Odisha Elections 2024

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି: ବଡ଼ ଦାବି କଲେ ଏହି ବ୍ୟକ୍ତି

ମସ୍କୋ,୧୪।୭: ଗତ ମାସରେ ରୁଷିଆ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ୍‌ର ମୁଖ୍ୟ ୟେବଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ହୋଇସାରିଛି। ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଆମେରିକାର ଜଣେ ପୂର୍ବତନ ଅଧିକାରୀ। ଉଲ୍ଲେଖନୀୟ କଥା ହେଉଛି, ପୁଟିନଙ୍କ ବିଦ୍ରୋହ ପରଠାରୁ ପ୍ରିଗୋଜିନ୍‌ଙ୍କ ସଠିକ୍‌ ଠିକଣାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏଭଳି ପରିସ୍ଥିତିରେ ଆମେରିକାର ଅଧିକାରୀ ଦାବି କରିଛନ୍ତି ଯେ, ପ୍ରିଗୋଜିନ କାରାଗାରରେ ଅଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି।

ଅବସରପ୍ରାପ୍ତ ଆମେରିକାର ଜେନେରାଲ ରବର୍ଟ ଆବ୍ରାମସ କହିଛନ୍ତି, ଜୁନ ୨୯ରେ ପୁଟିନ ଏବଂ ପ୍ରିଗୋଜନ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ କ୍ରେମଲିନ ନିଶ୍ଚିତ କରିଛନ୍ତି, ଯାହା ମିଥ୍ୟା ଅଟେ। ସେପରି କୌଣସି ବୈଠକ ହୋଇନଥିଲା। ଆମେରିକାର ଅଧିକାରୀ ଦାବି କରିଛନ୍ତି ଯେ ଆମେ ପ୍ରିଗୋଜିନ୍‌ଙ୍କୁ ଆଉ କେବେ ଦେଖିବାରିବା ନାହିଁ। କେବଳ ଏତିକି ନୁହେଁ ସେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି କିମ୍ବା ତାଙ୍କୁ କାରାଗାରରେ ରଖାଯାଇଛି।

ସୂଚନାଯୋଗ୍ୟ, ନିକଟରେ ରୁଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ସୂଚନା ଦେଇଛି କହିଛି ଯେ, ବିଦ୍ରୋହର କିଛି ଦିନ ପରେ ପୁଟିନ ଏବଂ ପ୍ରିଗୋଜନ୍‌ଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

୨୬ ବର୍ଷ ତଳେ ଅପହୃତ, ପଡ଼ୋଶୀଙ୍କ ଘରୁ ଉଦ୍ଧାର

ଜେଲ୍‌ଫା, ୧୭।୫:୧୯୯୮ରେ ଆଲଜେରିଆର ଜେଲ୍‌ଫା ସହର ବାସିନ୍ଦା ଓମାର ବିନ୍‌ ଓମରାନଙ୍କୁ ୧୯ ବର୍ଷ ହୋଇଥିଲା। ସେତେବେଳେ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ...

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri