛି ଅଂଶ ବିକ୍ରୟ କଲେ ହିଁ ଏହା ପ୍ରଭାବଶାଳୀ ଭାବରେ ହ୍ରାସ ହୋଇପାରିବ। ଗୁଗଲ ନିଜେ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ସ୍ବାର୍ଥକୁ ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଏହି ବ୍ୟବସାୟର ନିୟମ, ଚାହିଦା ଏବଂ ଯୋଗାଣର ନିୟନ୍ତ୍ରଣ ମଧ୍ୟ ଗୁଗଲ ହାତରେ ଅଛି। ଏହି ପରିସ୍ଥିତି ନିଶ୍ଚିତ ଭାବରେ ଏକ ଅନ୍ତର୍ନିହିତ ଏବଂ ବିସ୍ତାରିତ ଆଗ୍ରହର ଦ୍ୱନ୍ଦ ସୃଷ୍ଟି କରୁଛି। ତେଣୁ, ଅନଲାଇନ ବିଜ୍ଞାପନ ବ୍ୟବସାୟ କ୍ଷେତ୍ରରେ ଏକ ସୁସ୍ଥ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବାକୁ, ଗୁଗଲର ଏକଚାଟିଆ ଅଧିକାରକୁ ଶେଷ କରିବା ଆବଶ୍ୟକ।
ଇୟୁ ଅନୁସନ୍ଧାନ ଏହାର ବିଜ୍ଞାପନ ବ୍ୟବସାୟର ଏକ ସଂକୀର୍ଣ୍ଣ ଅଂଶ ଉପରେ ଧ୍ୟାନ ଦେଇ ଗୁଗଲ ନିଜକୁ ରକ୍ଷା କରିଛି। ଗୁଗଲର ବିଜ୍ଞାପନ ବିଭିନ୍ନ ଉଦ୍ୟୋଗ ଏବଂ ୱେବସାଇଟକୁ ସାହାଯ୍ୟ କରିଥାଏ ବୋଲି ଗୁଗଲର ବିଶ୍ୱ ବିଜ୍ଞାପନ ବ୍ୟବସାୟର ଉପାଧ୍ୟକ୍ଷ ଡାନ ଟେଲର କହିଛନ୍ତି। ସମସ୍ତ ବ୍ୟବସାୟ ପ୍ରଭାବଶାଳୀ ଭାବରେ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ଅଟେ । ଗୁଗଲ ଏହା ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରିବ।

ପ୍ରତିଯୋଗିତା ନିୟମ ଉଲ୍ଲଂଘନ ପାଇଁ ବ୍ରିଟେନ ଏବଂ ଆମେରିକାର ଗୋଲାଗ ବିରୋଧରେ ମଧ୍ୟ ମକଦ୍ଦମା ଚାଲିଛି। ୟୁରୋପୀୟ ୟୁନିଅନ ପୂର୍ବରୁ ତିନୋଟି ଭିନ୍ନ ମାମଲାରେ ଗୁଗୁଲ ଉପରେ ୮.୬ ବିଲିୟନ ଡଲାର ଜୋରିମାନା ଲଗାଇଛି।

ବଡ ବୈଷୟିକ କମ୍ପାନୀଗୁଡିକର ପ୍ରାଧାନ୍ୟ ହ୍ରାସ କରିବାକୁ ଇୟୁ ପଦକ୍ଷେପ ନେବା ଜାରି ରଖିଛି। ତେବେ ଏହା ପ୍ରଥମ ଥର ପାଇଁ ଏକ କମ୍ପାନୀକୁ ବ୍ୟବସାୟ ବିକ୍ରୟ କରିବାକୁ କୁହାଯାଇଛି। ଇୟୁ କହିଛି କୌଣସି କମ୍ପାନୀର ଅଧିକ ଶକ୍ତି ରହିବା ଉଚିତ ନୁହେଁ, ଏହା ପ୍ରତିଯୋଗିତାକୁ ପ୍ରଭାବିତ କରିଥାଏ। ତଥାପି, ଅନ୍ତିମ ନିଷ୍ପତ୍ତି ପୂର୍ବରୁ ଗୁଗଲରେ କହିବାର ସୁଯୋଗ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?