ମର୍ମନ୍ତୁଦ ଦୁର୍ଘଟଣା: ବ୍ରିଜ୍ରୁ ଖସିଲା ବସ୍, ୨୧ ମୃତ
ରୋମ,୪।୧୦: ଇଟାଲୀର ଭେନିସରେ ମଙ୍ଗଳବାର ଏକ ବ୍ରିଜ୍ରୁ ଏକ ବସ୍ ଖସି ପଡିଛି। ବ୍ରିଜ୍ରୁ ଖସିଯିବା ପରେ ବସ୍ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ବିଦେଶୀ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮…
‘ଅଭିଯୋଗ ଅତ୍ୟନ୍ତ ଗମ୍ଭୀର, ଆମେ ଚିନ୍ତିତ ଅଛୁ’ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ଅଭିଯୋଗ ଉପରେ ଆମେରିକାର ବୟାନ
ଓ୍ବାଶିଂଟନ,୪।୧୦: ଖାଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ଆସିଛି। ଭାରତ-କାନାଡା ସମ୍ପର୍କକୁ ନେଇ ଆମେରିକା ମଧ୍ୟ ନିଜର ଉଦ୍ବେଗ ପ୍ରକାଶ କରିଛି। ଆମେରିକାର…
ଖେବର ପାଖ୍ଟନଖୱା ପ୍ରଦେଶରେ ୧୦ ଆତଙ୍କବାଦୀ ନିହତ
ଇସଲାମାବାଦ,୪।୧୦: ପାକିସ୍ତାନର ଅଶାନ୍ତ ଖେବର ପାଖ୍ଟନଖୱା ପ୍ରଦେଶରେ ପାକିସ୍ତାନୀ ସୈନିକଙ୍କ ଦ୍ୱାରା କରାଯାଇଥିବା ଅପରେଶନ ସମୟରେ ଅତି କମରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ପ୍ରଦେଶର ଟେଙ୍କ ଜିଲାରେ…
ବାଚସ୍ପତି ପଦରୁ ହଟିଲେ କେଭିନ ମ୍ୟାକାର୍ଥୀ
ଓ୍ବାଶିଂଟନ,୪।୧୦: ଆମେରିକାର ପ୍ରତିନିଧି ସଭାର ଅଧ୍ୟକ୍ଷ ପଦରୁ ରିପବ୍ଲିକାନ ସାଂସଦ କେଭିନ ମ୍ୟାକାର୍ଥୀଙ୍କୁ ହଟାଇ ଦିଆଯାଇଛି। ଆମେରିକା ସଂସଦ କଂଗ୍ରେସର ନିମ୍ନ ସଦନ ତଥା ପ୍ରତିନିଧି ସଭାର ମଙ୍ଗଳବାର ମ୍ୟାକାର୍ଥୀଙ୍କୁ ବାଚସ୍ପତି ପଦରୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଇତିହାସରେ…
ନେପାଳରେ ଭୂମିକମ୍ପ ଝଟ୍କା: ୧୧ ଆହତ
କାଠମାଣ୍ଡୁ,୩।୧୦: ଘଣ୍ଟାକରେ ୪ଥର ଝଟ୍କାରେ ଥରିଛି ନେପାଳ। ଅଧିକ କ୍ଷତିଗ୍ରସ୍ତ ହୋଇଛି ବଜହାଙ୍ଗ ଅଞ୍ଚଳର ଚେନପୁର। ନେପାଳରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ୧୧ଜଣ ଆହତ ହୋଇଥିବା ବଜାଙ୍ଗ ଜିଲ। ପୋଲିସ କାର୍ଯ୍ୟାଳୟ କହିଛି। ନେପାଳର ମନ୍ତ୍ରୀ ରାମ ଆଚାର୍ଯ୍ୟ କହିଛନ୍ତି ଯେ,…
ଭାରତ-କାନାଡା ବିବାଦ: ୪୧କୂଟନୀତିଜ୍ଞଙ୍କୁ କାନାଡା ଛାଡିବାକୁ ଦେଲା ନିର୍ଦ୍ଦେଶ
ଅଟାଓ୍ବା/ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ଘନେଇବାରେ ଲାଗିଛି। ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରି କାନାଡାରୁ ୪୧ କୂଟନୀତିଜ୍ଞଙ୍କୁ ଅକ୍ଟୋବର ୧୦ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।…
ବାଂଲାଦେଶରେ ଡେଙ୍ଗୁ ମୃତ୍ୟୁ ୧୦୦୦ ଟପିଲା…
ଢାକା,୩।୧୦ : ବାଂଲାଦେଶରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି। ଏଠାରେ ଚଳିତ ବର୍ଷ ଡେଙ୍ଗୁରେ ୧୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଲକ୍ଷରୁ ଅଧିକ ଲୋକ ଏହା ସଂକ୍ରମିତ ହୋଇଛନ୍ତି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ସରକାରୀ…
କଡା ଆଇନ ପ୍ରସ୍ତୁତ କଲେ ସରକାର; ଡଷ୍ଟବିନରେ ପକାନ୍ତୁନି ଘରର ଏହି ୫ଟି ଜିନିଷ, ହୋଇପାରେ ଜେଲ
ଓ୍ବାଶିଂଟନ୍,୩।୧୦: ପୁନଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁକୁ କିପରି ରିସାଇକେଲିଂ କରାଯାଇ ପାରିବ ଏନେଇ ସଚେତନ କରାଯାଇଥାଏ। ତେବେ କିଛି ଜଣ ଏହାକୁ ନମାନି ଡଷ୍ଟିବନରେ ଏହି ଅଳିଆଗୁଡିକୁ ପକାଇ ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। କାରଣ ଆମ ଘରେ ଏପରି ଅନେକ…
ଥରିଲା ନେପାଳ: ୧ଘଣ୍ଟାରେ ୪ଥର ଭୂକମ୍ପ ଝଟ୍କା, ଭୁଶୁଡି ପଡିଲା ଅନେକ ଘର, ସ୍କୁଲ କୋଠା
କାଠମାଣ୍ଡୁ,୩।୧୦: ନେପାଳରେ ଅପରାହ୍ନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ମଙ୍ଗଳବାର ଗୋଟିଏ ଘଣ୍ଟା ଭିତରେ ୪ଥର ଭୂକମ୍ପ ଝଟ୍କା ଲାଗିଛି। ନେପାଳରେ ଘଟିଥିବା ଭୂମିକମ୍ପ ଯୋଗୁଁ ଚେନପୁର ଅଞ୍ଚଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ଭୂସ୍ଖଳନ ହେତୁ ବଜହାଙ୍ଗ ଅଞ୍ଚଳ ତଥା…
୨୪ଘଣ୍ଟାରେ ପାକିସ୍ତାନରେ ହୋଇପାରେ ଭୟଙ୍କର ଭୂମିକମ୍ପ, ରଚିପାରେ ତୁର୍କୀ ପରି ତାଣ୍ଡବ!
ଇସଲାମବାଦ,୩।୧୦: ନେଦରଲ୍ୟାଣ୍ଡର ଜଣେ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି, ଆଗାମୀ ୨୪ଘଣ୍ଟା ମଧ୍ୟରେ ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି। ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହେବ ଦେଶ। ନେଦରଲ୍ୟାଣ୍ଡ ସ୍ଥିତ ସଂଗଠନ ସୋଲାର ସିଷ୍ଟମ ଜୋମେଟ୍ରି ସର୍ଭେର ଡଚ ଗବେଷକ…
ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
ସ୍ବିଡେନ, ୩।୧୦: ପଦାର୍ଥ ବିଜ୍ଞାନର ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଏଥର ୩ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି। ପିୟରେ ଆଗୋଷ୍ଟିନି, ଫେରେନ୍ସ କ୍ରୁଜ ଏବଂ ଆନି ଏଲ. ହୁଇଲିୟରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରୟାଲ ସ୍ବିଡିସ ଏକାଡେମୀ…
ଇଜିପ୍ଟର ଏକ ମନ୍ଦିରରୁ ମିଳିଲା ରହସ୍ୟମୟ ପଥର, ଖୋଦିତ ହୋଇଛି ଦେବତାଙ୍କ ଭାଷା
କାଇରୋ,୩।୧୦: ପ୍ରାଚୀନ ଇଜିପ୍ଟର ମନ୍ଦିରରେ ଏକ ରହସ୍ୟମୟ ପଥର ମିଳିଛି। ଯାହାକୁ ‘ରୋସେଟା ପଥର’ କୁହାଯାଉଛି। ଜଣେ ଫରାସୀ ଏହାକୁ ଆବିଷ୍କାର କରିଛନ୍ତି। ପଥର ଉପରେ ଲେଖାଯାଇଥିବା ଟ୍ରାନ୍ସକ୍ରିପସନ ହେତୁ ଏହାକୁ ‘ଦେବତାମାନଙ୍କର ଭାଷା’ କୁହାଯାଉଛି। ଏହି ଟ୍ରାନ୍ସକ୍ରିପସନରେ, ଚିତ୍ରଲିପିର ପ୍ରାଚୀନ…
Archives


