ଅନ୍ତର୍ଜାତୀୟ

ଭୁଲ ବଶତଃ ଗାଁ ଉପରେ ଡ୍ରୋନ ଆଟାକ, ୮୦ରୁ ଅଧିକ ମୃତ, ୬୦ରୁ ଅଧିକ ଆହତ

ଅବୁଜା,୫।୧୨: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗ୍ରାମରେ ଭୁଲରେ ସେନା ଡ୍ରୋନ ଆକ୍ରମଣରେ ମୁସଲମାନ ପର୍ବ ପାଳନ କରୁଥିବା ଡଜନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ନାଇଜେରିଆର ସ୍ଥାନୀୟ ଅଧିକାରୀଙ୍କ ସମେତ ସେନା ସହ ଜଡିତ ଲୋକମାନେ ସୂଚନା ଦେଇଛନ୍ତି ଯେ…

ରୁଷିଆ ସେନା ପାଇଁ ଲଢ଼ୁଥିବା ୬ ନେପାଳୀ ଯବାନ ନିହତ

କାଠମାଣ୍ଡୁ,୪ା୧୨(ପି.ଟି.): ୟୁକ୍ରେନ ବିରୋଧରେ ରୁଷିଆ ସେନାରେ ଲଢ଼ୁଥିବା ୬ ନେପାଳୀ ସୈନ୍ୟ ନିହତ ହୋଇଥିବା ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସେନାରେ ନେପାଳୀଙ୍କୁ ନିଯୁକ୍ତି ନ ଦେବାକୁ ନେପାଳ ବର୍ହିବ୍ୟାାର ମନ୍ତ୍ରଣାଳୟ ମସ୍କୋକୁ କହିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ନେପାଳୀ…

୩ ଡ୍ରୋନ୍‌କୁ ଖସାଇଲା ଆମେରିକା ଯୁଦ୍ଧଜାହାଜ

ଦୁବାଇ,୪ା୧୨: ୟେମେନ୍‌ର ହୌଥି ବିଦ୍ରୋହୀମାନେ ଲୋହିତ ସାଗରରେ ୩ଟି ବାଣିଜି୍ୟକ ଜାହାଜକୁ ମିଶାଇଲ୍‌ ମାଡ଼ କରିଛନ୍ତି। ଫଳରେ ଆମେରିକା ଯୁଦ୍ଧଜାହାଜ ଆତ୍ମରକ୍ଷା ପାଇଁ ୩ଟି ଡ୍ରୋନ୍‌କୁ ଗୁଳିକରି ଖସାଇଦେଇଛି। ଦୀର୍ଘ ସମୟ ଧରି ଏହି ଗୁଳିବିନିମୟ ହୋଇଥିଲା। ଅନ୍ୟପକ୍ଷେ ଆକ୍ରମଣ ପାଇଁ…

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମର ପୋଲ୍‌ ଖୋଲିଦେଲେ ଏଲନ ମସ୍କ

କାଲିଫର୍ନିଆ,୪।୧୨: ଏକ୍ସ ସିଇଓ ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏଲନ ମସ୍କ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମ ତୁଳନାରେ ଏକ୍ସର ଅର୍ଗାନିକ୍‌ ଟ୍ରାଫିକ ଅଧିକ ବୋଲି କହିଛନ୍ତି। ଏହି ଦୁଇଟି ପ୍ଲାଟଫର୍ମରେ ଟ୍ରାଫିକ…

ଗାଜାରେ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ, ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି

ଜେରୁଜେଲମ,୪।୧୨: ଗତ ୨୪ଘଣ୍ଟା ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସ ଆଖପାଖ ଅଞ୍ଚଳକୁ ଖାଲି କରିବାକୁ ଇସ୍ରାଏଲ ସୈନ୍ୟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅଲ-ଜଜିରା ଗାଜାରେ ଥିବା…

ଆଗ୍ନେୟଗିରିରେ ବିସ୍ଫୋରଣ: ଚାଲିଗଲା ୧୧ ପର୍ବତାରୋହୀଙ୍କ ଜୀବନ, ଅନେକ ନିଖୋଜ

ଜାକର୍ତ୍ତା,୪।୧୧: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ମେରାପୀ ଆଗ୍ନେୟଗିରିର ବିସ୍ଫୋରଣରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ସମସ୍ତ ୧୧ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଗ୍ନେୟଗିରି ନିକଟରେ ତିନିଜଣ ପର୍ବତାରୋହୀ ଜୀବନ୍ତ ଥିବା ଜଣାପଡିଛି ଏବଂ ଅନେକ…

ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲେ ଆମେରିକୀୟ ଅଭିନେତ୍ରୀ: କହିଲେ, ମୋଦି ହିଁ ସର୍ବଶ୍ରେଷ୍ଠ ନେତା

ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାଜପା ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମଧ୍ୟପ୍ରଦେଶରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ୧୬୩ଟି ଆସନ ଜିତିବାରେ ସଫଳ ହୋଇଥିଲା। ରାଜସ୍ଥାନରେ ଭାଜପା ୧୧୫ଟି ଆସନ ଜିତିଛି। ବିଜେପି ଛତିଶଗଡରେ ୫୪ଟ ଆସନ…

କୋଇଲା ଫେଜ୍‌ ଆଉଟ୍‌କୁ ଭାରତର ବିରୋଧ

ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍‌ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର କରିବାରୁ ଭାରତ ଦୂରେଇ ରହିଛି। ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସର୍ତ୍ତକୁ…

ରାତିଅଧରେ ଥରିଲା ଫିଲିପାଇନ୍ସ , ଘରୁ ବାହାରକୁ ଦୌଡିଲେ ଶୋଇଥିବା ଲୋକେ…

ମାନିଲା,୪।୧୨ : ରବିବାର-ସୋମବାର ମଧ୍ୟରାତ୍ରିରେ ଫିଲିପାଇନ୍ସରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ବୋଲି ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ରାତିଅଧ ପ୍ରାୟ ୧ଟା ୨୦ ସମୟରେ ଏହି ଭୂକମ୍ପ ଘଟିଛି। ଏହାର…

ଆଫଗାନୀଙ୍କ ପାଇଁ ତୋରଖମ ସୀମା ବନ୍ଦ କଲା ପାକିସ୍ତାନ…

ଇସଲାମାବାଦ,୪।୧୨ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ତୋରଖମ ସୀମା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ବିନା ପାସପୋର୍ଟ ଏବଂ ବିନା ଲାଗି ବନ୍ଦ ହୋଇଯାଇଛି। ପାକିସ୍ତାନ ସରକାର ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆଫଗାନିସ୍ତାନର…

ଚାଇନା ସାଗରରେ ଆମେରିକା ଯୁଦ୍ଧ ଜାହାଜର ବେଆଇନ ପ୍ରବେଶ ନେଇ ଉତ୍ତେଜନା…

ବେଜିଂ/ଓ୍ବାଶିଂଟନ,୪।୧୨: ସାମ୍ପ୍ରତିକ ସମୟରେ, ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ଚାଇନା ସେନା ଦାବି କରିଛି ଏକ ଆମେରିକୀୟ ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ପ୍ରବେଶ କରିଛି। ସୋମବାର ଚାଇନା ସୈନ୍ୟବାହିନୀ…

ଇରାନ ଆତଙ୍କବାଦୀଙ୍କୁ ଚେତାବନୀ ଦେଲା ଇସ୍ରାଏଲ, ସାଇବର ଆକ୍ରମଣକୁ ନେଇ ଜାରି କଲା ରିପୋର୍ଟ

ତେଲ ଆଭିବ,୩।୧୨: ଇରାନର ଆତଙ୍କବାଦୀ ଗୋଷ୍ଠୀ ବିଭିନ୍ନ ଦେଶରେ ଶିଳ୍ପ ନିୟନ୍ତ୍ରକଙ୍କ ବିରୋଧରେ ସାଇବର ଆକ୍ରମଣରେ ଲିପ୍ତ ଅଛନ୍ତି। ଏଥିମଧ୍ୟରୁ କେତେକ ଆମେରିକୀୟ ଜଳ କ୍ଷେତ୍ରରେ ମଧ୍ୟ ଅଛନ୍ତି। ଇସ୍ରାଏଲ ଏ ସମ୍ପର୍କରେ ଇରାନକୁ ଚେତାବନୀ ଦେଇଛି। ରବିବାର ପ୍ରକାଶିତ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?