ଅଲଜେରିଆ ଜଙ୍ଗଲରେ ଭୟଙ୍କର ନିଆଁ, ୧୦ ସେନା ସମେତ ୨୫ ମୃତ, ୪୯ ଆହତ
ଅଲଜିୟର୍ସ,୨୫।୭: ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି। ଏମାନେ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ସୋମବାର ସରକାର ଏହି ସୂଚନା…
ଉତ୍ତର କୋରିଆ ଲଞ୍ଚ କଲା ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ, ଜାପାନ ପିଏମଓର ଦାବି
ଟୋକିଓ,୨୫।୭: ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋମବାର ଏକ ଟୁଇଟ କରି କହିଛି ଯେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏହାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ସୂଚନା ସଂଗ୍ରହ କରିବାକୁ,…
ଚଳିତ ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରିପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ
ଓଟାଓ୍ବା,୨୫।୭: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ଯୋଜନା କରିପାରନ୍ତି। ଦୁଇଟି ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। କ୍ୟାବିନେଟ ଅଦଳବଦଳରେ ସମ୍ଭବତଃ ସେହି ମନ୍ତ୍ରୀମାନଙ୍କୁ ହଟାଇଦିଆଯାଇପାରେ ଯେଉଁମାନେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୨୫।୭: ଇଣ୍ଡୋନେସିଆର ପୂର୍ବ ନୁସା ତେଂଗାରା ଦ୍ୱିପରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ମପାଯାଇଛି। ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଜିଓଫିଜିକ ଏଜେନ୍ସି କହିଛି…
ସ୍ବିଜରଲ୍ୟାଣ୍ଡରେ ଘୂର୍ଣ୍ଣିଝଡ଼
ଜେନେଭା,୨୫।୭: ସ୍ବିଜରଲ୍ୟାଣ୍ଡରେ ଆସିଥିବା ପ୍ରବଳ ଘୂର୍ଣ୍ଣିଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଘୂର୍ଣ୍ଣିଝଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପାହାଡିଆ ଅଞ୍ଚଳରେ ନିର୍ମିତ ଘର ମଧ୍ୟ ଏହାଦ୍ୱରା କ୍ଷତିଗ୍ରସ୍ତ ହୋଇଛି।
ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୨୪।୭: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୋମବାର କ୍ୱେଟାର ବରିଷ୍ଠ ଓକିଲ ଅବଦୁଲ ରଜ୍ଜାକ ଶାରଙ୍କ ହତ୍ୟା ମାମଲାରେ ଆଶ୍ୱସ୍ତି ମିଳିଛି। ପାକିସ୍ତାନର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଓକିଲଙ୍କ ହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ…
ଟୁଇଟର୍ର ନୂଆ ନାମ ‘ଏକ୍ସ’: ପ୍ରୋଫାଇଲ ଫଟୋ ବଦଳାଇଲେ ଏଲନ ମସ୍କ
କାଲିଫର୍ନିଆ,୨୪।୭: ଟୁଇଟର୍ର ମାଲିକ ଏଲନ ମସ୍କ ସୋମବାର ଟୁଇଟର୍ର ନାମ ଏବଂ ଲୋଗୋ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ କମ୍ପାନୀ ‘ଏକ୍ସ’ ଭାବରେ ଜଣାଶୁଣା ହେବ। ଟୁଇଟର୍ର ଡୋମେନ୍ ଏଣିକି ଟୁଇଟର୍.କମ ରୁ ଏକ୍ସ.କମ୍ ହୋଇଛି। ଫଳରେ ଏକ୍ସ.କମ୍ ମାଧ୍ୟମରେ ୟୁଜର୍ସ ଟୁଇଟରରେ…
ସ୍ବିଡେନ କୋର୍ଟରେ ହାଜର ହେବେ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ
ମାଲ୍ମୋ,୨୪।୭: ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଏକ ଜଳବାୟୁ ବିରୋଧ ପ୍ରଦର୍ଶନରେ ପୋଲିସକୁ ଅବଜ୍ଞା କରିଥିବା ଅଭିଯୋଗରେ ସ୍ବିଡେନ କୋର୍ଟରେ ହାଜର ହେବେ। ଜୁନ ୧୯ରେ ମାଲମୋରେ ବନ୍ଦରର ତେଲ ଟର୍ମିନାଲରେ ଯାତାୟତ ବନ୍ଦ କରିବା ପରେ ଥନବର୍ଗ ଓ ଅନ୍ୟ…
ଭୂସ୍ଖଳନ ପାଇଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ
ଇସଲାମାବାଦ,୨୪ା୭: ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଉତ୍ତର ପାକିସ୍ତାନର ଅନେକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛି। ଅଧିକାରୀମାନେ ସୋମବାର କହିଛନ୍ତି, ଏହି ଭୂସ୍ଖଳନ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଯୋଗୁ ମୃତ୍ୟୁ…
‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’
ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ…
ଏକ ମାସ ହେବ ନିଖୋଜ ହେଲେଣି ଚାଇନା ବୈଦେଶିକ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ଶତ୍ରୁତା ନା ଆମେରିକା ଟିଭି ଆଙ୍କରଙ୍କ ସହ ଆଫେୟାର କ’ଣ ଏହାର କାରଣ
ବେଜିଂ,୨୪।୭: ଚାଇନାର ୫୭ ବର୍ଷୀୟ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଦୀର୍ଘ ଏକ ମାସ ଧରି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତ। ସେ ତାଙ୍କର ସ୍ଥିର କାର୍ଯ୍ୟକ୍ରମରେ ବିଦେଶୀ ନେତାଙ୍କୁ ଭେଟୁନାହାଁନ୍ତି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସେମାନଙ୍କ ବିଷୟରେ କିଛି କହିବାକୁ…
ବ୍ରିଟେନରେ ସବୁଠୁ ମହଙ୍ଗା ଘର କିଣିଲେ ଏହି ଭାରତୀୟ ବ୍ୟକ୍ତି
ନୂଆଦିଲ୍ଲୀ,୨୪।୭: ବ୍ରିଟେନର ରାଜଧାନୀ ଲଣ୍ଡନ ଦୀର୍ଘ ଦିନରୁ ଭାରତୀୟ କୋଟିପତିଙ୍କ ପ୍ରିୟ ସହର ହୋଇଆସୁଛି। ଷ୍ଟିଲ କିଙ୍ଗ୍ ଲକ୍ଷ୍ମୀ ମିତ୍ତଲଙ୍କ ସହ ବେଦାନ୍ତର ଅନିଲ ଅଗ୍ରୱାଲଙ୍କ ପରି କୋଟିପତିଙ୍କ ଲଣ୍ଡନରେ ଘର ଅଛି। ଏହି କ୍ରମରେ ଭାରତୀୟ ବ୍ୟବସାୟୀ ତଥା ଏସାର…
Archives


