ମାନବର ପ୍ରଥମ ବିବର୍ତ୍ତନ ୟୁରୋପରେ ହୋଇଥିଲା

ଟରୋଣ୍ଟୋ,୫ା୯:ମାନବର ବିବର୍ତ୍ତନ ପ୍ରଥମେ ଆଫ୍ରିକାରେ ନୁହେଁ ବରଂ ୟୁରୋପରେ ହୋଇଥିଲା ବୋଲି ନୂଆ ସର୍ଭେରୁ ଜଣାପଡ଼ିଛି। ଯଦି ଏହି ସର୍ଭେ କଥା ସତ ହୁଏ, ତେବେ ଏକଥା କୁହାଯାଇପାରିବ ମାଙ୍କଡ଼ରୁ ମଣିଷର କ୍ରମ ବିବର୍ତ୍ତନ ପ୍ରଥମେ ୟୁରୋପରୁ ଆରମ୍ଭ ହୋଇଥିଲା। ସେହି ନିର୍ଦ୍ଦିଷ୍ଟ ପ୍ରଜାତିର ମାଙ୍କଡ଼ମାନେ ପ୍ରଥମେ ୟୁରୋପରେ ବାସ କରୁଥିଲେ। ତେଣୁ ପୂର୍ବରୁ ଆଫି୍ରିକାରୁ ପ୍ରଥମେ ମାନବର ବିବର୍ତ୍ତନ ହେବା କଥା ଯାହା କୁହାଯାଉଥିଲା ତାହା ଭୁଲ ହୋଇପାରେବୋଲି ଏହି ସର୍ଭେରେ କୁହାଯାଇଛି। ଆଦିମ ମାଙ୍କଡ଼ର ଖପୁରି ବିଷୟରେ ଗବେଷଣା କରିବା ପରେ ଏକଥା ଜଣାପଡ଼ିଛି। ଏହି ଆଦିମ ମାଙ୍କଡ଼ ଖପୁରିକୁ ଆନାଡୋଲୁଭିୟସ ତୁର୍କେ ବୋଲି କୁହାଯାଉଛି। ଏହି ଖପୁରି ତୁର୍କୀର କାନ୍‌କିରି ଅଞ୍ଚଳରୁ ପ୍ରଥମେ ଠାବ କରାଯାଇଥିଲା। ଏହା ପ୍ରାୟ ୮.୭ ନିୟୁତ ବର୍ଷ ତଳର ବୋଲି ଗବେଷଣାରୁ ଜଣାପଡ଼ିଛି। ଏହି ସର୍ଭେରେ ଏକଥା ମଧ୍ୟ ଦାବି କରାଯାଇଛି, ଆଫ୍ରିକୀୟ ମାଙ୍କଡ଼ ଏବଂ ମନୁଷ୍ୟର ବିବର୍ତ୍ତନ ପ୍ରଥମେ ୟୁରୋପରୁ ହିଁ ଆରମ୍ଭ ହୋଇଛି। ୟୁରୋପୀୟ ମାଙ୍କଡ଼ ଓ ଆଦିମ ମାନବମାନେ ଜଳବାୟୁ ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ୟୁରୋପ ଛାଡ଼ି ପ୍ରାୟ ୭ ନିୟୁତ ବର୍ଷ ପୂର୍ବେ ଆଫ୍ରିକା ଚାଲି ଆସିଥିଲେ। ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ମାନବ ବିଜ୍ଞାନ ପ୍ରଫେସର ଡେଭିଡ ବେଗୁନ କହିଛନ୍ତି, ମଣିଷର ପୂର୍ବ ଅବସ୍ଥା(ବଣମଣିଷ)କେବଳ ଯେ ପଶ୍ଚିମ ଏବଂ କେନ୍ଦ୍ରୀୟ ୟୁରୋପରେ ବିବର୍ତ୍ତନ ହୋଇଥିଲା ତାହା ନୁହେଁ ବରଂ ଏହା ସେଠାରେ ପ୍ରାୟ ୫ ନିୟୁତ ବର୍ଷ ଧରି ରହିଥିଲା। ପରେ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ଅବକ୍ଷୟ ଯୋଗୁ ଆଫି୍ରିକାକୁ ସ୍ଥାନାନ୍ତର ହୋଇଥିଲା। ପ୍ରଫେସର ଡେଭିଡ ଏକଥା ମଧ୍ୟ କହିଛନ୍ତି, ପ୍ରାୟ ୮ ନିୟୁତ ବର୍ଷ ପୂର୍ବେ ଏହି ଆଦିମ ମାନବ ଓ ମାଙ୍କଡ଼ ଶ୍ରେଣୀ ମଧ୍ୟରେ ସାମଞ୍ଜସ୍ୟ ରହିଥିଲା। ପରେ ସମୟାନୁକ୍ରମେ ଭିନ୍ନ ହୋଇଥିଲା। ଶୁଖିଲା ପରିବେଶ ଏବଂ ସେତେବେଳର ଜୀବନଶୈଳୀ ଅନୁସାରେ ମାଙ୍କଡ଼ ମାନଙ୍କ ଓଜନ ୧୧୦ରୁ ୧୩୦ ପାଉଣ୍ଡ ଥାଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri