ଆମେରିକା ଓ୍ବାରେଣ୍ଟରେ ଲଣ୍ଡନରୁ ଭାରତୀୟ ନାଗରିକ ଗିରଫ
ଲଣ୍ଡନ,୨୦ା୪: ଆମେରିକାର ପ୍ରତ୍ୟର୍ପଣ ଓ୍ବାରେଣ୍ଟରେ ବ୍ରିଟେନ ପୋଲିସ ଲଣ୍ଡନରୁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଭାରତୀୟ ମୂଳ ସୁନ୍ଦର ନାଗରାଜନଙ୍କ ଉପରେ ଆତଙ୍କବାଦୀ ସଂଗଠନ ହିଜିବୁଲ୍କୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ମଦୁରାଇରେ ଜନ୍ମିତ ନାଗରାଜନ(୬୫) ଆସନ୍ତା ସପ୍ତାହରେ…
ରୁଷିଆ-ୟୁକ୍ରେନ ଯୁଦ୍ଧ: କିଭ୍ ଆକାଶରେ ରହସ୍ୟମୟ ଆଲୋକ…
କିଭ୍,୨୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍ ବାଜି…
କାଲିଫର୍ନିଆ ଗୁରୁଦ୍ୱାରରେ ଗୁଳିକାଣ୍ଡ, ୧୭ ଶିଖ ଗିରଫ, ୨ ଅପରାଧି ଭାରତରେ ଓ୍ବାଣ୍ଟେଡ
ଓ୍ବାଶିଂଟନ,୨୦।୪: କାଲିଫର୍ନିଆର ସୌକରାମେଣ୍ଟୋ ସ୍ଥିତ ଗୁରୁଦ୍ୱାର ସମେତ ୧୧ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ କିଛି ଏଜେନ୍ସି ଦ୍ୱାରା କରାଯାଇଥିବା ଯାଞ୍ଚ ପରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧିମାନେ ହେଲେ ଶିଖ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ…
ଏଲନ ମସ୍କଙ୍କ ଘୋଷଣା: ଆଜିଠୁ ହଟିବ ଟୁଇଟରରୁ ବ୍ଲୁ ଟିକ୍
ଓ୍ବାଶିଂଟନ,୨୦।୪: ଏପ୍ରିଲ ୨୦ ଅର୍ଥାତ୍ ଆଜିଠୁ ଟୁଇଟରରେ ବ୍ଲୁ ଟିକ୍ ହଟିବ। ଏନେଇ ଟୁଇଟର ସିଇଓ ଏଲନ ମସ୍କ ନିକଟରେ ଘୋଷଣା କରିଥିଲେ। ସେ କହିଥିଲେ, ଏପ୍ରିଲ ୨୦ରୁ ଟୁଇଟରରୁ ବ୍ଲୁ ଟିକ୍ ମାର୍କ ହଟାଯିବ। ଯଦି କିଏ ବ୍ଲୁ ଟିକ୍…
ଭାରତରେ ୧୮ ବର୍ଷ ହେବା ପୂର୍ବରୁ ୨୩ ପ୍ରତିଶତ ନାବାଳିକାଙ୍କର ହେଉଛି ବିବାହ: ଜାତିସଂଘ ରିପୋର୍ଟ…
ଜେନେଭା,୨୦।୪ : ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟ ୨୦୨୩ରେ ଶିକ୍ଷା, ପ୍ରଜନନ ସ୍ବାସ୍ଥ୍ୟ, ପରିବାର ଯୋଜନା, ଯୌନ ସମ୍ପର୍କ, ଭାରତରେ ମହିଳାମାନେ ଗ୍ରହଣ କରିଥିବା ଶିକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ ସେବା, ଯୌନ ସମ୍ପର୍କ ପାଇଁ ସମ୍ମତି ଭଳି…
ଦ୍ୱିତୀୟ ଥର କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ମିଗୁଏଲ ଡିଆଜ କାନେଲ
ହଭାନା,୨୦।୪: ମିଗୁଏଲ ଡିଆଜ କାନେଲ ଦ୍ୱିତୀୟ ଥର ଲାଗି କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚତ ହୋଇଛନ୍ତି। କାନେଲ ସଂସଦୀୟ ଭୋଟରେ ଦ୍ୱିତୀୟ ଥର ଲାଗି ୫ ବର୍ଷର କାର୍ଯ୍ୟକାଳ ପ୍ରାପ୍ତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ କରିବାକୁ ନେଇ ସଦନରେ ଡକାଯାଇଥିବା ବୈଠକ…
ପ୍ରଧାନ ବିଚାରପତିଙ୍କ କ୍ଷମତା ହ୍ରାସ ବିଲ୍: ଦ୍ୱିତୀୟ ଥର ଫେରାଇଲେ ପାକିସ୍ତାନ ରାଷ୍ଟ୍ରପତି…
ଇସଲାମାବାଦ,୨୦।୪ : ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ଦ୍ୱିତୀୟ ଥର ପାଇଁ ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ତାଙ୍କ ପାଖକୁ ଆସିଥିବା ବିଲକୁ ସଂସଦକୁ ଫେରାଇ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଏହି ମାମଲା ଉପରେ ବିଚାର ଚାଲିଛି।…
ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅଧିକ ଆଫ୍ରିକୀୟ ଦେଶ ହୋଇଛନ୍ତି ସାମିଲ…
ଜେନେଭା,୨୦।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ଭାରତ ଜି-୨୦ ଅଧ୍ୟକ୍ଷ ହେବା ପରେ ବୈଠକରେ ଏପର୍ଯ୍ୟନ୍ତ ଆଫ୍ରିକୀୟ ଦେଶମାନେ ସର୍ବାଧିକ ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା, ମରିସସ, ଇଜିପ୍ଟ, ନାଇଜେରିଆ, ଆଫ୍ରିକୀୟ ୟୁନିଅନର ସଦସ୍ୟ…
ପାକିସ୍ତାନରେ ହେପାରିନ ଇଞ୍ଜେକ୍ସନର ଅଭାବ: ସଙ୍କଟରେ ହାର୍ଟ ଚିକିତ୍ସା…
ଇସଲାମାବାଦ,୨୦।୪ : ପାକିସ୍ତାନର ହାର୍ଟ ସମସ୍ୟା ଥିବା ବ୍ୟକ୍ତିମାନେ ସେମାନଙ୍କ ଚିକିତ୍ସାରେ ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଦେଶରେ ହେପାରିନ ଇଞ୍ଜେକ୍ସନ ଯାହା ହାର୍ଟ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ତାହା ଆଉ ମିଳୁନି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଡେଲି…
ୟେମେନରେ ଦଳା ଚକଟା, ୮୫ରୁ ଅଧିକ ମୃତ…
ସାନା,୨୦।୪ : ବୁଧବାର ବିଳମ୍ବିତ ରାତିରେ ୟେମେନର ରାଜଧାନୀରେ ଏକ ବିଦ୍ୟାଳୟରେ ହେଉଥିବା ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳା ଚକଟା ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାରେ ୮୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…
ମୁସଲମାନ ମୌଳବାଦୀଙ୍କ ଟାର୍ଗେଟରେ ହିନ୍ଦୁ ଶିକ୍ଷାର୍ଥୀ…
ଲଣ୍ଡନ,୨୦।୪ : ବ୍ରିଟେନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ହିନ୍ଦୁ ଶିକ୍ଷାର୍ଥୀମାନେ ବର୍ତ୍ତମାନ ଜାତିଗତ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ମୁସଲମାନ ମୌଳବାଦୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି, ଜାତିଗତ ମନ୍ତବ୍ୟ ଦେଇଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି। ଏହି ସମୟ ମଧ୍ୟରେ,…
ସ୍ପାଏ ଡ୍ରୋନ୍ ମୁତୟନ କରିବ ଚାଇନା
ଓ୍ବାଶିଂଟନ୍, ୨୦।୪: ଚାଇନା ମିଲିଟାରି ଖୁବ୍ଶୀଘ୍ର ଉଚ୍ଚ-ତୀବ୍ରତା ବିଶିଷ୍ଟ ଗୋଇନ୍ଦା ଡ୍ରୋନ୍ ମୁତୟନ କରିବାକୁ ଯୋଜନା କରୁଛି। ଲିକ୍ ହୋଇଥିବା ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି। ଚାଇନା ମୁତୟନ କରିବାକୁ ଥିବା ଏହି ଡ୍ରୋନ୍ର ବେଗ ଶବ୍ଦର ବେଗଠାରୁ…
Archives


