ଅନ୍ତର୍ଜାତୀୟ

ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଇରାନ, ଲୁଚାଇ ରଖୁଛି ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା

ତେହେରାନ,୫।୯: ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇରାନ। ଇରାନ ବର୍ତ୍ତମାନ ୬୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଉତ୍ପାଦନ କରି ସାରିଛି। ମିଳିତ ଜାତିସଂଘର ସଂସ୍ଥା ଅନ୍ତର୍ଜାତୀୟ ପରମାଣୁ ଉର୍ଜା ସଂଘ (ଆଇଏଇଏ) ଏନେଇ ଦୁଇଟି ରିପୋର୍ଟ ପ୍ରକାଶ କରିଛି।…

ଚିନି, ପରିବାପତ୍ର ପରେ ପାକିସ୍ତାନରେ ଦୁଗ୍ଧ ସଙ୍କଟ, ଦରଦାମ୍‌ ଆକାଶଛୁଆଁ

ଇସଲାମବାଦ,୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ଓ ରାଜନୈତି ଅଚଳାବସ୍ଥା ନେଇ ଗତି କରୁଛି। ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହେବା ପରେ ବର୍ତ୍ତମାନ ଦୁଗ୍ଧ ସଙ୍କଟ ଦେଖାଦେଇଛି। ଦୁଗ୍ଧ ବିକ୍ରେତାମାନେ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ କରି ସୋମବାର ଠାରୁ…

ଥାନା ପରିସରରେ ବୋମା ଫିଙ୍ଗି ଆକ୍ରମଣ, ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ମୃତ

ନାଏପିଡାଉ,୫।୯: ପୂର୍ବ ମିଆଁମାରର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ପରିସରରେ ଡ୍ରୋନରେ ଆକ୍ରମଣ ହୋଇଛି। ଏଥିରେ ଜଣେ ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ଏପରି ବଢ ଧରଣର…

ମଣିପୁର ହିଂସାକୁ ନେଇ ଜାତିସଂଘ ବିଶେଷଜ୍ଞଙ୍କ ରିପୋର୍ଟକୁ ଭାରତ କହିଲା ଅନୁଚିତ, ବିଭ୍ରାନ୍ତିକର

ଜେନେଭା,୫।୯: ଜାତିସଂଘର ବିଶେଷଜ୍ଞ ମଣିପୁର ହିଂସା ଉପରେ ଦେଇଥିବା ରିପୋର୍ଟକୁ ଭାରତ ଅନ୍ୟାୟ, କଳ୍ପନାକାରୀ ଏବଂ ବିଭ୍ରାନ୍ତକାରୀ ବୋଲି କହିଛି ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥିତି ଶାନ୍ତିପୂର୍ଣ୍ଣ ବୋଲି କହିଛି। ମାନବ ଅଧିକାର ପାଇଁ ଉଚ୍ଚ କମିଶନରଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ପ୍ରକ୍ରିୟା…

ଆମେରିକାରେ କାଦୁଅରେ ଫସିଗଲେ ହଜାର ହଜାର ଲୋକେ

ଓ୍ବାଶିଂଟନ,୫।୯: ଆମେରିକାର ନେଭାଡା ରାଜ୍ୟରେ ପ୍ରସିଦ୍ଧ ବର୍ନିଂ ମ୍ୟାନ ଫେଷ୍ଟିଭାଲରେ ହଜାର ହଜାର ଲୋକ କାଦୁଅରେ ଫସି ରହିଛନ୍ତି। ବାସ୍ତବରେ, ନେଭାଡାରେ ପ୍ରବଳ ବର୍ଷା ହେବା ସମୟରେ ଲୋକମାନେ ବର୍ନିଂ ମ୍ୟାନ ଫେଷ୍ଟିଭାଲ ପାଇଁ ଏକତ୍ରିତ ହୋଇଥିଲେ। ଏହି କାରଣରୁ ରାସ୍ତାରେ…

ବ୍ରାଜିଲରେ ସାଇକ୍ଲୋନିକ ଝଡ: ୪ ମୃତ

ବ୍ରାସିଲିଆ,୫।୯: ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲରେ ସାଇକ୍ଲୋନିକ ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅତି କମରେୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୋମବାର ଘୂର୍ଣ୍ଣିବଳୟ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା…

କାନାଡା ସ୍କୁଲରେ ଖଲିସ୍ତାନ ଜନମତ ସଂଗ୍ରହ ଅନୁମତି ରଦ୍ଦ, ଚୁକ୍ତିର କରାଯାଇଥିଲା ଉଲ୍ଲଂଘନ

ଜଳନ୍ଧର/ଓଟାଓ୍ବା,୫।୯: କାନାଡାରେ ଖାଲିସ୍ତାନ ସମର୍ଥକଙ୍କୁ ବଡ ଝଟକା ଲାଗିଛି। କାନାଡାର ଅଧିକାରୀ ଅସ୍ତ୍ରଶସ୍ତ୍ରର ଫଟୋ ଦେଖାଉଥିବା ପ୍ରଚାର ସାମଗ୍ରୀକୁ ନେଇ ଚିନ୍ତା ବଢିବା ପରେ ଦେଶର ଏକ ବିଦ୍ୟାଳୟରେ ଖାଲିସ୍ତାନ ଜନମତ ସଂଗ୍ରହ ଅନୁମତି ପ୍ରତ୍ୟାହାର କରିଛନ୍ତି। ସେପ୍ଟେମ୍ବର ୧୦ରେ କାନାଡା…

କିମ୍‌ ଜଙ୍ଗ୍‌ଙ୍କୁ ଭେଟିବେ ପୁଟିନ୍‌

ମସ୍କୋ,୫।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଏହି ମାସରେ ସାକ୍ଷାତ ହୋଇପାରେ। ରିପୋର୍ଟ ଅନୁଯାୟୀ, ଏହି ସାକ୍ଷାତ ରୁଷିଆରେ ହେବ ଏବଂ ଏହି ସାକ୍ଷାତରେ ଅସ୍ତ୍ରଶସ୍ତ୍ର ଚୁକ୍ତି ଉପରେ…

ମାନବର ପ୍ରଥମ ବିବର୍ତ୍ତନ ୟୁରୋପରେ ହୋଇଥିଲା

ଟରୋଣ୍ଟୋ,୫ା୯:ମାନବର ବିବର୍ତ୍ତନ ପ୍ରଥମେ ଆଫ୍ରିକାରେ ନୁହେଁ ବରଂ ୟୁରୋପରେ ହୋଇଥିଲା ବୋଲି ନୂଆ ସର୍ଭେରୁ ଜଣାପଡ଼ିଛି। ଯଦି ଏହି ସର୍ଭେ କଥା ସତ ହୁଏ, ତେବେ ଏକଥା କୁହାଯାଇପାରିବ ମାଙ୍କଡ଼ରୁ ମଣିଷର କ୍ରମ ବିବର୍ତ୍ତନ ପ୍ରଥମେ ୟୁରୋପରୁ ଆରମ୍ଭ ହୋଇଥିଲା। ସେହି…

ଛଅ ଆଫ୍ରିକୀୟ ଦେଶକୁ ଖୁବଶୀଘ୍ର ମାଗଣା ଶସ୍ୟ ଯୋଗାଇବେ ରୁଷିଆ ରାଷ୍ଟ୍ରପତି

ମସ୍କୋ,୫।୯: ରୁଷିଆ ଖୁବଶୀଘ୍ର ୬ଟି ଆଫ୍ରିକୀୟ ଦେଶକୁ ମାଗଣା ଶସ୍ୟ ଯୋଗାଇ ଦେବ ବୋଲି ଜଣାପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନଙ୍କୁ କହିଛନ୍ତି ଯେ ରୁଷ୍ରିା ଏକ ବ୍ଲାକ ସି ଶସ୍ୟ ଚୁକ୍ତି ପାଇଁ ପ୍ରସ୍ତୁତ,…

୩୭ ହଜାର ଏଲିୟନ ପ୍ରଜାତି ମାନବ-ପ୍ରକୃତି ପାଇଁ ବିପଦ, ପ୍ରତିବର୍ଷ ୪୨୩ ଅରବ ଡଲାର କ୍ଷତି

ଓ୍ବାଶିଂଟନ,୫।୯: ଏକ ରିପୋର୍ଟରୁ ଜଣାପଡିଛି ଯେ ବିଦେଶୀ ପ୍ରଜାତିଗୁଡିକ (ପ୍ରଜାତିଗୁଡିକ ସ୍ଥାନୀୟ ନୁହଁନ୍ତି ଏବଂ ବିଭିନ୍ନ ଉପାୟରେ ନୂତନ ସ୍ଥାନରେ ପହଞ୍ଚିଛନ୍ତି) ପୃଥିବୀର ଜୈବ ବିବିଧତା ପାଇଁ ବ୍ୟାପକ କ୍ଷତି ଘଟାଇଛି। ପରିସ୍ଥିତି ଏପରି ଯେ ଏହି ବିଦେଶୀ ପ୍ରଜାତି ଯୋଗୁଁ…

କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୫।୯: କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର କହିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। ଭାରତ ସହ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?